ETV Bharat / business

ବରିଷ୍ଠ କର୍ମଚାରୀ ଓ ଲୋକୋ ପାଇଲଟଙ୍କ ଦରମା ହ୍ରାସ କଲା ଇଣ୍ଡିଗୋ - ଇଣ୍ଡିଗୋର ଦରମା ହ୍ରାସ

ବଜେଟ ଏୟାରଲାଇନ ଇଣ୍ଡିରୋଗର ବେତନ ହ୍ରାସର ଦ୍ବିତୀୟ ପର୍ଯ୍ୟାୟ । ବରିଷ୍ଠ କର୍ମଚାରୀ ଓ ପାଇଲେଟଙ୍କ ଦରମା କାଟ ନେଇ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ..

ବରିଷ୍ଠ କର୍ମଚାରୀ ଓ ପାଇଲେଟଙ୍କ ଦରମା ହ୍ରାସ କଲା ଇଣ୍ଡିଗୋ

author img

By

Published : Jul 27, 2020, 8:13 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତର ସବୁଠୁ ବଡ ଘରୋଇ ଏୟାରଲାଇନର ଆଉ ଏକ ବଡ ଘୋଷଣା । କମ୍ପାନୀ ଇଣ୍ଡିଗୋ ନିଜର ସିଇଓ ରନୋଜୟ ଦତ୍ତାଙ୍କ ସହ ବରିଷ୍ଠ କର୍ମଚାରୀଙ୍କ ଦରମାକୁ 35 ପ୍ରତିଶତ ହ୍ରାସ କରିବ ।

ଏୟାରଲାଇନ୍ସର ସିଇଓ ଦତ୍ତା ଆଭ୍ୟନ୍ତରୀଣ ଯୋଗାଯୋଗ ସହ କର୍ମଚାରୀଙ୍କୁ କହିଛନ୍ତି କି, ‘‘କମ ରାଜସ୍ୱ ସହିତ ଆମର ମୂଲ୍ୟ ସରଞ୍ଚନାକୁ ତଳକୁ ଖସାଇବା ପାଇଁ ପ୍ରୟାସ ଜାରି ରହିଛି । ଏହାର ଏକ ଅଂଶ ଭାବରେ ମତେ ଡର ରହିଛି କି ଆଗକୁ ଖର୍ଚ୍ଚ ଅଧିକ ହ୍ରାସ କରିବାକୁ ପଡିବ । ଏଥିପାଇଁ ଆମର ଦରମା କାଟ କରିବା ଆବଶ୍ୟକ ରହିଛି । ଏହି ସମୟରେ ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ପ୍ରଭାବ ହ୍ରାସ କରିବାକୁ, ଆମେ ଦରମା ବୃଦ୍ଧି କରିବୁ । କେବଳ ଦରମା ପିରାମିଡର ଶୀର୍ଷରେ ଥିବା କର୍ମଚାରୀଙ୍କୁ ଦରମା କାଟ ହେବ ।’’

ଦରମାରେ ଅଧିକ କାଟ ନିୟମ ସେପ୍ଟମ୍ବର ପହିଲାରୁ ଲାଗୁ ହେବ । ଏଥିସହ ଅନ୍ୟ ସମସ୍ତ କର୍ମଚାରୀଙ୍କ ଦରମା ମେ ମାସରେ ହୋଇଥିବା ଘୋଷଣା ଅନୁସାରେ ସ୍ଥିର ରହିବ ।

ସିଇଓଙ୍କ ଦରମାରେ 35 ପ୍ରତିଶତ ହ୍ରାସ କରାଯିବ । ବରିଷ୍ଠ ଉପସଭାପତିଙ୍କୁ 30 ପ୍ରତିଶତ ଦରମା କମ ନେଇ କୁହାଯାଇଛି । ଯେତେବେଳେ କି ପାଇଲେଟଙ୍କ ଦରମାରେ ହ୍ରାସ ସ୍ତରକୁ 28 ପ୍ରତିଶତ କରିଦିଆଯାଇଛି । ଆଉ ଉପସଭାପତି ଓ ସହାୟକ ଉପସଭାପତିଙ୍କ ଦରମା 15 ପ୍ରତିଶତ ଲେଖାଏଁ କମାଇବାକୁ କୁହାଯାଇଛି ।

ବଜେଟ ଏୟାରଲାଇନ ଇଣ୍ଡିରୋଗର ବେତନ ହ୍ରାସର ଏହା ଦ୍ବିତୀୟ ପର୍ଯ୍ୟାୟ ହେବ । ଗତ ମାସରେ, ଇଣ୍ଡିଗୋ ଏହାର କର୍ମଚାରୀଙ୍କ ପାଇଁ ମେ, ଜୁନ ଏବଂ ଜୁଲାଇ ମାସ ପାଇଁ ଏକ ସୀମିତ ଶ୍ରେଣୀଭୁକ୍ତ ଛୁଟି ଭାବରେ ପ୍ୟାକେଜ ଘୋଷଣା କରିଥିଲା ​​।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.