ETV Bharat / business

କୋଭିଡରୁ ମୁକୁଳିଛି ଆଇଟି ଇଣ୍ଡଷ୍ଟ୍ରି, ଅଭିବୃଦ୍ଧି 2.3% ଆଶା - ଆଇଟି ସେକ୍ଟର

କୋଭିଡ ସଙ୍କଟରୁ ଶୀଘ୍ର ମୁକୁଳିପାରିଛି ଭାରତୀୟ ଆଇଟି ଇଣ୍ଡଷ୍ଟ୍ରି । ଆର୍ଥିକ ବର୍ଷ 2020-21 ରେ ଆଇଟିର ଆୟ ବଢି 194 ଅରବ ଡଲାର ହେବା ଆଶା ରହିଛି । ଅଧିକ ପଢନ୍ତୁ..

କୋଭିଡରୁ ମୁକୁଳିଛି ଆଇଟି ଇଣ୍ଡଷ୍ଟ୍ରିଜ, ଅଭିବୃଦ୍ଧି 2.3% ଆଶା

author img

By

Published : Feb 15, 2021, 5:32 PM IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2020-21 ରେ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଉଦ୍ୟୋଗର ରାଜସ୍ବ 2.3 ପ୍ରତିଶତ ବଢିପାରେ । ଫଳରେ ଏହି ଅବଧିରେ ଆଇଟି ଆୟ ବଢି 194 ଅରବ ଡଲାର ହେବା ଆଶା ରହିଛି ।

ଏଭଳି ଭାବେ ଆଇଟି ରପ୍ତାନୀ 1.9 ପ୍ରତିଶତ ବଢି 150 ଅରବ ଡଲାର ଯାଏଁ ରହିବା ଆକଳନ ରହିଛି । ଉଦ୍ୟୋଗ ସଙ୍ଗଠନ ନାସକମ (Nasscom) ଏ ନେଇ ସୋମବାର ଜଣାଇଛି । ନାସକମ କହିଛି କି କୋରୋନା ଭାଇରସ ମହାମାରୀରେ ପ୍ରଭାବିତ ଏହି ଆର୍ଥିକ ବର୍ଷରେ ଆଇଟି ଉଦ୍ୟୋଗର ନିଟ ଆଧାରରେ ଚାକିରୀ ଦେଇପାରେ । ଏହି ଅବଧିରେ ଉଦ୍ୟୋଗରେ 1.38 ଲକ୍ଷ ନୂଆ ନିଯୁକ୍ତି ସହ ରୋଜଗାର ପାଇଥିବା ଲୋକଙ୍କ ମୋଟ ସଂଖ୍ୟା ବୃଦ୍ଧି ହୋଇ 44.7 ଲକ୍ଷରେ ପହଞ୍ଚିଯାଇଛି ।

ନାସକମର ପ୍ରେସିଡେଣ୍ଟ ଦେବଯାନୀ ଘୋଷ କହିଛନ୍ତି କି, ଆମେ ଏହି ସଙ୍କଟୁ ଅଧିକ ନମନୀୟ ଏବଂ ଅଧିକ ପ୍ରାସଙ୍ଗିକ ଭାବରେ ଉଭା ହୋଇଛି । ଆମେ କୋଭିଡ ବିରୋଧରେ ଲଢେଇର ନେତୃତ୍ବ ନେବୁ । ’’ କୋଭିଡ ସଙ୍କଟରୁ ମୁକୁଳିବା ଥିବା ସେକ୍ଟର ମଧ୍ୟରେ ଉଦ୍ୟୋଗ ପ୍ରଥମ । କୋଭିଡ ଯୋଗୁଁ ସମଗ୍ର ବିଶ୍ବରେ ମୋଟ ଘରୋଇ ଉତ୍ପାଦରେ 3.5 ପ୍ରତିଶତର ହ୍ରାସ ହୋଇଛି । ଏଥି ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଖର୍ଚ୍ଚର 2020 ମଧ୍ୟରେ 3.2 ପ୍ରତିଶତ ହ୍ରାସ ପରେ ବି ଆଇଟି କ୍ଷେତ୍ର ନିଜକୁ ସମ୍ଭାଳିନେଇଛି । ସଙ୍ଗଠନ କହିଛି କି ଯଦି ତାଲିକାଭୁକ୍ତ କମ୍ପାନୀ ଦ୍ବାରା ଦିଆଯାଇଥିବା ତଥ୍ୟ ହିସାବକୁ ନେବା ତେବେ 15 ଅରବ ଡଲାରରୁ ଅଧିକ ଚୁକ୍ତି ସେମାନଙ୍କୁ ମିଳିଛି । ଏହି ରିପୋର୍ଟକୁ ନେଇ 100 ଇଣ୍ଡଷ୍ଟ୍ରିଜ ମଧ୍ୟରୁ 71 ପ୍ରତିଶତ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଅନୁସାରେ 2021ରେ ଆଇଟି ଉପରେ ଖର୍ଚ୍ଚ ଭଲ ରହିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.