ETV Bharat / business

Festive dhamaka: ହୋମ ଲୋନ ଉପରେ ସୁଧ କମାଇଲେ ଏହିସବୁ ବ୍ୟାଙ୍କ

author img

By

Published : Oct 3, 2021, 9:47 AM IST

ସାଧାରଣତଃ ପାର୍ବଣ ଋତୁରେ ନୂଆ ଘର କିଣିବାକୁ ପସନ୍ଦ କରନ୍ତି ଲୋକେ । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ନେଇଆସିଛନ୍ତି ପାର୍ବଣ ଅଫର । ପୂର୍ବରୁ କିଛି ବ୍ୟାଙ୍କ ନିଜ ହୋମ ଲୋନ ଉପରେ ସୁଧହାର କମାଇଥିବାବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ବିଦେଶୀ ବ୍ୟାଙ୍କ । ଅଧିକ ପଢନ୍ତୁ...

Festive dhamaka: ହୋମ ଲୋନ ଉପରେ ସୁଧ କମାଇଲେ ଏହିସବୁ ବ୍ୟାଙ୍କ
Festive dhamaka: ହୋମ ଲୋନ ଉପରେ ସୁଧ କମାଇଲେ ଏହିସବୁ ବ୍ୟାଙ୍କ

ନୂଆଦିଲ୍ଲୀ: ପାର୍ବଣ ଧମାକା । ନୂଆ ଘର କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ । ହୋମ ଲୋନ ଉପରେ ସୁଧ ଶସ୍ତା କଲେ ଆଉ କିଛି ବ୍ୟାଙ୍କ । ପୂର୍ବରୁ କେତେକ ବ୍ୟାଙ୍କ ନିଜ ହୋମ ଲୋନ ସୁଧହାର କମ୍ କରିଥିଲେ । ଏବେ ବିଦେଶୀ ବ୍ୟାଙ୍କ HSBC ଏବଂ ଘରୋଇ Yes ବ୍ୟାଙ୍କ ସୁଧ କମାଇଛନ୍ତି ।

ବ୍ରିଟେନର HSBC ବ୍ୟାଙ୍କ ଭାରତରେ ବର୍ତ୍ତମାନ ୬.୪୫% ବାର୍ଷିକ ସୁଧ ଦରରେ mortgage(ବନ୍ଧକ) ଲୋନ ଦେବ । ଯାହା ଦେଶର ସବୁଠୁ ଶସ୍ତା ହୋମ ଲୋନ । ଅନ୍ୟ କୌଣସି ବ୍ୟାଙ୍କର ଲୋନ ଟ୍ରାନ୍ସଫର କରୁଥିବା ଗ୍ରାହକଙ୍କୁ ମଧ୍ୟ ଭଲ ଅଫର ଦେବ HSBC ।

HSBC ବ୍ୟାଙ୍କର ନୂଆ ଲୋନ ୬.୭୦% ସୁଧରେ ଉପଲବ୍ଧ ହେବ । ଉକ୍ତ ସୁଧହାରରେ ୩୦ କୋଟି ଟଙ୍କା ଯାଏଁ ଋଣ ମିଳିବ । ଏହି ବ୍ୟାଙ୍କ ଦେଶର ଅନ୍ୟାନ୍ୟ ବ୍ୟାଙ୍କ ଦେଉଥିବା ହୋମ ଲୋନ ସହ ସମାନ । ଏନେଇ HSBC ବ୍ୟାଙ୍କ ଏକ ବୟାନରେ କହିଛି କି, ପାର୍ବଣ ଅଫର ଭାବେ ସେ ୩୧ ଡିସେମ୍ବର ଯାଏଁ ଲୋନ ଉପରେ ପ୍ରୋସେସିଂ ଫି ମଧ୍ୟ ଛାଡ କରିବ ।

ଅନ୍ୟପଟେ Yes ବ୍ୟାଙ୍କ ମଧ୍ୟ ନିଜ ହୋମ ଲୋନ ସୁଧହାର ହ୍ରାସ କରିଛି । ବର୍ତ୍ତମାନ ୬.୭୦% ସୁଧହାର ସହ ଲୋନ ଦେବ Yes । କୌଣସି କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଏହି ସୁଧଦର ୬.୬୫% ଅଟେ । ଉଲ୍ଳେଖଯୋଗ୍ୟ, ଗତ ମାସରେ kotak mahindra bank ନିଜ ହୋମ ଲୋନ ଉପରେ ସୁଧ କମାଇ ୬.୫୦% କରିଥିଲା । ସେହିପରି SBI, HDFC ଭଳି ଦେଶର ପ୍ରମୁଖ ବ୍ୟାଙ୍କ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.