ETV Bharat / business

Home Loan: EMI ଭରିବାକୁ ଅକ୍ଷମ କି ? କରନ୍ତୁ ଏହିସବୁ କାମ

ଘରଟିଏ କିଣିବା ଅନେକ ଲୋକଙ୍କ ପାଇଁ ସ୍ବପ୍ନଟିଏ ସତ ହେବା ସଦୃଶ । ଯଦି ଆପଣ ହୋମ୍ ଲୋନ ନେଇ ଘର କିଣୁଛନ୍ତି ଏବଂ ଠିକ୍ ସମୟରେ କିସ୍ତି ଭରୁଛନ୍ତି ତେବେ କିଛି ସମସ୍ୟା ହୋଇନଥାଏ । ହେଲେ ଯେତେବେଳେ କୌଣସି କାରଣ ପାଇଁ ଆପଣ କିସ୍ତି ଦେବା ବନ୍ଦ କରିଦିଅନ୍ତି, ସେତେବେଳେ ଘର କିଣିବା ଆପଣଙ୍କ ପାଇଁ ଦୁଃସ୍ବପ୍ନ ପାଲଟି ଯାଇଥାଏ । ଜାଣନ୍ତୁ କ'ଣ ସବୁ ସମସ୍ୟା ହୋଇଥାଏ ଏବଂ ଏହାକୁ କିପରି କରିବେ ସମାଧାନ

Home Loan: EMI ଭରିବାକୁ ଅକ୍ଷମ କି ? କରନ୍ତୁ ଏହିସବୁ କାମ
Home Loan: EMI ଭରିବାକୁ ଅକ୍ଷମ କି ? କରନ୍ତୁ ଏହିସବୁ କାମ
author img

By

Published : Feb 9, 2022, 2:57 PM IST

ହାଇଦ୍ରାବାଦ: ଘରଟିଏ କିଣିବା ଅନେକ ଲୋକଙ୍କ ପାଇଁ ସ୍ବପ୍ନଟିଏ ସତ ହେବା ସଦୃଶ । ଏଥିପାଇଁ ଲୋକେ ବିଶେଷଭାବେ ହୋମ ଲୋନକୁ ଗୁରୁତ୍ବ ଦେଇଥାନ୍ତି । ଏହି ଲୋନ ମଧ୍ୟ ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ ସୁଲଭ ଲୋନ ମଧ୍ୟରୁ ଅନ୍ୟତମ । ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ବିତ୍ତୀୟ ଅନୁଷ୍ଠାନରୁ ହୋମ ଲୋନ୍ ଖୁବ୍ ସହଜରେ ମିଳିଯାଉଛି । ହେଲେ ଲୋନ୍ ନେବା ପୂର୍ବରୁ ଧ୍ୟାନ ଦେବା ଜରୁରୀ ଯେ, ଯଦି ଆପଣ ଠିକ୍ ସମୟରେ ଲୋନ କିସ୍ତି ନ ଭରୁଛନ୍ତି ତେବେ ନାନା ଜଟିଳ ସମସ୍ୟାର ସାମ୍ନା କରିପାରନ୍ତି ।

ଲଗାତାର ତିନି ମାସ ଧରି ଯଦି ଆପଣ ହୋମ୍ ଲୋନ ଇଏମଆଇ(EMI) ଭରଣା କରନ୍ତି ନାହିଁ, ତେବେ ସମ୍ପୃକ୍ତ ଆର୍ଥିକ ଅନୁଷ୍ଠାନ ପକ୍ଷରୁ ଋଣକର୍ତ୍ତାଙ୍କୁ ନୋଟିସ୍ ଆସିଥାଏ । ଯଦି ଋଣକର୍ତ୍ତା ତଥାପି ଏହାର ଜବାବ ନ ଦିଅନ୍ତି ତେବେ ଋଣ ବସୁଲ କରିବାକୁ ବ୍ୟାଙ୍କ ଆବଶ୍ୟକୀୟ କାର୍ଯ୍ଯାନୁଷ୍ଠାନ ନେଇଥାଏ । ଏଥିସହ କିସ୍ତି ପଇଠ କରିବାରେ ବିଳମ୍ବ ହେଲେ ବ୍ୟାଙ୍କ ଇନଷ୍ଟଲମେଣ୍ଟ ରାଶିରୁ ଦୁଇ ପ୍ରତିଶତ ଜରିମାନା ଆଦାୟ କରିଥାଏ ମଧ୍ୟ ।

