ETV Bharat / business

ଇଣ୍ଡିଗୋର କ୍ଷତି 620 କୋଟି

author img

By

Published : Jan 28, 2021, 10:20 PM IST

ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର 2020ରେ ସମାପ୍ତ ତୃତୀୟ ତ୍ରୟମାସରେ ମଧ୍ୟ ଇଣ୍ଡିଗୋକୁ ପ୍ରବଳ କ୍ଷତି ସହିବାକୁ ପଡିଛି । ଏହା ପୂର୍ବରୁ ମଧ୍ୟ ମହାମାରୀ ଯୋଗୁଁ କମ୍ପାନୀର ଘାଟା ବଢିଥିଲା । ଅଧିକ ପଢନ୍ତୁ..

ଇଣ୍ଡିଗୋର କ୍ଷତି 620 କୋଟି
ଇଣ୍ଡିଗୋର କ୍ଷତି 620 କୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଡିସେମ୍ବର 2020ରେ ସମାପ୍ତ ତୃତୀୟ ତ୍ରୟମାସରେ ସୁଲଭ ସେବା ପ୍ରଦାନକାରୀ ଏୟାରଲାଇନ ଇଣ୍ଡିଗୋକୁ 620 କୋଟି ଟଙ୍କାର ନିଟ ଘାଟା ହୋଇଛି । ଏହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଏୟାରଲାଇନ 496 କୋଟି ଟଙ୍କାର ନିଟ ଲାଭ କମାଇଥିଲା ।

ଚଳିତ ଆର୍ଥିକ ବର୍ଷର ଜୁନ ଓ ସେପ୍ଟେମ୍ବର ତ୍ରୟମାସରେ ମଧ୍ୟ ଏୟାରଲାଇନ କ୍ରମଶଃ 2,884 କୋଟି ଟଙ୍କା ଓ 1,194 କୋଟି ଟଙ୍କାର ନିଟ ଘାଟା ହୋଇଥିଲା । ଇଣ୍ଡିଗୋ ଗୁରୁବାର ଏହାର ବିବୃତ୍ତିରେ କହିଛି କି, ତ୍ରୟମାସ ମଧ୍ୟରେ ଏୟାରଲାଇନର ମୋଟ ଆୟ ମଧ୍ୟ 50 ପ୍ରତିଶତ ହ୍ରାସ ହୋଇ 5,142 କୋଟି ଟଙ୍କା ରହିଛି । ଡିସେମ୍ବର ତ୍ରୟମାସରେ ଏହାର ମୋଟ ଖର୍ଚ୍ଚ 41 ପ୍ରତିଶତ କମି 5,765 କୋଟି ଟଙ୍କା ରହିଛି ।

ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରୋନୋଜୟ ଦତ୍ତା କହିଛନ୍ତି କି, ‘ଆମ ପ୍ରଡକ୍ଟ ଉପରେ ଉପଭୋକ୍ତା ସନ୍ତୁଷ୍ଟ । ଆମେ ପୁନଃ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରୁଛୁ । ଇଣ୍ଡିଗୋ କହିଛି କି ତ୍ରୟମାସିକ ମଧ୍ୟରେ ଏହାର ଟିକେଟ ବୁକିଂ ବା ଲୋଡ ଫେକ୍ଟର 72 ପ୍ରତିଶତ ରହିଛି । ଯାହା ଏହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ 87.6 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.