ETV Bharat / business

20% ମହଙ୍ଗା ଖବର କାଗଜ, ତେଜିଲା ସୀମା ଶୁଳ୍କ ଛାଡ ଦାବି

author img

By

Published : Jan 17, 2021, 6:29 AM IST

କୋଭିଡ-19 ମହାମାରୀରୁ ଖବରକାଗଜ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସର୍ବାଧିକ ସମାଚାର ପତ୍ର ସଂସ୍ଥା ସବୁ ଗ୍ରାମାଞ୍ଚଳକୁ ଖବରକାଗଜ ପଠାଇବା ବନ୍ଦ କରିଦେଲା , ଯେଉଁଠି 50 ପ୍ରତିଶତରୁ କମ ପେପେର ଯାଉଛି ।

20% ମହଙ୍ଗା ଖବର କାଗଜ, ତେଜିଲା ସୀମା ଶୁଳ୍କ ଛାଡ ଦାବି
20% ମହଙ୍ଗା ଖବର କାଗଜ, ତେଜିଲା ସୀମା ଶୁଳ୍କ ଛାଡ ଦାବି

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ମଧ୍ୟରେ ଚାହିଦା ଓ ଯୋଗାଣର ଅସନ୍ତୁଳନ ମଧ୍ୟରେ ଗତ 3 ମାସରେ ଖବରକାଗଜ (ନ୍ୟୁଜପ୍ରିଣ୍ଟ)ର ଦାମ 20 ପ୍ରତିଶତ ବଢିଯାଇଛି । ଏଥିଯୋଗୁଁ ଖବରକାଗଜର ପ୍ରକାଶକ ସରକାରଙ୍କୁ ନ୍ୟୁଜପ୍ରିଣ୍ଟ ଉପରେ 5 ପ୍ରତିଶତ ଆମଦାନୀ ଶୁଳ୍କ ହଟାଇବାକୁ ଦାବି କରିଛନ୍ତି ।

ନ୍ୟୁଜପ୍ରିଣ୍ଟ ନ୍ୟୁଜପେପର ସୋସିଆଟିର ପ୍ରେସିଡେଣ୍ଟ ଏଲ ଅଦିମୁଲମ କହିଛନ୍ତି କି କୋଭିଡ-19 ମହାମାରୀରୁ ଏହି ଉଦ୍ୟୋଗ ଗଭୀର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସର୍ବାଧିକ ସମାଚାର ପତ୍ର ସଂସ୍ଥା ସେସବୁ ଗ୍ରାମାଞ୍ଚଳକୁ ଖବରକାଗଜ ପଠାଇବା ବନ୍ଦ କରିଦେଲା , ଯେଉଁଠି 50 ପ୍ରତିଶତରୁ କମ ପେପେର ଯାଉଛି ।

ବିତରଣର ଖର୍ଚ୍ଚ କମାଇବା ପାଇଁ ନ୍ୟୁଜପେପର ଏଭଳି ପଦକ୍ଷେପ ଉଠାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ବଜେଟ ପୂର୍ବରୁ ଦିଆଯାଇଥିବା ପରାମର୍ଶରେ ଆଇଏନଏସ କହିଛି କି ଖବରକାଗଜ ଆମଦାନୀ ଉପରୁ ସୀମା ଶୁଳ୍କ ହ୍ରାସ ପାଇଁ ବଡ ବଡ ନ୍ୟୁଜ ଏଜେନ୍ସି କହିଛନ୍ତି ।

ଏଥିରେ କୁହାଯାଇଛି କି ଉଦ୍ୟୋଗକୁ ପ୍ରୋତ୍ସାହନ ପ୍ୟାକେଜ ଦିଆଯାଉ କିମ୍ବା ସର୍ବନିମ୍ନ ପ୍ରକାଶନଙ୍କୁ 50 ପ୍ରତିଶତ ବୃଦ୍ଧି ଶୁଳ୍କ ସହ ବିଜ୍ଞାପନ ଜାରି ପାଇଁ ସାହାଯ୍ୟ କରାଯାଉ । ଯଦି ପ୍ରିଣ୍ଟ ମିଡିଆ ପାଇଁ ଏହି ସମୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ସମ୍ଭବ ନାହିଁ , ତେବେ ବିଜ୍ଞାପନ ଏବଂ ଦୃଶ୍ୟ ପ୍ରଚାର ନିର୍ଦ୍ଦେଶାଳୟ (ଡିଏଭିପି)କୁ ନିଜର ସମସ୍ତ ବିଭାଗର ବିଜ୍ଞାପନ 50 ପ୍ରତିଶତର ବର୍ଦ୍ଧିକ ଶୁଳ୍କ ସହ ଜାରି କରିବା ଉପରେ ବିଚାର କରିବା ଦରକାର । ଏହାଦ୍ବାରା ଉଦ୍ୟୋଗକୁ ସହଯୋଗ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.