ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆଣିଛି 75 ପ୍ରତିଶତ କମ ଦର ଉପରେ ଅତିରିକ୍ତ ଡାଟା ଉପଯୋଗ ସମର୍ଥନ କରୁଥିବା ନୂଆ ଟପଅପ ପ୍ଲାନ । ଏହା 4ଜି ସ୍ପିଡରେ ଦୈନିକ 2 ଜିବି ଡାଟା ଉପଯୋଗ ସୀମା ବୃଦ୍ଧି କରି ବାର୍ଷିକ ରିଚାର୍ଜ ପ୍ଲାନକୁ 33 ପ୍ରତିଶତ ଶସ୍ତା କରିଛି । ଯାହାକି ପ୍ରତିଦ୍ବନ୍ଦୀ ଟେଲିକମ କମ୍ପାନୀଙ୍କ ତୁଳନାରେ ବହୁତ କମ ।
କମ୍ପାନୀ ୱେବସାଇଟ ଅନୁସାରେ, ୱାର୍କ ଫ୍ରମ ହୋମ , ଟପ ଅପ ପ୍ଲାନ ଭଳି ଜିଓ 3 ନୂଆ ଯୋଜନା ଅଣିଛି । ଯାହା 151ଟଙ୍କା(30 ଜିବି), 201 ଟଙ୍କା(40ଜିବି) ଓ 251 ଟଙ୍କା(50 ଜିବି)ରେ ଉପଲବ୍ଧ ରହିଛି ।
ଏହି ଯୋଜନା ସହ ହାରାହାରି ଡାଟା ଖର୍ଚ୍ଚ ପ୍ରତି ଜିବି ପିଛା ପାଖାପାଖି 5 ଟଙ୍କା ରହିଛି । ତେବେ ରିଲାଏନ୍ସ ଜିଓ ନିଜ ବାର୍ଷିକ ପ୍ଲାନ ଦାମ ସଂଶୋଧିତ କରି 2,399 ଟଙ୍କା କରିଦେଇଛି । ନୂଆ ପ୍ଲାନରେ ଦୈନିକ ଡାଟା ସୀମା 2 ଜିବିକୁ ବୃଦ୍ଧି କରାଯାଇଛି ।
ଏଥିପାଇଁ 365 ଦିନ ବୈଧତା ମୁଲ୍ୟରେ ବୃଦ୍ଧି ପରେ ବି ବାର୍ଷିକ ଯୋଜନା ପ୍ରତିଦ୍ବନ୍ଦୀ ତୁଳନାରେ 33 ପ୍ରତିଶତ ଶସ୍ତା ରହିଛି । ଯାହା ଏହା ଦ୍ବାରା ଆସିଥିବା ଅତିରିକ୍ତ ଡାଟା ଯୋଗୁଁ ରହିଛି । ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ କ୍ରମଶଃ 2,398 ଓ 2,399 ଟଙ୍କାର ବାର୍ଷିକ ଯୋଜନା ଆଣିଛନ୍ତି । ଯେଉଁଥିରେ 4 ଜି ସ୍ପିଡରେ ଦୈନିକ 1.5 ଜିବି ଡାଟା ମିଳୁଛି ।