ETV Bharat / business

ବେକାରୀଙ୍କୁ ରୋଜଗାର ଦେଉଛି ଫେଡରାଲ ବ୍ୟାଙ୍କ

author img

By

Published : Jun 26, 2021, 6:43 PM IST

କୋରୋନା କାଳରେ ଫେଡରାଲ ବ୍ୟାଙ୍କ ଏକ ବିଶେଷ ପଦକ୍ଷେପ । ରୋଜଗାର ହରାଇଥିବା ବେକାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଛି ବ୍ୟାଙ୍କ । ଅଧିକ ପଢନ୍ତୁ..

ବେକାରୀଙ୍କୁ ରୋଜଗାର ଦେଉଛି ଫେଡରାଲ ବ୍ୟାଙ୍କ
ବେକାରୀଙ୍କୁ ରୋଜଗାର ଦେଉଛି ଫେଡରାଲ ବ୍ୟାଙ୍କ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ କାଳରେ ରୋଜଗାର ହରାଇଥିବା ଲୋକଙ୍କ ସହଯୋଗ ପାଇଁ ଫେଡରାଲ ବ୍ୟାଙ୍କ ଏକ ବିଶେଷ ପଦକ୍ଷେପ ନେଇଛି । ବ୍ୟାଙ୍କ କେରଳ ଶାଖାରେ ଏଭଳି 400 ଲୋକଙ୍କୁ 18,000 ଟଙ୍କା ମାସିକ ଦରମାରେ ଅସ୍ଥାୟୀ ଚାକିରୀ ଦେଇଛି ।

ଫେଡରାଲ ବ୍ୟାଙ୍କର ମୁଖ୍ୟ ମାନବ ସମ୍ଭଳ ଅଧିକାରୀ ଅଜିତ କୁମାର କେକେ କହିଛନ୍ତି କି, ଏହି ଲୋକଙ୍କୁ ‘କୋଭିଡ ୱାର୍ଡେନ’ ର ପଦ ଦିଆଯାଇଛି । ବ୍ୟାଙ୍କ ଶାଖାରେ ହେଉଥିବା ଭିଡକୁ ସମ୍ଭାଳିବା ଓ ଲୋକଙ୍କୁ ମାସ୍କ-ସାନିଟାଇଜର ଉପଲବ୍ଧ କରିବା ହେଉଛି ଏମାନଙ୍କ କାମ ।

କେକେ କହିଛନ୍ତି କି, ଜୀବିକା ଉପଲବ୍ଧ କରିବା ସମ୍ବନ୍ଧୀୟ ଏହି ପ୍ରକଳ୍ପ 2020 ଅଗଷ୍ଟରେ କର୍ପୋରେଟ ସାମାଜିକ ଦାୟିତ୍ବବୋଧ (ସିଏସଆର) ଅଧିନରେ ଆରମ୍ଭ କରାଯାଇଛି । ଏହା ଏବେ ବି ଜାରି ରହିଛି । ତେବେ ଏହା ଅସ୍ଥାୟୀ ରୋଜଗାର , ପୂର୍ଣ୍ଣକାଳୀନ ଚାକିରୀ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.