ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବିନିବେଶ ନେଇ ରହିଥିବା ମନ୍ତ୍ରୀଙ୍କ ଶୀର୍ଷ ସମୂହର ଶନିବାର ବୈଠକ ହୋଇପାରେ । ଏଥିରେ ଋଣର ରିଷ୍ଟ୍ରକ୍ଚରିଂ ସହ ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ବିଚାର କରାଯିବ । ଏହି ପ୍ରମୁଖ ନିର୍ଣ୍ଣୟ ଏଭଳି ସମୟରେ ଆସିପାାରେ, ଯେବେ ବିନିବେଶର ସମୟସୀମା ଶେଷ (ଅକ୍ଟୋର 31) ତାରିଖ ପାଖେଇ ଆସୁଛି ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏଆଇଏସଏଏମ (ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟ୍ରାନେଟିଭ ମେକାନିଜିମ୍) ବୈଠକ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିବେ ।
ସୂତ୍ର ଅନୁସାରେ ଡିସେମ୍ବର ସୁଦ୍ଧା ପ୍ରଥମ ବିଡ କିମ୍ବା ଏକ୍ସପ୍ରେସନ ଅଫ ଇଣ୍ଟ୍ରେଷ୍ଟ (ରୁଚି ପତ୍ର ) ଜାରି କରିବା ସମୟସୀମା ବଢାଇ ଦିଆଯାଇଛି ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ , ଯାହା ଏଲଆଇଏସଏଏମର ମଞ୍ଜୁରୀ ପାଇଁ ରଖାଯାଇପାରେ, ସେହି ଚୁକ୍ତି ଆର୍ଥିକ ସଂରଞ୍ଚନା ସମ୍ବନ୍ଧରେ ହେବ । ଯେଉଁଥିରେ ପରିବର୍ତ୍ତନ ହୋଇପାରେ । ବିଶେଷ କରି ଏୟାରଲାଇନକୁ ଋଣ ସମ୍ଭନ୍ଧୀୟ ମାମଲା ।
2007 ପରେ ଏୟାର ଇଣ୍ଡିଆ ସରକାରୀ ମାଲିକାନାରେ ଥିବା ଘରୋଇ ଅପରେଟର ଇଣ୍ଡଆନ ଏୟାରଲାଇନ୍ସ ଲିମିଟେଡ ସହ ମିଶ୍ରଣ ପର ଠୁ କ୍ଷତିରେ ଚାଲିଛି ।