ETV Bharat / business

CAIT ଦାବି: ଲକଡାଉନ ହେଲେ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର - compensation to traders

ଯଦି କୌଣସି ରାଜ୍ୟ ମହାମାରୀ ପ୍ରତିହିତ ପାଇଁ ଲକଡାଉନ ଲାଗୁ କରେ ତେବେ ସରକାର ସେଠାକାର ସମସ୍ତ ବ୍ୟବସାୟୀଙ୍କୁ ଉଚିତ କ୍ଷତିପୂରଣ ଦିଅନ୍ତୁ । ଏ ନେଇ ଦାବି କରିଛି ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) । ଅଧିକ ପଢନ୍ତୁ..

CAIT  ଦାବି: ଲକଡାଉନ ହେଲେ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର

author img

By

Published : Apr 13, 2021, 10:51 PM IST

ନୂଆଦିଲ୍ଲୀ: ଦେଶରେ ପୁଣି ବ୍ୟାପିବାରେ ଲାଗିଛି କୋରୋନା ଭାଇରସ ସଂକ୍ରମଣ । ନୂଆ ରେକର୍ଡ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିପାଇଁ ବହୁ ରାଜ୍ୟରେ କଟକଣା ଶକ୍ତ ହେବା ସହ ନାଇଟ କର୍ଫ୍ୟୁ ଜାରି ହୋଇଛି । ଏଭଳି ସ୍ଥିତିରେ ଯଦି କୌଣସି ରାଜ୍ୟ ମହାମାରୀ ପ୍ରତିହିତ ପାଇଁ ଲକଡାଉନ ଲାଗୁ କରେ ତେବେ ସରକାର ସେଠାକାର ସମସ୍ତ ବ୍ୟବସାୟୀଙ୍କୁ ଉଚିତ କ୍ଷତିପୂରଣ ଦିଅନ୍ତୁ । ଏ ନେଇ ଦାବି କରିଛି ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ।

ସିଏଆଇଟି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ପଠାଇ ଦାବି କରିଛି କି, ଯଦି ମହାମାରୀ ଉପରେ ଲଗାମ କଷିବାକୁ ପୁଣି ଥରେ ଲକଡାଉନ ଲାଗୁ ହୁଏ , ତେବେ ଦୋକାନ ବଜାର ବନ୍ଦ ରହିବ । ଫଳରେ ବ୍ୟବସାୟୀ ପୁଣି ପ୍ରବଳ କ୍ଷତିର ସାମ୍ନା କରିବେ । ଏଣୁ ଏହି କ୍ଷତିର ଭରଣା ପାଇଁ କ୍ଷତିପୂରଣ ସରକାର ଦେବା ଦରକାର ।

ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ‘‘ ସରକାରଙ୍କ ଆଦେଶ ମୁତାବକ କରାଯାଉଥିବା ଲକଡାଉନ କାରଣରୁ ବନ୍ଦ ଦୋକାନୀ କ୍ଷତିପୂରଣ ନେବା, ସେମାନଙ୍କ ଅଧିକାର । ତେବେ କ୍ଷତିପୂରଣ ପ୍ରଦାନର ଫର୍ମୁଲା ଦର୍ଶାଇ ସିଏଆଇଟି କହିଛି କି , ‘‘ ଯେଉଁ ଦୋକାନର ଯାହା ବାର୍ଷିକ ଟନ ଓଭର ରହିଛି, ତାହା ଅନୁସାରେ ସରକାରଙ୍କୁ ଏଭଳି ବେପାରୀଙ୍କୁ କ୍ଷତିପୂରଣ ଦେବା ଜରୁରୀ । ’’

ସିଏଆଇଟି ଅନୁସାରେ ଦେଶରେ ପ୍ରତିବର୍ଷ ପ୍ରାୟ 80 ଲକ୍ଷ କୋଟି ଟଙ୍କାର କାରବାର ହୋଇଥାଏ । ଯାହା ପ୍ରତି ମାସ ପ୍ରାୟ 6.5 ଲକ୍ଷ କୋଟି ଟଙ୍କାର ରହିଥାଏ । କେବଳ ମହାରାଷ୍ଟ୍ରର ମାସିକ କାରବାର କେବଳ 1 ଲକ୍ଷ କୋଟି ଟଙ୍କା , ଦିଲ୍ଲୀର 20 ହଜାର କୋଟି ଟଙ୍କା ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.