ETV Bharat / business

ରୁଗ୍ଣ ରିୟଲ ଇଷ୍ଟେଟ, କୋରୋନା ମାଡରେ ଭାଙ୍ଗିଲା ଘର ସ୍ବପ୍ନ

କୋରୋନା ସଂକ୍ରମଣ ଆଶଙ୍କାରେ ଲକଡାଉନ ଦେଶ । ନା ଅଧପନ୍ତରିଆ କାମ ହେଉଛି ନା ଘର ବିକ୍ରି ହେଉଛି । ସବୁ ଏବେ ଠପ । ଏଥିଯୋଗୁଁ ପ୍ରଭାବିତ ରିୟଲ ଇଷ୍ଟେଟ ଶିଳ୍ପ । ଫଳରେ ପୂର୍ବରୁ ଚାଲିଥିବା ପ୍ରକଳ୍ପ କାମ ସରିବାରେ ବିଳମ୍ବ ହେବ । ଅଧିକ ପଢନ୍ତୁ..

author img

By

Published : May 28, 2020, 11:44 PM IST

COVID-19S IMPACT ON REAL ESTATE
ରୁଗ୍ନ ରିୟଲ ଇଷ୍ଟେଟ, କୋରୋନା ମାଡରେ ଭାଙ୍ଗିଲା ଘର ସ୍ବପ୍ନ

ନୂଆଦିଲ୍ଲୀ: କୋରୋନା ମାଡରେ ଅର୍ଥବ୍ୟବସ୍ଥା କୋମାରେ । ସ୍ଥାଣୁ ବ୍ୟବସାୟ । କାମଧନ୍ଦା ବନ୍ଦ ଥିବାରୁ ଅଧାପନ୍ତରିଆ ନିର୍ମାଣଧୀନ କୋଠା । ସେପଟେ ଆୟ ବି ହ୍ରାସ ପାଉଥିବାକୁ କ୍ରେତା ଘର କିଣିବାକୁ ଉତ୍ସାହ ନୁହଁନ୍ତି । ଫଳରେ ରିୟଲ ଇଷ୍ଟେଟ ବ୍ୟବସାୟ ରୋଗାଗ୍ରସ୍ଥ ହୋଇପଡିଛି ।

ଦେଶରେ ବିଳାସମୟ ଶ୍ରେଣୀର ଘର ଅର୍ଥାତ 3 କୋଟି ଟଙ୍କାରୁ ଅଧିକ ଦାମର ଫ୍ଲାଟ ଚାହିଦା ଭାରି ମାତ୍ରାରେ ହ୍ରାସ ପାଇଛି । ଗତ 3 ବର୍ଷରେ 13,000ରୁ ଉର୍ଦ୍ଧ୍ବ ବିଳାସମୟ ଫ୍ଲାଟ ତିଆରି ହୋଇଛି । ଏଥିରୁ କେବଳ 45 ପ୍ରତିଶତ ବିକ୍ରି ହୋଇଛି । ରିପୋର୍ଟ ଅନୁସାରେ ଡେଭଲପର କମ୍ପାନୀ ଗତ 3 ବର୍ଷରେ ମଧ୍ୟରେ ଦେଶର 9 ପ୍ରମୁଖ ସହରରେ 13,290 ଲଗ୍ଜରୀ ଫ୍ଲାଟ ଠିଆ କରାଇଛି । ହେଲେ ଏ ବର୍ଷ ଜାନୁଆରୀ ସୁଦ୍ଧା ବିଲ୍ଡର ଏଥିରୁ ମାତ୍ର 5,926 ମହଙ୍ଗା ଫ୍ଲାଟ ବିକ୍ରି କରିପାରିଛନ୍ତି ।

