ETV Bharat / business

ଗୋଟିଏ ଟ୍ବିଟ ପାଇଁ ସିଇଓ ପଦ ହରାଇପାରନ୍ତି ଏଲନ ମସ୍କ - ଏଲନ ମସ୍କ

ବିବାଦୀୟ ଟ୍ବିଟ ଯୋଗୁଁ ଲାଇମଲାଇଟରେ ରହୁଥିବା ଟେସଲାର ଏଲନ ମସ୍କ ଏବେ ପୁଣି ବିବାଦ ଘେରରେ । ଏଥିପାଇଁ ଟେସଲାର ବଜାର ମୁଲ୍ୟ କିଛି ଘଣ୍ଟା ମଧ୍ୟରେ 14 ଅରବ ଡଲଲାର ହ୍ରାସ ପାଇଛି। ଅଧିକ ପଢନ୍ତୁ....

Elon Musks
ଗୋଟିଏ ଟ୍ବିଟ ପାଇଁ ସିଇଓ ପଦ ହରାଇପାରନ୍ତି ଏଲନ ମସ୍କ
author img

By

Published : May 2, 2020, 11:23 PM IST

ସାନଫ୍ରାନ୍ସିକୋ: ମାତ୍ର ଗୋଟିଏ ଟ୍ବିଟ ଯୋଗୁଁ ଟେସଲା କାର ମେକର୍ସ ବୋର୍ଡ ସିଇଓ ପଦ ହରାଇପାରନ୍ତି ଏଲନ ମସ୍କ । ଏଥିସହ ସେ କରିଥିବା ଟ୍ବିଟକୁ ନେଇ ୟୁଏସ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସଇସି) ମଧ୍ୟ ତାଙ୍କ ବିରୋଧରେ ଆକ୍ସନ ନେଇପାରେ ।

ଏଲନଙ୍କ ଟ୍ୱିଟ ଯୋଗୁଁ ଟେସଲା ର ବଜାର ମୂଲ୍ୟ କିଛି ଘଣ୍ଟା ମଧ୍ୟରେ 14 ଅରବ ଡଲଲାର ହ୍ରାସ ପାଇଛି । ଏଲନ ମସ୍କ ଟ୍ବିଟ କରି କହିଛନ୍ତି ଯେ, ଇଲୋକ୍ଟ୍ରୋନିକ କାର ତିଆରି କରୁଥିବା କମ୍ପାନୀର ସେୟାର ଦାମ ବହୁତ ଅଧିକ ରହିଥାଏ । ଯାହାର ପ୍ରତିକ୍ରିୟା ସ୍ବରୂପ ମାର୍କେଟରେ କମ୍ପାନୀର ସେୟାରରେ ଭାରୀ ହ୍ରାସ ଦେଖିବାକୁ ମିଳିଛି । ଏଥିସହ ମାସ୍କଙ୍କର ମଧ୍ୟ 3 ଅରବ ଡଲାର କ୍ଷତି ହୋଇଛି ।

ଏହା ପୂର୍ବରୁ 2018 ଅଗଷ୍ଟରେ ଏକ ଟ୍ବିଟ କରି ମସ୍କ କହିଥିଲେ ଯେ, ଟେସଲା ଶୀଘ୍ର ଘରୋଇ କମ୍ପାନୀ ହେବାକୁ ଯାଉଛି । ଆଉ ଏହାର ପ୍ରତି ସେୟାର ଦାମ 420 ଡଲାର ହେବ । ଏହି ଟ୍ବିଟ କାରଣରୁ ତାଙ୍କ ଚେୟାରମ୍ୟାନ ପଦ ହରାଇବାକୁ ପଡିଥିଲା ।

ମସ୍କ ପୁଣି ଥରେ ଶୁକ୍ରବାର ଏକ ଟ୍ବିଟ ଜରିଆରେ ବିବାଦ ବଢାଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ, ‘‘(ମୋ ମତରେ) ଟେସଲା ଷ୍ଟକ ପ୍ରାଇସ ବହୁତ ଅଧିକ ରହିଛି ।’’ ଏହି ଟ୍ବିଟ ପୂର୍ବରୁ ଟେସଲାର ବଜାର ମୁଲ୍ୟ 141 ଅରବ ଡଲାର ରହିଥିବା । ହେଲେ ଟ୍ବିଟର କିଛି ଘଣ୍ଟା ପରେ ଏହା ହ୍ରାସ ପାଇଁ 121 ଅରବ ଡଲାରରେ ପହଞ୍ଚିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.