ETV Bharat / business

ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଅର୍ଥ ମନ୍ତ୍ରାଳୟ

author img

By

Published : Sep 4, 2020, 6:41 PM IST

ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଅର୍ଥମନ୍ତ୍ରାଳୟ ତତ୍ପର ରହିଆସିଛି । ନିକଟରେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ସ୍ବର ଉଠାଇଛି ମନ୍ତ୍ରାଳୟ । ଅଧିକ ପଢନ୍ତୁ..

ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ :  ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦର୍ଶାଇ ଅର୍ଥ ମନ୍ତ୍ରାଳୟ କହିଛି କି ସରକାର ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଘଟଣାରେ ସାମିଲ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି ।

ଚଳିତ ସପ୍ତାହର ଆରମ୍ଭରେ ମହାରାଷ୍ଟ୍ର ୱାର୍ଦ୍ଧା ଜିଲ୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର କର୍ମଚାରୀଙ୍କ ଉପରକୁ ଆକ୍ରମଣ ଖବର ଆସିଥିଲା ।

ଏହା ପୂର୍ବରୁ ମଧ୍ୟ ଗୁଜୁରାଟର ସୁରତରେ ଜଣେ ପୋଲିସ କନେଷ୍ଟବଳ କାନାଡା ବ୍ୟାଙ୍କର ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏପରିକି ତାଙ୍କ ପାସବୁକ ପ୍ରିଣ୍ଟ କରାଯାଇନଥିବାକୁ କର୍ମଚାରୀଙ୍କୁ ଉକ୍ତ କନେଷ୍ଟବଳ ଧକ୍କା ଦେଇଥିଲେ ।

ଏସବୁ ଘଟଣାକୁ ଦୃଷ୍ଟିରେ ରଖି ବିତ୍ତୀୟ ସେବା ବିଭାଗ ଟ୍ବିଟ କରି କହିଛି କି , ୱାର୍ଦ୍ଧା ଶାଖାର କର୍ମଚାରୀ ଅମୋଲ ବେଧମଙ୍କ ସହ ହୋଇଥିବା ଆକ୍ରମଣ ଘଟଣା ନିନ୍ଦନୀୟ । ବରିଷ୍ଠ ବ୍ୟାଙ୍କ ଅଧିକାରୀ ସ୍ଥାନୀୟ ଅଧିକାରୀଙ୍କ ସମ୍ପର୍କରେ ଅଛନ୍ତି । ସେ ସମ୍ପୁର୍ଣ୍ଣ ସହଯୋଗର ଆଶ୍ବସନା ଦେଇଛନ୍ତି । ଆଇନ ଅନୁସାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ । ସରକାରବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.