ଯେତେବେଳେ କୌଣସି ଲୋନ ଡିଫଲ୍ଟ ବନିଯାଏ, ତେବେ ଏହାକୁ ଏନପିଏ(NPA) ଭାବେ ଗ୍ରହଣ କରାଯାଏ । ବ୍ୟାଙ୍କ ଋଣକର୍ତ୍ତାକୁ କୌଣସି ନୋଟିସ୍ ପଠାଇବା ପୂର୍ବରୁ କିଛି କମ୍ପାନୀ ଲୋନ ଆଦାୟ ପାଇଁ ଥାର୍ଡ ପାର୍ଟିର ସାହାଯ୍ୟ ନେଇଥାନ୍ତି । ଯଦି ଲୋନ୍ ଏନପିଏ ବର୍ଗକୁ ଆସେ, ତେବେ ଋଣକର୍ତ୍ତା ଏବଂ ଋଣଦାତା ଅନୁଷ୍ଠାନ ମଧ୍ୟରେ ବିବାଦ ଦେଖାଯାଇଥାଏ । ଯାହାପରେ ଆପଣ ଅନ୍ୟ କୌଣସି ଲୋନ୍ ସେହି ବ୍ୟାଙ୍କରୁ ନେଉଛନ୍ତି ତାହା ମଧ୍ୟ ଏନପିଏ ଭାବେ ଗ୍ରହଣ କରାଯାଇଥାଏ । ଯେଉଁ କାରଣରୁ ସ୍ଥିତି ଅଧିକ ଜଟିଳ ହୋଇପଡେ ।

ଯଦି ଠିକ୍ ସମୟରେ କିସ୍ତି ପଇଠ ନ କରାଯାଏ, ଏହା କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଆପଣ ବାରମ୍ବାର ଇଏମଆଇ ଜମା ନ କରନ୍ତି, ଆପଣଙ୍କ କ୍ରେଡିଟ୍ ସ୍କୋର ହ୍ରାସ ପାଇପାରେ । ବର୍ତ୍ତମାନ ବ୍ୟାଙ୍କଗୁଡିକ ନିଜର ସୁଧହାରକୁ ରେପୋ ରେଟ୍ ସହ ଯୋଡି ଦେଇଛନ୍ତି । ଯଦ୍ବାରା ଲୋନ ନେଉଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ଆଧାରରେ ସୁଧହାର ନିର୍ଦ୍ଧାରଣ କରାଯାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର କମ୍ ତେବେ ସୁଧହାର ବଢିବାର ସମ୍ଭାବନା ଅଧିକ । ଯଦି ବ୍ୟାଙ୍କ୍ ସାବ୍ୟସ୍ତ କରିଦିଏ ଯେ, ଆପଣ ଜାଣିଶୁଣି କିସ୍ତି ଜମା କରୁନାହାନ୍ତି ତେବେ ଆପଣଙ୍କ ଲୋନ୍ କ୍ରେଡିବିଲିଟି ଉପରେ ଖରାପ ପ୍ରଭାବ ପଡିଥାଏ ।

ଏପରିସ୍ଥିତିରେ ଯଦି ଆପଣ ଅଧିକ ସୁଧହାର କିମ୍ବା ଅନ୍ୟ କାରଣରୁ ଲୋନକୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ବଦଳାଇବାକୁ ଚାହାନ୍ତି, ହୋଇପାରେ ପୁରୁଣା ବ୍ୟାଙ୍କରେ ଠିକ୍ ସମୟରେ ଇଏମଆଇ ପଇଠ ନ କରିବା ଯୋଗୁଁ ନୂଆ ବିତ୍ତୀୟ ଅନୁଷ୍ଠାନ ଆପଣଙ୍କ ଆବେଦନ ଆଗ୍ରହ୍ୟ କରିପାରେ । ଏହାପରେ ଭବିଷ୍ୟତରେ ଅନ୍ୟ ସବୁ ଲୋନ୍ ନେବାରେ ସମସ୍ୟା ହୋଇଥାଏ ।

ସମାଧାନ କ'ଣ ?

