ETV Bharat / business

ସ୍ମଲ କ୍ୟାପରେ ନିବେଶ ପାଇଁ କେହି ବାଧ୍ୟ ନୁହେଁ

author img

By

Published : Sep 22, 2020, 5:52 PM IST

ନିବେଶ ସର୍ବଦା ନିବେଶକଙ୍କ ହିତରେ ହେବା ଆବଶ୍ୟକ । ଏଣୁ ବଜାର ନିୟମାକ କାହାକୁ ମଧ୍ୟ ସ୍ମଲ କ୍ୟାପରେ ନିବେଶ ପାଇଁ ବାଧ୍ୟ କରୁନାହିଁ । ଅଧିକ ପଢନ୍ତୁ..

ସ୍ମଲ କ୍ୟାପରେ ନିବେଶ ପାଇଁ କେହି ବାଧ୍ୟ  ନୁହେଁ
ସ୍ମଲ କ୍ୟାପରେ ନିବେଶ ପାଇଁ କେହି ବାଧ୍ୟ ନୁହେଁ

ନୂଆଦିଲ୍ଲୀ: ବଜାର ନିୟମାକ କାହାକୁ ମଧ୍ୟ ସ୍ମଲ କ୍ୟାପରେ ନିବେଶ ପାଇଁ ବାଧ୍ୟ କରୁନାହିଁ । ଆଉ ନିବେଶ ସର୍ବଦା ନିବେଶକଙ୍କ ହିତରେ ହେବା ଆବଶ୍ୟକ । ମଲ୍ଟି କ୍ୟାପ ମ୍ୟୁଚୁଆଲ ଫଣ୍ଡ ଯୋଜନା ପାଇଁ ନୂଆ ଫୋର୍ଟଫୋଲିୟୋ ଆବଣ୍ଟନ ନିୟମ ମଧ୍ୟରେ ସେବି ପ୍ରମୁଖ ଅଜୟ ତ୍ୟାଗୀ ଏ ନେଇ ମଙ୍ଗଳବାର କହିଛନ୍ତି ।

ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, ମଲ୍ଟି କ୍ଯାପ ମ୍ୟୁଚୁଆଲ ଫଣ୍ଡ ଯୋଜନାକୁ ନିଜ ନାଁ ଅନୁରୂପ ଅର୍ଥାତ true to label ହେବା ଆବଶ୍ୟକ । ଅର୍ଥାତ ନିବେଶକ ଯୋଜନା ଅଧିନରେ କରୁଥିବା ନିବେଶର ସଠିକ ସୂଚନା ବି ଜାଣିବା ଦରକାର ।

ନିୟାମକ ଏହି ମାସର ଆରମ୍ଭରେ ମଲ୍ଟି କ୍ୟାପ ଫଣ୍ଡଗୁଡିକୁ ନିର୍ଦ୍ଦେଶ ଦେଇଥିଲା ଯେ ସେମାନେ ଲାର୍ଜ କ୍ୟାପ, ମିଡ କ୍ୟାପ ଓ ସ୍ମଲ କ୍ୟାପ ସେୟାର ମଧ୍ୟରୁ ପ୍ରତ୍ୟେକରେ ସର୍ବନିମ୍ନ 25 ପ୍ରତିଶତ ନିବେଶ କରନ୍ତୁ । ଏହି ନିଷ୍ପତ୍ତି ଦ୍ବାରା ମ୍ୟୁଚୁଆଲ ଫଣ୍ଡ ଉଦ୍ୟୋଗ ଓ ଫଣ୍ଡ ପରିଚାଳକଙ୍କ ଚିନ୍ତା ବଢିଯାଇଛି । କାରଣ ଏହା ପୂର୍ବରୁ ନିବେଶ ସୀମାକୁ ନେଇ କୌଣସି କଟକଣା ନଥିଲା ।

ତ୍ୟାଗୀ କହିଛନ୍ତି କି, ‘‘ମଲ୍ଟି କ୍ୟାପ ଫଣ୍ଡ ନା ଅନୁସାରେ ହେବା ଦରକାର । ଆମେ କାହାକୁ ମଧ୍ୟ ଏହି ସ୍ମଲ କ୍ୟାପ ଓ ମିଡ କ୍ୟାପରେ ନିବେଶ ପାଇଁ ବାଧ୍ୟ କରିପାରୁନାହିଁ ।’’ ମ୍ୟୁଚୁଆଲ ଫଣ୍ଡ ଯୋଜନାର ଅନୁଚିତ ବର୍ଗୀକରଣ ଦ୍ବାରା ଭ୍ରମ ଓ ଭୁଲ ବିକ୍ରି ହେବ । ସେବିକୁ ମଲ୍ଟି କ୍ୟାପ ଯୋଜନା ବିଷୟରେ ଆସୋସିଏସନ ଅଫ ମ୍ୟୁଚୁଆଲ ଫଣ୍ଡସ ଇନ ଇଣ୍ଡିଆରୁ କିଛି ପରାମର୍ଶ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.