ଏକ ରିପୋର୍ଟ ଅନୁସାରେ, କୋଭିଡ ମାଡରେ ଚଳିତ ଆର୍ଥିକ ବର୍ଷ (2020-21) ଶେଷ ସୁଦ୍ଧା ଭାରତ ରିୟଲ ଇଷ୍ଟେଟ ସେକ୍ଟରକୁ ପ୍ରାୟ 1 ଲକ୍ଷ କୋଟି ଟଙ୍କା କ୍ଷତି ହେବ ବୋଲି ଅନୁମାନ ରହିଛି । ଗ୍ଲୋବାଲ ଫ୍ରଫେସନାଲ ସର୍ବିଶେଷ ଫାର୍ମ KPMG ପକ୍ଷରୁ ‘‘କୋଭିଡ-19: ରିଆକ୍ଟ, ଆଡପ୍ଟ ଆଣ୍ଡ ରିକୋଭର-ଦି ନ୍ୟୁ ରିଆଲିଟି’ ଶୀର୍ଷର ନାମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି କି, ମହାମାରୀ ଯୋଗୁଁ ରିୟଲ ଇଷ୍ଟେଟ କାର୍ଯ୍ୟକଳାପକୁ ଆସନ୍ତା 6ରୁ 12 ମାସ ମଧ୍ୟରେ ହ୍ରାସ କରିବ । ପରେ ପୁଣି 18ରୁ 24 ମାସ ପରେ ସୁଧୁରିବା ଆଶା ରହିଛି ।

ରିପୋର୍ଟ ଅନୁଯାୟୀ, COVID-19 ପୂର୍ବ ଚ୍ୟାଲେଞ୍ଜଗୁଡ଼ିକ ଚାହିଦା ଓ ଲିକ୍ୟୁଡିଟି ଚାପ ସହ ଜଡିତ ରହିଥିଲା । କାରଣ ଏସବୁ ଆବାସିକ କ୍ଷେତ୍ରରେ ଲଘୁ ଓ ମଧ୍ୟମ ଅବଧିରେ ବିକ୍ରୟରେ ମନ୍ଥରତା ସୃଷ୍ଟି କରେ ।

କ୍ରେଡିଟରେ ହ୍ରାସ ଦ୍ବାରା ଘର ବିକ୍ରି ସଙ୍କୁଚିତ ହୋଇଥାଏ । ଯେଉଁଥିପାଇଁ ପ୍ରମୁଖ 7 ସହରରେ ବିକ୍ରି 2019-20ରେ 4 ଲକ୍ଷ ୟୁନିଟ କମିଥିଲା ବେଳେ ଓ 2020-21ରେ 2.8 ଲକ୍ଷ ୟୁନିଟରୁ 3 ଲକ୍ଷ ୟୁନିଟ ହ୍ରାସ ହେବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ କମର୍ସିଆଲ ସେକ୍ଟରରେ ଆଇଟି ଓ ବିପିଏମ ସେକ୍ଟରରେ ଲଗାତାର ଡ୍ରାଇଭିଂ ଚାହିଦା ବଢିବା ସମ୍ଭାବନା ରହିଛି ।

ତେବେ ଏହି ସେକ୍ଚରର ପୁନର୍ଜୀବନ ବିଷୟରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଗଠନମୂଳକ ପରିବର୍ତ୍ତନ ରିୟଲ ଇଷ୍ଟେଟ ମଧ୍ୟରେ ସୁଯୋଗ ସୃଷ୍ଟି କରିବ । ଅନାବଶ୍ୟକ ରିୟଲଇଷ୍ଟେଟ ବିଭାଗଗୁଡିକ ମଧ୍ୟରେ ଡାଟା ସେଣ୍ଟର, ଇଣ୍ଟିଗ୍ରେଟେଡ ଯୋଗାଣ ଶୃଙ୍ଖଳା, ଗୋଦାମ ଘର, ଇଣ୍ଡଷ୍ଟ୍ରିଆଲ ପାର୍କ ରହିବ ।

ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ଘର ବିକ୍ରି 42 ପ୍ରତିଶତ ହ୍ରାସ ପାଇଛି । ଏପଟେ କୋରୋନା ଭାଇରସ ବିସ୍ତାର ନେଇ ଚିନ୍ତା ମଧ୍ୟରେ ଦେଶର 7ଟି ପ୍ରମୁଖ ସହରରେ ଚାହିଦା ହ୍ରାସ ପାଇବାରେ ଲାଗିଛି ।

