ETV Bharat / business

ଗ୍ଲେନମାର୍କର ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ଦୀପଙ୍କର ଭଟ୍ଟାଚାର୍ଜ୍ଯ - Dipankar Bhattacharjee

ବିଶ୍ବସ୍ତରୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ଦୀପଙ୍କର ଭଟ୍ଟାଚାର୍ଜୀଙ୍କୁ ଇଣ୍ଡିପେଣ୍ଡଣ୍ଟ ନନଏକ୍ସିକ୍ୟୁଟିଭ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ 14 ଅଗଷ୍ଟରୁ ଆସନ୍ତା 5 ବର୍ଷ ପାଇଁ ଏହି ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ...

ଗ୍ଲେନମାର୍କର ନିର୍ଦ୍ଦେଶକ ମଣ୍ଡଳୀରେ ସାମିଲ ହେଲେ ଦୀପଙ୍କର ଭଟ୍ଟାଚାର୍ଜୀ

author img

By

Published : Aug 17, 2020, 6:27 PM IST

ମୁମ୍ବାଇ: ବିଶ୍ବସ୍ତରୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଇଣ୍ଡିପେଣ୍ଡଣ୍ଟ ନନଏକ୍ସିକ୍ୟୁଟିଭ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ 14 ଅଗଷ୍ଟରୁ ଆସନ୍ତା 5 ବର୍ଷ ପାଇଁ ଏହି ଦାୟିତ୍ବ ତୁଲାଇବେ ।

ବିଶ୍ବସ୍ତରୀୟ ଜେନେରିକ୍ସ, ସ୍ପେସିଆଲିଟି ଓ ଓଟିସି ଫାର୍ମା, ମେଡିକାଲ୍ ଡିଭାଇସ ଏବଂ ଏଫଏମସିଜି ବ୍ୟବସାୟରେ ଭଟ୍ଟାଚାର୍ଯ୍ୟଙ୍କର 30 ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ବ୍ୟବସାୟର ବିଭିନ୍ନ ପର୍ଯ୍ୟାୟରେ କୌଶଳର ବିକାଶ ଓ ଏହାକ ପ୍ରୟୋଗ କରିବା, ବାଣିଜ୍ୟିକ ଅଭିବୃଦ୍ଧି ସହ ରିସର୍ଚ୍ଚ ଓ ଡେଭଲପମେଣ୍ଟକୁ ଆଗକୁ ନେବାରେ ଅଭିଜ୍ଞ ସଂସ୍ଥା ଗୁଡିକର ସେ ନେତୃତ୍ବ ନେଇଛନ୍ତି ।

ଭଟ୍ଟାଚାର୍ଯ୍ୟ ପୂର୍ବରୁ ଟିଭା ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିରେ ସଭାପତି ତଥା ସିଇଓ ଭାବରେ କାର୍ୟ୍ୟରତ ଥିଲେ । ଏହା ସହ ଗ୍ଲୋବାଲ୍ ଜେନେରିକ୍ସ ମେଡିସିନ ଅଫିସର ଭାବରେ ଟେଭା କାର୍ଯ୍ୟନିର୍ବାହୀ କମିଟି (ଟିଇସି), ପି ଆଣ୍ଡ ଜି ଏବଂ ଟାକେଡା ଫାର୍ମାସ୍ୟୁଟିକାଲ୍ସରେ ସହ ସଭାପତି ଭାବରେ କାର୍ଯ୍ୟକରିଥିଲେ ।

ଟେଭା ପୂର୍ବରୁ ଭଟ୍ଟାଚାର୍ଯ୍ୟ ବାଉସ୍ ଆଣ୍ଡ ଲମ୍ବ, ବ୍ୟାଙ୍କ ଅଫ୍ ଆମେରିକା ଏବଂ ନେଷ୍ଟଲେ ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ସଂଗଠନ ସହିତ କାର୍ଯ୍ୟ କରିଛନ୍ତି ।

ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଜମୁନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.