ETV Bharat / business

ଲକଡାଉନ, 6 ଲକ୍ଷ କମ୍ପାନୀଙ୍କୁ ରିଲିଫ ଦେଲା ଇପିଏଫଓ

author img

By

Published : Apr 16, 2020, 10:33 PM IST

ମାର୍ଚ୍ଚ ମାସର ଇପିଏଫଓ ଯୋଗଦାନ ଭରିବାକୁ କମ୍ପାନୀଙ୍କୁ ମେ 15 ଯାଏଁ ସମୟ ଦେଲା ଇପିଏଫଓ । ଦେଶ ବ୍ୟାପି ଲକଡାଉନ ଜାରି ରହିଥିବାରୁ କମ୍ପାନୀ ଏନେଇ ଘୋଷଣା କରିଛି । ଅଧିକ ପଢ଼ନ୍ତୁ...

epfo gives time till may 15 for statutory payment of march relief to six lakh companies
ଲକଡାଉନ, 6 ଲକ୍ଷ କମ୍ପାନୀଙ୍କୁ ରିଲିଫ ଦେଲା ଇପିଏଫଓ

ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ମଧ୍ୟରେ କମ୍ପାନୀଙ୍କୁ ଆଶ୍ବସ୍ତି ଦେଇଛି କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(ଇପିଏଫଓ) । ଏହା ଅନୁଯାୟୀ ଏବେ ନିଯୁକ୍ତିଦାତା ମାର୍ଚ୍ଚର ଇପିଏଫ ଏବଂ ଅନ୍ୟାନ ସାମାଜିକ କଲ୍ୟାଣ ଯୋଜନାର ଯୋଗଦାନ ମେ 15 ଯାଏଁ କରିପାରିବ ।

ଇପିଏଫର ଏହି ନିଷ୍ପତ୍ତି ଦ୍ବାରା 6 ଲକ୍ଷ କମ୍ପାନୀ ତଥା 5 କୋଟିରୁ ଉର୍ଦ୍ଧ୍ବ ଅଂଶଧାରଙ୍କୁ ରିଲିଫ ମିଳିବ । ଇପିଏଫର ସାମାଜିକ ସୁରକ୍ଷା ଯୋଜନାରେ ମାର୍ଚ୍ଚ ମାସର ଯୋଗଦାନ ପେମେଣ୍ଟ ଡେଡଲାଇନ ଏପ୍ରିଲ 15 ରହିଥିଲା । କିନ୍ତୁ ସ୍ଥିତିକୁ ନଜରରେ ରଖି ଏବେ ଏହାକୁ ବଢାଯାଇଛି ।

ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, "କୋରୋନାଭାଇରସ ରୋକିବାକୁ ଏହା ଜାରି ହୋଇଛି । ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସର ଦରମା ପାଇଁ ଇଲେକ୍ଟ୍ରୋନିକ ଚାଲାଣ ସହ ରିଟର୍ଣ୍ଣ (ECR) ଦାଖଲ କରିବା ତାରିଖ 2020 ମେ 15 ଯାଏଁ କରାଯାଇଛି । ଏହି ନିୟମ ସେମାନଙ୍କ ପାଇଁ, ଯେଉଁମାନେ କର୍ମଚାରୀମାନଙ୍କୁ ମାର୍ଚ୍ଚ ମାସର ଦରମା ଦେଇ ସାରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.