ନୂଆଦିଲ୍ଲୀ: ନିକଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ଏମଏସଏମଇର ପରିଭାଷାରେ ପରିବର୍ତ୍ତନ କରାଯାଇଥିଲା । ଏବେ ପୁଣି ସରକାର ଏଥିରେ ଅନ୍ତଭୁକ୍ତ ମଧ୍ୟମ ଉଦ୍ୟୋଗ ପରିଭାଷାର ନୂଆ ସମୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ।
ମଧ୍ୟମ ବର୍ଗର ଉଦ୍ୟୋଗର ନିବେଶ ସୀମା ବଢାଇ 50 କୋଟି ଟଙ୍କା ଓ କାରବାର ସୀମା 200 କୋଟି କରିବାକୁ ଗଡକରୀଙ୍କ ପ୍ରସ୍ତାବ ପଠାଇଛନ୍ତି । ତେବେ ଏ ସମ୍ବନ୍ଧରେ ଆଦେଶ ଜାରି କରାଯିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମଏସଏମଇ ଉଦ୍ୟୋଗର ପରିଭାଷାରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ ।
ଘୋଷଣା ଅନୁଯାୟୀ ଅନୁଯାୟୀ
- ମାଇକ୍ରୋ - 1 କୋଟି ପର୍ଯ୍ୟନ୍ତ ନିବେଶ ଓ 5 କୋଟି ଟର୍ନଓଭର (ମ୍ୟାନୁଫେକ୍ଚରିଙ୍ଗ ଓ ସର୍ବିସ ଉଭୟ)
- ସ୍ମଲ - 10 କୋଟି ନିବେଶ ଓ 50 କୋଟି ଟନଓଭର
- ମଧ୍ୟମ - 20 କୋଟି ନିବେଶ ଓ 100 କୋଟି ଟନଓଭର
ହେଲେ ଗଡକରୀ କହିଛନ୍ତି କି, ମଧ୍ୟମ ଶ୍ରେଣୀର ୟୁନିଟ ଗୁଡିକ ପାଇଁ ନିବେଶ ସୀମା ମାନଦଣ୍ଡ 20ରୁ ବଢାଇ 50 କୋଟି ଟଙ୍କା ଓ କାରବାର ସୀମା 100 କୋଟିରୁ ବଢାଇ 200 କୋଟି କରିବା ଦରକାର । ଏନେଇ ସେ ରପ୍ତାନୀ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏ ନେଇ ସରକାର ଶୀଘ୍ର ନିର୍ଣ୍ଣୟ ନେବେ ବୋଲି ସେ କହିଛନ୍ତି ।