ହାଉସିଂ ବ୍ରୋକରେଜ ଫାର୍ମ ଅନାରକ(Anarock) ଅନୁଯାୟୀ ବର୍ଷକ ପୂର୍ବରୁ 7ଟି ସହରରେ ଗୃହ ବିକ୍ରୟ ପାଇଁ 78,510 ୟନିଟ ଠିଆ ହୋଇଥିଲା । ଦିଲ୍ଲୀ-ଏନସିଆର, ମୁମ୍ବାଇ ମହାନଗର ନିଗମ (MMR), କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁନେର ମାର୍ଚ୍ଚ 25 ପର୍ଯ୍ୟନ୍ତ ଘର ବିକ୍ରି ତଥ୍ୟ ଅନୁଯାୟୀ ପ୍ରତି ତ୍ରୟମାସିକ ଆଧାରରେ ବିକ୍ରି 24 ପ୍ରତିଶତ ହ୍ରାସ ପାଇଛି ।

ତଥ୍ୟ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ଗୃହ ବିକ୍ରି 41 ପ୍ରତିଶତ ହ୍ରାସ ପାଇଛି । 2020 ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 8,150 ୟୁନିଟ ବିକ୍ରି ହୋଇଛି । ଯେତେବେଳେ କି ଗତ ବର୍ଷ ଏହି ଅବଧିରେ 13,740 ୟୁନିଟ ରହିଥିଲା । ସେହିପରି ମୁମ୍ବାଇ ମହାନଗର ନିଗମରେ ବିକ୍ରି 13,910 ୟୁନିଟ ସହ 42 ପ୍ରତିଶତ ହ୍ରାସ ହୋଇଛି । ଗତ ବର୍ଷ ଏହି ଅବଧିରେ 24 ,000 ୟୁନିଟ ରହିଥିଲା । ବେଙ୍ଗାଲୁରୁରେ ବି 2020 ଜାନୁଆରୀ-ମାର୍ଚ୍ଚରେ 8,630 ୟୁନିଟ ବିକ୍ରି ହୋଇଛି । ଗତ ବର୍ଷ ଏହି ସମୟରେ 15,580 ୟୁନିଟ ରହିଥିଲ । ଏଭଳି ଭାବେ ପୁନେ, ହାଇଦ୍ରାବାଦ, ଚେନ୍ନାଇ , କୋଲକତାରେ ଯଥାକ୍ରମେ 7,200, 2,680, 2,190, 2,440 ୟୁନିଟ ବିକ୍ରି ହୋଇଛି । ଯାହାକି ପୂର୍ବରୁ ବର୍ଷ ଏହି ଅବଧି(ଜାନୁଆରୀ-ମାର୍ଚ୍ଚ)ରେ କ୍ରମଶଃ12,340, 5,400, 3,430, 4,020 ୟୁନିଟ ବିକ୍ରି ହୋଇଥିଲା ।

ରିୟଲ ଇଷ୍ଟେଟ ସହିତ ଜଡିତ ନିଯୁକ୍ତି

ଦେଶରେ କୃଷି ପରେ ରିୟଲଇଷ୍ଟେଟରେ ସବୁଠୁ ଅଧିକ ରୋଜଗାର ସୃଷ୍ଟି ହୁଏ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଏହି ସେକ୍ଟରରେ ଜବରଦସ୍ତ ସୁଯୋଗ ମିଳିଥାଏ । ଉଦ୍ୟୋଗର ଅନୁମାନ ଅନୁସାରେ ରିୟଲ ଇଷ୍ଟେଟ ଓ ନିର୍ମାଣ ସେକ୍ଟରର 90 ପ୍ରତିଶତ ଶ୍ରମ ବଳ ବିଲ୍ଡଙ୍ଗ ନିର୍ମାଣରେ ନିୟୋଜିତ ଥାଆନ୍ତି । ବାକି 10 ପ୍ରତିଶତ ଶ୍ରମ ବିଲ୍ଡିଙ୍ଗ ଫିନିସିଙ୍ଗ, ଇଲେକ୍ଟ୍ରି, ପ୍ଲମ୍ବିଙ୍ଗ ଭଳି ଅନ୍ୟାନ କାମ ଓ ସେବାରେ ନିଯୁକ୍ତ ଥାନ୍ତି ।

