ETV Bharat / business

International Travel: ୪୦ ପ୍ରତିଶତ କମିବ ବିମାନ ଭଡା ! - ବିମାନ ଯାତ୍ରା ହେବ ଶସ୍ତା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ୪୦ ପ୍ରତିଶତ କମିପାରେ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଭଡା । ଅଧିକ ପଢନ୍ତୁ

International Travel: କମିବ ବିମାନ ଭଡା
International Travel: କମିବ ବିମାନ ଭଡା
author img

By

Published : Mar 11, 2022, 6:51 AM IST

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଶସ୍ତା ହୋଇପାରେ ବିମାନ ଯାତ୍ରା । ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ଭଡା ୪୦ ପ୍ରତିଶତ କମିପାରେ । ଆସନ୍ତା ୨୭ ତାରିଖରୁ ଦେଶର ଆନ୍ତର୍ଜାତିକ ବିମାନ ଉଡାଣ ସ୍ବାଭାବିକ ହେବ । ଯାହାଫଳରେ ବିମାନ ଉଡାଣ ସଂଖ୍ୟା ବୃଦ୍ଧି ପାଇବ । ଏହାଦ୍ବାରା ବିମାନ ଟିକେଟ୍ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ଇଣ୍ଡଷ୍ଟ୍ରୀ ଅଧିକାରୀମାନେ (Industry Executives) ଏହା କହିଛନ୍ତି ।

୨୦୨୦ରେ କୋଭିଡ ମହାମାରୀ ବ୍ୟାପିବା ପରଠୁ ଆନ୍ତର୍ଜାତିକ ଉଡାଣ ବନ୍ଦ ରହିଛି । କେବଳ ଏୟାର ବବଲ୍ ବୁଝାମଣା ଅଧୀନରେ ଅଳ୍ପ ସଂଖ୍ୟକ ବିମାନ ଉଡାଣକୁ ଅନୁମତି ଦିଆଯାଇଛି । ସୀମିତ ସଂଖ୍ୟା ବିମାନ ଚଳାଚଳ ଯୋଗୁଁ ଭଡା ମଧ୍ୟ ବୃଦ୍ଧି ପାଇଥିଲା । ଏବେ କୋରୋନା ସ୍ଥିତିରେ ସୁଧାର ଆସିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ଉଡାଣ ସ୍ବାଭାବିକ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ବିମାନ ସଂଖ୍ୟାରେ ବୃଦ୍ଧି ଘଟାଇପାରେ ।

ଆସନ୍ତା କିଛି ମାସ ମଧ୍ୟରେ ଲୁଫଥାନସା, ଇଣ୍ଡିଗୋ, ସ୍ବିସ୍ ଓ ସିଙ୍ଗାପୁର ଏୟାରଲାଇନ୍ସ ବିମାନ ଉଡାଣ ସଂଖ୍ୟା ବଢାଇବାକୁ ଯୋଜନା ରଖିଛନ୍ତି । ସିଙ୍ଗାପୁର ଏୟାରଲାଇନ୍ସ ଏହାର ବିମାନ ଉଡାଣ ସଂଖ୍ୟାକୁ ୧୭ ପ୍ରତିଶତ ବୃଦ୍ଧି କରିପାରେ । ସେହିପରି ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ପାଖାପାଖି ୧୦୦ଟି ବିଶ୍ବସ୍ତରୀୟ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.