ETV Bharat / business

କାର କିଣିବାକୁ ଚାହୁଁଛନ୍ତି ? ଜାଣନ୍ତୁ, କେମିତି ବାଛିବେ ସର୍ବୋକୃଷ୍ଟ ବୀମା ପଲିସି

author img

By

Published : Jan 6, 2022, 4:21 PM IST

ଆପଣ ଗାଡି କିଣିବା ପାଇଁ ପ୍ଲାନ କରୁଛନ୍ତି କି ? ତେବେ ଗାଡିର ବୀମା ପଲିସି କରିବା ନିହାତି ଦରକାର । ନଚେତ୍ ପରେ ଆପଣଙ୍କୁ ଗଣିବାକୁ ପଡିବାରେ ହଜାର ହଜାର ଟଙ୍କା । ଏଣୁ ଜାଣିରଖନ୍ତୁ କିପରି ବାଛିବେ ସର୍ବୋକୃଷ୍ଟ ବୀମା ପଲିସି । ଅଧିକ ପଢନ୍ତୁ

କାର କିଣିବାକୁ ଚାହୁଁଛନ୍ତି ? ଜାଣନ୍ତୁ, କେମିତି ବାଛିବେ ସର୍ବୋକୃଷ୍ଟ ବୀମା ପଲିସି
କାର କିଣିବାକୁ ଚାହୁଁଛନ୍ତି ? ଜାଣନ୍ତୁ, କେମିତି ବାଛିବେ ସର୍ବୋକୃଷ୍ଟ ବୀମା ପଲିସି

ହାଇଦ୍ରାବାଦ: ନିଜ କାର୍‌ରେ ବୁଲିବା କାହାର ବା ସ୍ବପ୍ନ ନୁହେଁ । ନିଜର ଏହି ସ୍ବପ୍ନ ସାକାର କରିବାକୁ ଆମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଉ । ହେଲେ ଯେତେବେଳେ ବୀମା କଥା ଆସେ, ଗାଡି ପାଇଁ ସଠିକ୍ ବୀମା ପଲିସି ନେବାରେ ଆମେମାନେ ସେତେଟା ଗୁରୁତ୍ବ ଦେଇନଥାଉ । ଅଧିକାଂଶ ଲୋକେ ବୀମା ନ କରିବାର ପଶ୍ଚତାପ୍ ସେତେବେଳେ କରିଥାନ୍ତି, ଯେତେବେଳେ ତାଙ୍କ ଗାଡି କୌଣସି ଦୁର୍ଘଟଣାର ଶିକାର ହୁଏ । ସେଥିପାଇଁ ତ କୁହାଯାଏ, 'better late than never' । ତେଣୁ ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଗାଡିର ବୀମା ପଲିସି କରିବା ନିହାତି ଦରକାର ।

ବୀମା କରିବା ଦ୍ବାରା ଆପଣ କୌଣସି ଦୁର୍ଘଟଣା ବା ଚୋରି ସମ୍ବନ୍ଧୀୟ କ୍ଷତିକୁ ସହଜରେ କଭର କରିବା ସଙ୍ଗେ ସଙ୍ଗେ ଆର୍ଥିକ ସୁରକ୍ଷା ପାଇପାରିବେ । କୋରୋନା କାଳରେ ଅଧିକାଂଶ ଲୋକେ ଏକାକୀ ଟ୍ରେଭେଲ କରିବାକୁ ପସନ୍ଦ କରୁଛନ୍ତି । ଯେଉଁ କାରଣରୁ କାର୍‌ଗୁଡିକର ବିକ୍ରି ବଢୁଛି । କହିରଖୁଛୁ କି, ଆଇନ ଅନୁଯାୟୀ ସବୁ ଯାନବାହନ ପାଇଁ ବୀମା ପଲିସି ଅପରିହାର୍ଯ୍ୟ ଅଟେ । ଆପଣଙ୍କ ନିକଟରେ ଗାଡିର ବୀମା ପଲିସି ପାଇଁ ଦୁଇଟି ବିକଳ୍ପ ଥାଏ, ଗୋଟିଏ ହେଉଛି କମ୍ପ୍ରେହେନସିଭ ଏବଂ ଅନ୍ୟଟି ଥାର୍ଡ ପାର୍ଟି (comprehensive and third party) । ସଡକରେ ଗାଡି ଚଳାଇବାକୁ ହେଲେ ଅତିକମ୍‌ରେ ଥାର୍ଡ ପାର୍ଟି (third party insurance) ବୀମା ନେବା ଅନିବାର୍ଯ୍ୟ ଅଟେ ।

