ETV Bharat / business

ଖୋଲିବ Employment exchange, ବରିଷ୍ଠ ନାଗରିକଙ୍କୁ ମିଳିବ ନିଯୁକ୍ତି - ବରିଷ୍ଠ ନାଗରିକକୁ ନିଯୁକ୍ତି

ଦେଶର ବରିଷ୍ଠ ନାଗରିକଙ୍କୁ ମିଳିବ ନିଯୁକ୍ତି । ଏନେଇ ଅକ୍ଟୋବର ପହିଲାରୁ Employment exchange ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏହି ପ୍ରକାର ନିଯୁକ୍ତି ଏକ୍ସଚେଞ୍ଜ ଦେଶରେ ପ୍ରଥମ । ଅଧିକ ପଢନ୍ତୁ...

ବରିଷ୍ଠ ନାଗରିକଙ୍କୁ ମିଳିବ ନିଯୁକ୍ତି, ଖୋଲିବ Employment exchange

author img

By

Published : Sep 30, 2021, 10:37 AM IST

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ସରକାର ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏପରି ଏକ Employment exchange ଖୋଲିବାକୁ ଯାଉଛନ୍ତି ଯଦ୍ବାରା ସେମାନେ ନୂତନ ଭାବେ ରୋଜଗାର ପାଇପାରିବେ । ଏହି exchange ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ଏହାବ୍ୟତୀତ ସରକାର ସିନିଅର ସିଟିଜେନଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଆରମ୍ଭ କରିଛନ୍ତି ।

ଏହି ନମ୍ବରରେ ସିନିୟର ସିଟିଜେନ ନିଜର ରେଜିଷ୍ଟେରସନ କରି ନିଜ ପାଇଁ ନିଯୁକ୍ତିର ଖୋଜ୍ କରିପାରିବେ । ଏହି ପ୍ରକାର ନିଯୁକ୍ତି ଏକ୍ସଚେଞ୍ଜ ଦେଶରେ ପ୍ରଥମ ଥର ଖୋଲିବାକୁ ଯାଉଛି । ଏନେଇ ଏକ ପୋର୍ଟାଲ ମଧ୍ୟ ଆରମ୍ଭ ହେବ । ତେଣୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଯେଉଁମାନେ ଚାକିରୀ ଚାହୁଁଛନ୍ତି, ଆସନ୍ତା ୧ ତାରିଖରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନରେ ଖୋଲୁଥିବା senior able citizens for re-employement in dignity(SACRED) ପୋର୍ଟାଲକୁ ଯାଇ ରେଜିଷ୍ଟେସନ କରିପାରିବେ ।

ଏକ ରିପୋର୍ଟ ମୁତାବକ ଏହା ଏକ ପରୋକ୍ଷ ପ୍ଲାଟଫର୍ମ ହେବ ଯେଉଁଥିରେ ହିତାଧିକାରୀମାନେ ପରସ୍ପର ସହ ଭର୍ଚୁଆଲି ସାକ୍ଷାତ କରିବେ ଏବଂ ରୋଜଗାର ସମ୍ବନ୍ଧରେ ଆଲୋଚନା କରିବେ । ମନ୍ତ୍ରଣାଳୟ CII, FICCI ଏବଂ Assocham ଭଳି ଇଣ୍ଡଷ୍ଟ୍ରୀ ଚ୍ୟାମ୍ବରକୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ସହଯୋଗ କରିବାକୁ କହିଛନ୍ତି ।

SACRED ପୋର୍ଟାଲରେ ସିନିଅର ସିଟିଜେନ ନିଜର ଶିକ୍ଷାଗତ ଯୋଗ୍ୟତା, ଅନୁଭବ, ଦକ୍ଷତା, ରୁଚି ସମ୍ପର୍କରେ ସୂଚନା ଦେବେ । ତେବେ ଏହି ଏକ୍ସଚେଞ୍ଜ ରୋଜଗାରର ଗ୍ୟାରେଣ୍ଟି ଦେବନାହିଁ ବୋଲି ସ୍ପଷ୍ଟ କରିଛି ମନ୍ତ୍ରଣାଳୟ । କମ୍ପାନୀ ଏବଂ ନିଯୁକ୍ତିଦାତା ନିଜ ଇଚ୍ଛା ଏବଂ ଆବଶ୍ୟକତା ଅନୁସାରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ଯୋଗ୍ୟତା ଦେଖି ଚାକିରୀ ଦେବେ ।

ଉଲ୍ଲେଖଯୋଗ୍ୟ, ହାରାହାରି ଆୟୁଷ ବୃଦ୍ଧି ଯୋଗୁଁ ଦେଶର ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଏହିଭଳି ଏକ୍ସଚେଞ୍ଜ ଅତ୍ୟନ୍ତ ଲାଭପ୍ରଦ ସାବ୍ୟସ୍ତ ହେବ । ଏକ ଆକଳନ ଅନୁଯାୟୀ, ୨୦୦୧ରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୭.୬ କୋଟି ଥିବାବେଳେ ୨୦୧୧ ସୁଦ୍ଧା ସଂଖ୍ୟା ୧୦.୪ କୋଟିକୁ ବୃଦ୍ଧି ପାଇଛି । ସେହିପରି ୨୦୫୦ ସୁଦ୍ଧା ଦେଶରେ ସମୁଦାୟ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ ପ୍ରତିଶତ ହୋଇଯିବା ନେଇ ଅନୁମାନ କରାଯାଇଛି ।

ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଦେଶବ୍ୟାପୀ ଏକ ଟୋଲ୍ ଫ୍ରି ହେଲ୍ପଲାଇନ ନଂ ୧୪୫୬୭ ମଧ୍ୟ ଆରମ୍ଭ କରିଛନ୍ତି । ଯାହାକୁ 'ଏଲ୍ଡର ଲାଇନ' କୁହାଯାଉଛି । ଏଥିରେ ଯୋଗାଯୋଗ କରିବା ପରେ ସେମାନଙ୍କ ପେନସନ, ଆଇନଗତ ବିଷୟ ଏବଂ ବାସହରାଙ୍କୁ ସହୟତା ଆଦି ଯୋଗାଇ ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.