ETV Bharat / business

15 ଲକ୍ଷରୁ ଅଧିକ ଲୋକ ନେଲେ କୋଭିଡ-19 ବୀମା ସୁରକ୍ଷା କବଚ

author img

By

Published : Aug 28, 2020, 1:18 PM IST

1 ମାସରୁ କମ ସମୟ ମଧ୍ୟରେ ଦୁଇଟି ବୀମା (କୋରୋନା କବଚ, କୋରୋନା ରକ୍ଷକ)ପଲିସି ଅଧୀନରେ 15 ଲକ୍ଷରୁ ଅଧିକ ଲୋକ ବୀମା କଭର ନେଇଛନ୍ତି । ଏଥିରୁ ଗ୍ରାହକଙ୍କ ଚାହିଦା ସ୍ପଷ୍ଟ ବାରି ହୁଏ ।

Over 15 lakh people covered under specialised Covid-19 policies: Irdai chief

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପରେ ଚାହିଦା ଅନୁସାରେ ବୀମା ଯୋଜନା ଆବଶ୍ୟକତା ବଢୁଛି । ନିକଟରେ କୋଭିଡ-19 ସହ ଜଡିତ ବିଶେଷ ବୀମା ପଲିସି ଅଧିନରେ 15 ଲକ୍ଷ ଲୋକ ପୂର୍ବରୁ ବୀମା ସୁରକ୍ଷା କବଚ ନେଇସାରିଛନ୍ତି ।

ଇନସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡ଼େଭଲପମେଣ୍ଟ ଅଥରଟି (ଇରଡା)ର ଚେୟାରମ୍ୟାନ ସୁଭାଷ ସି ଖୁଣ୍ଟିଆ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ଶିଳ୍ପ ପରିସଂଘ ଫିକ୍କିର ବୀମା କ୍ଷେତ୍ର ଉପରେ ଆୟୋଜିତ ଏକ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଖୁଣ୍ଡିଆ ଏ ସମ୍ବନ୍ଧରେ ଉଦବୋଧନ ଦେଇଛନ୍ତି ।

ସେ କହିଛନ୍ତି କି , ବୀମା କମ୍ପାନୀ ଏଭଳି ସଙ୍କଟ ସମୟରେ ପଲିସି ଧାରକଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିବା ଦରକାର । ଏଥିପାଇଁ କୋରୋନା କବଚ ଓ କୋରୋନା ରକ୍ଷକ ପଲିସି ଅଫର ଦେବା ପାଇଁ ଇରଡା ବୀମା ଉଦ୍ୟୋଗକୁ କହିଛି ।

1 ମାସରୁ କମ ସମୟ ମଧ୍ୟରେ ଏହି ଦୁଇଟି ବୀମା ପଲିସି ଅଧୀନରେ 15 ଲକ୍ଷରୁ ଅଧିକ ଲୋକ ବୀମା କଭର ନେଇଛନ୍ତି । ଏଥିରୁ ଗ୍ରାହକଙ୍କ ଚାହିଦା ସ୍ପଷ୍ଟ ବାରି ହୁଏ ବୋଲି ଖୁଣ୍ଡିଆ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.