ETV Bharat / business

କୋରୋନା ଛାଟ, 6 ହଜାର କର୍ମଚାରୀଙ୍କ ଛଟେଇ କରିବ ଏହି ଏୟାରଲାଇନ - Qantas

କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ବିମାନ ଚଳାଚ କମ୍ପାନୀର ପରିଚାଳନା ପ୍ରାୟ ଠପ ରହିଛି । ଉଡାଣ ବନ୍ଦ ଯୋଗୁଁ ଆୟ ନାହିଁ । ଫଳରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ ଖର୍ଚ୍ଚ ତୁଲାଇବାକୁ କମ୍ପାନୀ ଅସମର୍ଥ । ଅଧିକ ପଢନ୍ତୁ...

Qantas to lay off 6,000 employees
Qantas to lay off 6,000 employees
author img

By

Published : Jun 25, 2020, 2:57 PM IST

ସିଡ୍‌ନୀ: ଅଷ୍ଟ୍ରେଲିଆର କ୍ବାଣ୍ଟସ୍(Qantas) ଏୟାରଲାଇନ ଅତି କମରେ 6,000 ଚାକିରୀ ହ୍ରାସ ନେଇ ଯୋଜନା କରିଛି। କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ବିମାନ ଚଳାଚ କମ୍ପାନୀର ପରିଚାଳନା ପ୍ରାୟ ଠପ ରହିଛି । ଉଡାଣ ବନ୍ଦ ଯୋଗୁଁ ଆୟ ନାହିଁ । ଫଳରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ ଖର୍ଚ୍ଚ ତୁଲାଇବାକୁ କମ୍ପାନୀ ଅସମର୍ଥ ।

ଅଷ୍ଟ୍ରେଲିଆର ସବୁଠୁ ବଡ ଏୟାରଲାଇନ ମଧ୍ୟ ମହାମାରୀ ମାଡରେ ଅଣନିଶ୍ବାସୀ । ଏହା ବ୍ୟତୀତ କ୍ବାଣ୍ଟସ ନିଜ 15,000 କର୍ମଚାରୀଙ୍କ ଛୁଟି ଆହୁରି ବଢାଇବାକୁ ନିଷ୍ପତ୍ତି ନେଇଛି ।

ଗୁରୁବାର କ୍ବାଣ୍ଟସ ନିଜ ଖର୍ଚ୍ଚରେ କୋଟି କୋଟି ଟଙ୍କାର ହ୍ରାସ ଓ ନୂଆ ପୁଞ୍ଜି ଏକତ୍ର ପାଇଁ ଘୋଷଣା କରିଛି । ଏହା ବ୍ୟତୀତ କମ୍ପାନୀ ନିଜର 100 ଟି ବିମାନକୁ ଏକ ବର୍ଷ କିମ୍ବା ତା ଠାରୁ ଅଧିକ ସମୟ ପାଇଁ ଠିଆ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ନିଜର ଅବଶିଷ୍ଠ 6 ବୋଇଂ 747 ବିମାନକୁ ମଧ୍ୟ ତୁରନ୍ତ ହଟାଯାଇବାକୁ ଯାଉଛି ।

ଏୟାରଲାଇନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲାନ ଜୟସି(Joyce) କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଆୟ କମ ଥିବାରୁ ବିମାନ ସେବା ବର୍ତ୍ତମାନ ବହୁତ ସଙ୍କୁଚିତ ହୋଇପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.