ନୂଆଦିଲ୍ଲୀ: ବଦଳିବ ଫେସବୁକ ନାଁ । ନୂଆ ପରିଚୟ ସହ ସାମ୍ନାକୁ ଆସିବ ଏହି ସୋସିଆଲ ମିଡିଆ ସଂସ୍ଥା । ବିଶ୍ବର ଅଗ୍ରଣୀ ସୋସିଆଲ ମିଡିଆ ସଂସ୍ଥା ଫେସବୁକ ନିଜ କମ୍ପାନୀର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସପ୍ତାହ ସୁଦ୍ଧା ଏହାର ନୂତନ ନାମ ଘୋଷଣା ହୋଇପାରେ ।
ସୂଚନାଯୋଗ୍ୟ, ଅକ୍ଟୋବର ୨୮ରେ ଫେସବୁକର ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଫେସବୁକର ନୂତନ ନାମ ଘୋଷଣା କରିପାରନ୍ତି । କହିରଖୁଛୁ କି, ଏନେଇ ଫେସବୁକ୍ ପକ୍ଷରୁ କୌଣସି ଅଫିସିଆଲ ମନ୍ତବ୍ୟ ଦିଆଯାଇ ନାହିଁ ।
ଫେସବୁକ ବର୍ତ୍ତମାନ ଏକ ମେଟାଭର୍ସ କମ୍ପାନୀ ପରିକଳ୍ପନା ଉପରେ କାର୍ଯ୍ୟ କରୁଛି । ଯେଉଁଥିରେ ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗତ ଜୁଲାଇରେ ମାର୍କ ଜୁକରବର୍ଗ ଏ ସମ୍ପର୍କରେ ଜଣାଇଥିଲେ । ମେଟାଭର୍ସ ଏକ ଭର୍ଚୁଆଲ ପ୍ଲାଟଫର୍ମ ଯେଉଁଠି ଲୋକେ ଶାରୀରିକ ଭାବେ ଉପସ୍ଥିତ ନ ହୋଇ ମଧ୍ୟ ଉପସ୍ଥିତ ରହିବେ ।