ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଧାନସଭା ନିର୍ବାଚନ ନେଇ ଭୋଟ ସରିଛି । ଏଥିରେ ମତଦାନ କରି ଦେଶର ବହୁ ବଡ ବଡ ଶିଳ୍ପପତି ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି ।
ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏଚଡିଏଫସିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ କେକୀ ମିସ୍ତ୍ରୀ ସମେତ ବହୁ ବଡ ବଡ ଉଦ୍ୟୋଗପତି ହାତରେ କାଳି ଲଗାଇ ନିଜ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ।
ଟ୍ବିଟରରେ ସବୁବେଳେ ଆକ୍ଟିଭ ରହୁଥିବା ଆନନ୍ଦ ମହିନ୍ଦ୍ରା ଭୋଟ ଦେବା ପରେ ଟ୍ବିଟ କରି ଲୋକଙ୍କୁ ମତଦାନ କରି ନିଜ ଲୋକତାନ୍ତ୍ରିକ ଅଧିକାରର ଉପଯୋଗ ପାଇଁ ଅପିଲ କରିଛନ୍ତି । ଏଥିସହ କହିଛନ୍ତି ଯେ, ‘ମତଦାନ କରିବା ଜୀବନର ସବୁଠୁ ବଡ ଅନୁଭବ ମଧ୍ୟରୁ ଗୋଟିଏ । ଏହା ଗଣାତାନ୍ତ୍ରିକ ଦେଶରେ ରହୁଥିବା ଲୋକଙ୍କ ଏକ ସ୍ବତନ୍ତ୍ର ଅଧିକାର ।
ସେହିପରି ଜେଏସଡବ୍ଲ୍ୟୁ ସମୂହର ଚେୟାରମ୍ୟାନ ସଜ୍ଜନ ଜିନ୍ଦଲ ମଧ୍ୟ ଟ୍ବିଟ କରି ଭୋଟରଙ୍କୁ ମତଦାନ ସାବ୍ୟସ୍ତ ନେଇ ପ୍ରୋତ୍ସାହିତ କରିଛନ୍ତି ।
ମହାରାଷ୍ଟ୍ରର 288 ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ 3,237 ଆଶାୟୀ ପ୍ରାର୍ଥୀ ଆଜି ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଏଥିରେ ମହିଳା 235 ରହିଛନ୍ତି । ଆସନ୍ତା 24ରେ ଏ ନେଇ ଫଳାଫଳ ଘୋଷଣା ହେବ ।