ଗାଡି ବୀମା ନେବା ସମୟରେ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ରଖନ୍ତୁ:

  • ସମ୍ପ୍ରତ୍ତି ଡିଜିଟାଲ ଯୁଗରେ ମୋଟର ବୀମା ପଲିସି ଉଭୟ ଅନଲାଇନ ଏବଂ ଅଫଲାଇନରେ ଉପଲବ୍ଧ ହେଉଛି । ବୀମା ନେବାକୁ ହେଉ ଅଥବା ରିନ୍ୟୁ (renew) କରିବାର ହେଉ, ଅଧିକାଂଶ ଲୋକେ ଡିଜିଟାଲକୁ ଅଗ୍ରାଧିକାର ଦେଇଥାନ୍ତି । ଏହି ପ୍ରକ୍ରିୟାରେ ବୀମା କମ୍ପାନୀ ମଧ୍ୟ ଗୋଟିଏ ମାତ୍ର ଫୋନ କଲ୍‌ ଜରିଆରେ ଆପଣଙ୍କୁ ସାହାଯ୍ୟ କରିଥାନ୍ତି । ହେଲେ ଆପଣ ନୂଆ ବ୍ରାଣ୍ଡ କାର୍ ନିଅନ୍ତୁ କିମ୍ବା ବୀମା ରିନ୍ୟୁ କରନ୍ତୁ, ବ୍ୟାପକ ସତର୍କତା ଅବଲମ୍ବନ କରିବା ଜରୁରୀ ।
  • ପ୍ରଥମତଃ ଯେକୌଣସି ପଲିସି ଚୟନ କରିବା ପୂର୍ବରୁ ନିଜର ଆବଶ୍ୟକତାକୁ ଧ୍ୟାନରେ ରଖନ୍ତୁ । ଆବଶ୍ୟକତା ଆଧାରରେ ବୀମାର ବିକଳ୍ପ ବାଛିବା ବୁଦ୍ଧିମାନର କାମ ଅଟେ ।
  • ସବୁବେଳେ ଗୋଟେଇ ବିସ୍ତୃତ ପଲିସି (comprehensive policy) ଚୟନ କରନ୍ତୁ ଯାହା ପୂର୍ଣ୍ଣକାଳୀନ ସୁରକ୍ଷା ପ୍ରଦାନ କରୁଥିବ । comprehensive ବୀମା ପଲିସିରେ ଆପଣଙ୍କୁ ଥାର୍ଡ ପାର୍ଟି ବୀମା ମଧ୍ୟ ମିଳିଥାଏ ।
  • କେବଳ ଆଇନଗତ ଅନୁପାଳନ ଲାଗି ନିଜ ଗାଡିର ବୀମା କରିବା ଠିକ୍ ନୁହେଁ । ମନେରଖନ୍ତୁ ଗୋଟିଏ ଛୋଟିଆ ଦୁର୍ଘଟଣା ମଧ୍ୟ ଆପଣଙ୍କ ହଜାର ହଜାର ଟଙ୍କା ପାଣିରେ ପକାଇପାରେ । ଏଭଳି ସ୍ଥିତିରେ କେବଳ ବୀମା ପଲିସି ହିଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରିପାରିବ ।
  • ସାଧାରଣତଃ ଲୋକେ କମ୍ ପ୍ରିୟିୟମ ପଲିସି ( low premium policy) ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଧ୍ୟାନ ରଖନ୍ତୁ, କେବେହେଲେ କମ୍ ପ୍ରିମିୟମ କାରଣ ପାଇଁ ପଲିସି ନ ନିଅନ୍ତୁ । ସର୍ବଦା ବୀମା କମ୍ପାନୀର କ୍ଲେମ୍ ସେଟେଲମେଣ୍ଟ ପୃଷ୍ଠଭୂମି (claim settlement history) ଏବଂ ପ୍ରଦତ୍ତ ସେବାଗୁଡିକ ସମ୍ପର୍କରେ ସ୍ପଷ୍ଟ ହେବା ପରେ ହିଁ ନିଜର ବୀମା ପଲିସି ବାଛନ୍ତୁ ।
