ETV Bharat / business

କର୍ମଚାରୀଙ୍କୁ ସୁରକ୍ଷା ଦେବ ‘ଆରୋଗ୍ୟ ସଞ୍ଜିବନୀ’

author img

By

Published : Jul 25, 2020, 8:32 PM IST

ଗ୍ରୁପ ହେଲଥ ଇନ୍ସୁରାନ୍ସ ପ୍ରଡକ୍ଟ ଆରୋଗ୍ୟ ସଞ୍ଜିବନୀ ପଲିସି ଆଣିବାକୁ ବୀମା ପଲିସିକୁ ଅନୁମତି ଦେଇଛି ଇରଡା । ଯାହାକି ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିଷ୍ଠାନ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ । ଅଧିକ ପଢନ୍ତୁ...

କର୍ମଚାରୀଙ୍କୁ ସୁରକ୍ଷା ଦେବ ‘ଆରୋଗ୍ୟ ସଞ୍ଜିବନୀ ’

ନୂଆଦିଲ୍ଲୀ: ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବୀମା କଭରେଜର ବିସ୍ତାର ନେଇ ସ୍ବାସ୍ଥ୍ୟ ବୀମା କମ୍ପାନୀଙ୍କୁ ଜଣାଇଛି ବୀମା ନିୟାମକ ଇରଡା । ଏହି ଉଦ୍ଦେଶ୍ୟରେ ଗ୍ରୁପ ସ୍ବାସ୍ଥ୍ୟ ଇନ୍ସୁରାନ୍ସ ପ୍ରଡକ୍ଟ ଭାବେ ଆରୋଗ୍ୟ ସଞ୍ଜିବନୀ ପଲିସି ଆଣିବାକୁ ଇରଡା ଅନୁମତି ଦେଇଛି ।

ଆରୋଗ୍ୟ ସଞ୍ଜିବନୀ ପଲିସି ବ୍ୟକ୍ତିଗତ କିମ୍ବା ଗୋଷ୍ଠୀ ଆକାରରେ ରହିବ । ଏହା କୋଭିଡ-19 ରୋର ଚିକିତ୍ସାର ସବୁ ଖର୍ଚ୍ଚ ବହନ କରିବ । ଏନେଇ ଭାରତୀୟ ବୀମା ବିକାଶ ତଥା ନିୟାମକ ପ୍ରାଧିକରଣ(ଇରଡା) ପକ୍ଷରୁ କୁହାଯାଇଛି ।

ଉତ୍ପାଦନ, ସେବା, ଏସଏମଇ , ଏମଏସଏମଇ , ଲଜିଷ୍ଟିକ ସେକ୍ଟରରେ ନିୟୋଜିକ ବଡ ସଂଖ୍ୟକ କର୍ମଚାରୀ ଏବଂ ପ୍ରବାସୀ ଶ୍ରମିକଙ୍କୁ ଏହି ଗ୍ରୁପ ପଲିସି ସୁରକ୍ଷା ପ୍ରଦାନ କରିବ ବୋଲି ଇରଡା କହିଛି ।

ଏଥିସହ ଏହି ପଲିସି ବିଭିନ୍ନ ଘରୋଇ ଓ ସାର୍ବଜନୀନ ପ୍ରତିଷ୍ଠାନ କର୍ମଚାରୀଙ୍କ ଚିକିତ୍ସା ଆବଶ୍ୟକତାକୁ ମଧ୍ୟ ପୂରଣରେ ଏହା ବ୍ୟବହାରଯୋଗ୍ୟ ହେବ । ତେବେ ଏହି ଆରୋଗ୍ୟ ସଞ୍ଜିବନୀ ପଲିସିର ସର୍ବନିମ୍ନ ଓ ସର୍ବାଧିକ ବୀମା ରାଶି ନିର୍ଦ୍ଧାରଣ ନେଇ ବୀମା କମ୍ପାନୀଙ୍କୁ ସମ୍ପୂର୍ଣ୍ଣ ଅୁମତି ଦିଆଯିବ ବୋଲି ଇରଡା କହିଛି ।

ନିକଟରେ ନିୟାମକ ପକ୍ଷରୁ ବ୍ୟକ୍ତିଗତ ଆରୋଗ୍ୟ ସଞ୍ଜିବନୀ ପଲିସିର ସଂଶୋଧନ କରାଯାଇଥିଲା । ଏହା ଅନୁସାରେ ବୀମା କମ୍ପାନୀ ସର୍ବାଧିକ 5 ଲକ୍ଷ ଓ ସର୍ବନିମ୍ନ 1 ଲକ୍ଷ ଯାଏଁ ବୀମା ରାଶି ଅଫର ଆଣିବାକୁ ଅନୁମତି ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.