ସର୍ବପ୍ରଥମେ କିସ୍ତିଗୁଡିକ ପରିଶୋଧ କରିବା ଉପରେ ଫୋକସ୍ କରନ୍ତୁ । ଏହାକୁ ସୁଝିବାକୁ ଆପଣ ନିଜ ବନ୍ଧୁ କିମ୍ବା ପରିଜନଙ୍କ ଠାରୁ ଉଧାର ଆଣିପାରିବେ । ଯଦି ଆପଣଙ୍କ ନିକଟରେ ଫିକ୍ସଡ୍‌ ଡିପୋଜିଟ୍ କିମ୍ବା କୌଣସି ବୀମା ପଲିସି ରହିଛି ତେବେ ଆପଣ ଓଭରଡ୍ରାଫ୍ଟ ସୁବିଧାର ଲାଭ ଉଠାଇ ପାରିବେ । ସ୍ଥିତି ଠିକ୍ ହେବା ପରେ ସମସ୍ତ ବକେୟାକୁ ତୁରନ୍ତ ସୁଝନ୍ତୁ । ଯଦି ଆପଣ ଆର୍ଥିକ ରୂପେ ଖୁବ୍ ଅସ୍ଥିର, ତେବେ କମ୍ ସୁଧହାର ବିଶିଷ୍ଟ ନିବେଶ ପ୍ଲାନରେ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କୁ ଲାଗେ ଏହି ଋଣ ବୋଝ କମ୍ ହେବ ନାହିଁ ଏବଂ ଏହାକୁ ପରିଶୋଧ କରିବାର ସମସ୍ତ ବାଟ ବନ୍ଦ ରହିଛି, ଏପରି ସଙ୍ଗୀନ ସ୍ଥିତିରେ ଘର ବିକ୍ରୟ କରିବା ଛଡା ଅନ୍ୟ କୌଣସି ଉପାୟ ନାହିଁ ।

ଯଦି ଆପଣ ଦୀର୍ଘ ବର୍ଷ ଧରି EMI ପଇଠ ନ କରିଛନ୍ତି, ତେବେ ବୀମା ପଲିସି ଭଳି ଲୋନକୁ ବ୍ୟବହାର କରିପାରିବେ । ଧ୍ୟାନ ରଖିବେ, ଏପରି ସେତେବେଳେ କରନ୍ତୁ ଯେତେବେଳେ ଆପଣ ବେରୋଜଗାର ଥିବେ କିମ୍ବା କୌଣସି ରେଗୁଲାର ଆୟ ନଥିବ । ପ୍ରତି ପରିବାରରେ ଜରୁରୀକାଳୀନ ପାଣ୍ଠି ରହିବା ଜରୁରୀ, ଯାହା ଅତିକମ୍‌ରେ ୬ ମାସର ଇଏମଆଇ ପରିଶୋଧ କରିବାକୁ ସକ୍ଷମ ଥିବ । ଏହାଦ୍ବାରା ଆପଣଙ୍କ ଉପରେ କୌଣସି ଆର୍ଥିକ ଚାପ ପଡିନଥାଏ । ସର୍ବଦା କମ୍ ଇଏମଆଇ ଯୁକ୍ତ ଦୀର୍ଘକାଳୀନ ଲୋନ୍ ବାଛିବା ସୁରକ୍ଷିତ ଅଟେ ।

Bankbazaar.com ସିଇଓ ଅଦିଲ ସେଟ୍ଟୀଙ୍କ ଅନୁସାରେ, ଯେତେବେଳେ ଆପଣଙ୍କୁ ଲାଗିବ କି ସ୍ଥିତି ଖୁବ୍ ଖରାପ ହେବାରେ ଲାଗିଛି, ଏପରିସ୍ଥଳେ ଯଥାଶୀଘ୍ର ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ଏବଂ ସମାଧାନ ଦିଗରେ ଚିନ୍ତା କରନ୍ତୁ । Debt restructuring and moratorium ମାଧ୍ୟମରେ ନିଜ ଖରାପ ପରିସ୍ଥିତିରୁ ବାହାର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.