ETV Bharat / business

ଡିସକମ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Nov 26, 2020, 11:02 PM IST

କୋରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ଓ କିଛି ରାଜ୍ୟ ସରକାର ବିଦ୍ୟୁତ ବିତରଣର ଘରୋଇକରଣ କରିବା ନେଇ ଅସନ୍ତୁଷ୍ଟ କର୍ମଚାରୀ । ଅଧିକ ପଢନ୍ତୁ..

ଡିସକମ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ
ଡିସକମ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ

ଲକ୍ଷ୍ନୌ: ବିଦ୍ୟୁତ ବିତରଣର ଘରୋଇକରଣ ପ୍ରସ୍ତୁତିକୁ ବିରୋଧ କରି ତାତିଲେ ବିଦ୍ୟୁତ ସେକ୍ଟର କର୍ମଚାରୀ । ଗୁରୁବାର ବିଦ୍ୟୁତ୍ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନେ ଦେଶବ୍ୟାପୀ ପ୍ରଦର୍ଶନ କରିଛନ୍ତି ।

ଅଲ ଇଣ୍ଡିଆ ପାୱର ଇଞ୍ଜିନିୟର୍ସ ଫେଡରେସନର ଚେୟାରମ୍ୟାନ ଶୈଳେନ୍ଦ୍ର ଦୁବେ ଏକ ବିବୃତ୍ତି ଜାରି କରି କହିଛନ୍ତି କି , ଜାତୀୟ ସମନ୍ବୟ ସମିତିର ଜାତୀୟ କୋଅର୍ଡିନେସନ କମିଟି ଅଫ୍ ଇଲେକ୍ଟ୍ରିସିଟି ଏମ୍ପ୍ଲଏର୍ସ ଏବଂ ଇଞ୍ଜିନିୟର୍ସ (ଏନସିସିଓଏ) ର ଆହ୍ବାନରେ ଦେଶର ସମସ୍ତ ପ୍ରାନ୍ତରୁ ପ୍ରାୟ 15 ଲକ୍ଷ ଇଲେକ୍ଟ୍ରିକ୍ କର୍ମଚାରୀ ଏବଂ ଇଞ୍ଜିନିୟରମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘରୋଇକରଣ ନୀତି ବିରୋଧରେ ଦେଶବ୍ୟାପୀ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି କି, କୋରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ଓ କିଛି ରାଜ୍ୟ ସରକାର ବିଦ୍ୟୁତ ବିତରଣର ଘରୋଇକରଣ କରିବାରେ ଅସନ୍ତୁଷ୍ଟ । ଯାହା ବିରୋଧରେ ଆଜି ସାରା ଦେଶରେ ବିଦ୍ୟୁତ କର୍ମଚାରୀ ପ୍ରଦର୍ଶନ କରିବା ସହ ଆକ୍ରୋଶ ବ୍ୟକ୍ତ କରିଥିଲେ ।

ବିଦ୍ୟୁତ କର୍ମଚାରୀମାନେ ଗ୍ରାହକ, ବିଶେଷକରି କୃଷକ ଏବଂ ଘରୋଇ ଗ୍ରାହକମାନଙ୍କୁ ଘରୋଇକରଣ ବିରୋଧୀ ଆନ୍ଦୋଳନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ସେମାନେ କହିଛନ୍ତି ଯେ ଘରୋଇକରଣ ପରେ ସର୍ବାଧିକ କ୍ଷତି ସାଧାରଣ ଗ୍ରାହକ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.