ETV Bharat / business

DHFL ଆକାଉଣ୍ଟରେ ବଡ ଘୋଟାଲା, ଆରବିଆଇକୁ ରିପୋର୍ଟ କଲା ପିଏନବି

DHFLଖାତାରେ 3,688 କୋଟି ଟଙ୍କା ଠକେଇ ନେଇ ପିଏନବି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ରିପୋର୍ଟ କରିଛି । ଏନେଇ ଷ୍ଟକ ମାର୍କେଟକୁ ପିଏନବି ସୂଚନା ଦେଇ କହିଛି । ଅଧିକ ପଢନ୍ତୁ...

DHFL ଆକାଉଣ୍ଟରେ ବଡ ଘୋଟାଲା, ଆରବିଆଇକୁ ରିପୋର୍ଟ କଲା ପିଏନବି
DHFL ଆକାଉଣ୍ଟରେ ବଡ ଘୋଟାଲା, ଆରବିଆଇକୁ ରିପୋର୍ଟ କଲା ପିଏନବି
author img

By

Published : Jul 10, 2020, 1:08 PM IST

ମୁମ୍ବାଇ: ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (DHFL)ର ଏନପିଏନ ଆକାଉଣ୍ଟରେ 3,688.58 କୋଟି ଟଙ୍କା ଠକେଇ ନେଇ ଆରବିଆଇକୁ ରିପୋର୍ଟ ଦେଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି ) । ଗୁରୁବାର ଏ ନେଇ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପିଏନବି ସୂଚନା ଦେଇଛି ।

ଏକ ରିପୋର୍ଟରେ ପ୍ରକାଶ ପାଇଥିବା କି DHFL ଅନେକ କମ୍ପାନୀ ଜରିଆରେ ମୋଟ 9700 କୋଟି ଟଙ୍କା ବ୍ୟାଙ୍କ ଋଣ ମଧ୍ୟରୁ ମୌଖିକ ଭାବେ 31,000 କୋଟି ଟଙ୍କା ହେରାଫେରି କରିଛି । ଏନେଇ ଏକଦା ଡିଏଚଏଫଏଲ ଚର୍ଚ୍ଚାକୁ ଆସିଥିଲା ।

ଖାତାରେ ହୋଇଥିବା ଠକେଇ ନେଇ ପିଏନବି ସେୟାର ବଜାରକୁ ସୂଚନା ଦେଇଛି । ଏଥିସହ ଦର୍ଶାଇଛି କି , ବ୍ୟାଙ୍କ ପୂର୍ବରୁ ନିର୍ଦ୍ଧାରିଚ ମାନଦଣ୍ଡ ଅଧିନରେ ଏଥିପାଇଁ 1,246.58 କୋଟି ଟଙ୍କାର ବ୍ୟବସ୍ଥା କରିସାରିଛି ।

ସମସ୍ୟାରେ ଫସିରହିଥିବା ଗୃହ ଋଣ ଦେଉଥିବା କମ୍ପାନୀ DHFLକୁ ଦେବାଳିଆ ପ୍ରକ୍ରିୟା ପାଇଁ ଗତ ବର୍ଷ ନଭେମ୍ବରରେ ରିଜର୍ଭ ବ୍ୟାଙ୍କ ପଠାଇଥିଲା । ଏହା ପ୍ରଥମ ଆର୍ଥିକ ସେବା କମ୍ପାନୀ, ଯିଏ ଋଣ ସମାଧାନ ନେଇ ଏନସିଏଲଟି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.