  • ଅତିରିକ୍ତ ପ୍ରିମିୟମ ପଇଠ କରି ଆମେ ଅଧିକ କଭର ଅର୍ଥାତ୍ ଅଧିକ ସୁବିଧା ଯୋଡି ପାରିବା । ହେଲେ comprehensive policy ବଦଳରେ ଅତିରିକ୍ତ କଭର (add-ons) ବାଛିବା ଉଚିତ୍ ନୁହେଁ । ଏ ଦିଗରେ ଅଧିକ ସାବଧାନତା ରକ୍ଷା କରିବା ନିତାନ୍ତ ଆବଶ୍ୟକ । କେତେକ ପଲିସି କେବଳ ଗାଡି କିମ୍ବା ଇଞ୍ଜିନ କ୍ଷତି କଭର ଅଫର କରିଥାନ୍ତି । ଏହି କଭର comprehensive ପଲିସି ଅଧିନରେ ଆସୁଛି କି ନାହିଁ ତାହା ଉପରେ ନିର୍ଭର କରେ । ତେଣୁ ଅତିରିକ୍ତ କଭର ଭାବେ ପ୍ରଦାନ କରାଯାଉଥିବା ସୁବିଧା ଆପଣ ଆବଶ୍ଯକ କରନ୍ତି କି ନାହିଁ ତାହା ନିଜେ ବିଚାର କରନ୍ତୁ ।
  • ବୀମା ଅବଧି ଶେଷ ହେବା ପୂର୍ବରୁ ଏହାକୁ ରିନ୍ୟୁ କରିବା ଆବଶ୍ୟକ । ନଚେତ୍ ନୋ କ୍ଲେମ ବୋନସ (No claim bonus) ହରାଇବାର ସମ୍ଭାବନା ଅଧିକ । କ୍ଲେମ୍ ନ ନେଲେ ପ୍ରତିବର୍ଷ ନୋ କ୍ଲେମ୍ ବୋନସ ପ୍ରଦାନ କରାଯାଇଥାଏ । ତେଣୁ ନିଜ ବୀମା ଟର୍ମ ପୁରିବା ପୂର୍ବରୁ ହିଁ ଏହାକୁ ରିନ୍ୟୁ କରିବାକୁ ଭୁଲନ୍ତୁ ନାହିଁ ।
  • ଭାରତୀୟ ବୀମା ନିୟାମକ ପ୍ରାଧିକରଣ(Insurance Regulatory Authority of India) ଅନୁଯାୟୀ, NCB(No claim bonus) ବୀମାଧାରକଙ୍କୁ ଦିଆଯାଏ, ବୀମା ଗାଡିକୁ ନୁହେଁ । ତେଣୁ ଯେବେ ବି ଆପଣ ନୂଆ କାର୍ କିଣୁଛନ୍ତି, ସେ କ୍ଷେତ୍ରରେ ଗାଡିର ବୀମା ନେଉଥିବା ସମୟରେ ଆପଣ ପୂର୍ବ ବର୍ଷର NCB ସ୍ଥାନାନ୍ତରିତ କରିପାରିବେ । ଏନେଇ ବୀମା କମ୍ପାନୀ ସହ ଚର୍ଚ୍ଚା କରନ୍ତୁ ।
  • ବୀମା ପଲିସି ନେଉଥିବା ସମୟରେ ଗାଡି, ମଡେଲ, ନିର୍ମାଣ, ବିକ୍ରି ବର୍ଷ, ଗାଡି ନମ୍ବର ଏବଂ ବ୍ୟକ୍ତିଗତ ବିବରଣୀ ସମନ୍ଧୀୟ ସମସ୍ତ ବିବରଣୀ ଠିକଠାକ୍ ଦେଇଛନ୍ତି କି ନାହିଁ ତାହା ସୁନିଶ୍ଚିତ କରନ୍ତୁ । ଯଦି କୌଣସି ତ୍ରୁଟି ରହୁଛି ତେବେ ତୁରନ୍ତ ବୀମା କମ୍ପାନୀଙ୍କ ଧ୍ୟାନ ଆକର୍ଷଣ କରି ଏହାକୁ ଠିକ୍ କରାନ୍ତୁ । କେବେ ବି ଭୁଲ୍ କ୍ଲେମ୍ ଦାଖଲ କରନ୍ତୁ ନାହିଁ । କାରଣ ଏହା ଆଇନଗତ ଅପରାଧ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.