ETV Bharat / business

ନିର୍ମଳାଙ୍କ ପ୍ରତିଶ୍ରୁତି: ‘ପିଏମସି ଗ୍ରାହକଙ୍କୁ କ୍ଷତି ସହିବାକୁ ଦେବିନି’ - ପିଏମସି ସ୍କାମ

ସରକାରୀ ବ୍ୟାଙ୍କ ପ୍ରମୁଖଙ୍କ ସହ କଥା ହେବା ପରେ କ୍ଷୁଦ୍ର କାରବାରୀଙ୍କ ପାଇଁ ଋଣର ବାଟ ଖୋଲିଦେଲେ ଅର୍ଥମନ୍ତ୍ରୀ । ଏପଟେ ପିଏମସି ଦୁର୍ନୀତି ମାମଲାରେ ପ୍ରଭାବିତ ଗ୍ରାହକଙ୍କୁ ମଧ୍ୟ କୌଣସି କ୍ଷତି ହେବାକୁ ଦେବେନି ବୋଲି ଆଶ୍ବସନା ଦେଇଛନ୍ତି ନିର୍ମଳା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
author img

By

Published : Oct 15, 2019, 10:32 AM IST

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେସନ ବ୍ୟାଙ୍କ (ପିଏମସି ) ଗ୍ରାହକଙ୍କୁ କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ । ଜମାକାରୀଙ୍କୁ ସମସ୍ୟା ସମାଧାନ ପାଇଁ ଆରବିଆଇ ସହଯୋଗ ଲୋଡାଯାଇଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପିଏମସି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଗ୍ରାହକଙ୍କୁ ସେମାନଙ୍କ ପାଉଣା ଫେରାଇବାକୁ ପ୍ରଚେଷ୍ଟା କରାଯାଉଛି । ଏନେଇ ଆରବିଆଇ ମଧ୍ୟ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶ୍ବସନା ଦେଇଛି ।

ଗୁରୁବାର ମୁମ୍ବାଇ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ପିଏମସି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକ ଆନ୍ଦୋଳନ କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକ ସମ୍ମଳନୀ କରି ଗ୍ରାହକଙ୍କ ସମସ୍ୟା ସମାଧାନ କରିବାକୁ ପ୍ରୟାସ କରିଥିଲେ । ପ୍ରଥମେ ଏହି ମାମଲାକୁ ଆରବିଆଇ ଆଡକୁ ଠେଲିଦେଇ ନିର୍ମଳା ନିଜେ ହାତ ଟେକିଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜାଣିବା ପରେ ନିଜ ପକ୍ଷରୁ ଆରବିଆଇ ସହ କଥାବାର୍ତ୍ତା ହେଇଥିଲେ । ଦରକାର ପଡିଲେ ଆଇନରେ ପରିବର୍ତ୍ତନ କରାଯିବ କହି ଗ୍ରାହକଙ୍କୁ ଆଶ୍ବସନା ଦେଇଥିଲେ ନିର୍ମଳା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.