ନିର୍ମାଣରେ ଏଫଡିଆଇ(ବିଦେଶୀ ପ୍ରତ୍ୟକ୍ଷ ନିବେଶ )

ନିର୍ମାଣ ବିକାଶରେ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI): 2000 ରୁ ଡିସେମ୍ବର 2019 ମଧ୍ୟରେ ମୋଟ ପ୍ରବାହର 6 ପ୍ରତିଶତ ଟାଉନସିପ, ହାଉସିଙ୍ଗ , ବିଲ୍ଟ ଅପ , ଭିତ୍ତିଭୂମି ପାଇଁ ରହିଛି ।

ବଡ ଚ୍ୟାଲେଞ୍ଜ

କୋଭିଡ-19 ଯୋଗୁଁ ଜାରି ଲକଡାଉନ ମଧ୍ୟରେ ରିୟଲ ଇଷ୍ଟେଟ ସେକ୍ଟରକୁ ଗଭୀର କ୍ଷତି ସହିବାକୁ ପଡୁଛି । ପ୍ରବାସୀ ଶ୍ରମିକ ମାନେ ନିଜ ଘରକୁ ଫେରୁଥିବାକୁ ଶ୍ରମ ଶକ୍ତି ଅଭାବ ହେଉଛି । ଫଳରେ ନିର୍ମାଣ କାମ ପୂରଣ ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ବିଳମ୍ବ ହୋଇପାରେ । ଏଥିସହ ଲକଡାଉନ ପରେ ଯଦିଓ କିଛି କାମ ସନ୍ଧାନରେ ପ୍ରୋଜେକ୍ଟ ସାଇଟକୁ ଆସିପାରନ୍ତି ହେଲେ ପର୍ଯ୍ୟାପ୍ତ ଶ୍ରମିକ କାମରେ ନିୟୋଜିତ ହୋଇପାରିବେନି । ଏହା ବ୍ୟତିତ ଠିକାଦାର ମାନେ ଶ୍ରମ ଅଭାବ ସହ ଲିକ୍ୟୁଡିଟି ସଙ୍କଟର ସାମ୍ନା କରିବେ । ଏଥିମଧ୍ୟରେ ଅଟକି ରହିଥିବା ପ୍ରୋଜେକ୍ଟ ସବୁ ପୂରଣ କଷ୍ଟକର ହେବ ।

ଏପେଟ ଲୋକଙ୍କ ପାଖରେ ଆୟ ନଥିବାକୁ ସେମାନେ ଘର କିଣିବାକୁ ଉତ୍ସାହିତ ହେବ ନାହିଁ । ଫଳରେ ଚାହିଦା ହ୍ରାସ ପାଇବ । ବିକ୍ରି କମିବ । ଲିଜ ନିଆଯାଇଥିବା କାର୍ଯ୍ୟକଳାପ ଧୀମା ପଡିବ । ତେବେ କେନ୍ଦ୍ର ସରକାରଙ୍କ 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରେ ରିୟଲଇଷ୍ଟେଟକୁ ବୁଷ୍ଟର ଦେବାକୁ ହୋଇଛି ବିଭିନ୍ନ ଘୋଷଣା । ରିୟଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକର ସଂପୂର୍ଣ ସମୟସୀମାକୁ 6 ମାସ ପାଇଁ ବୃଦ୍ଧି କରାଯାଇଛି । ତେବେ ଯେଉଁ ପ୍ରକଳ୍ପଗୁଡିକର ପଞ୍ଜିକରଣ ବା ନିର୍ମାଣ ତାରିଖ 2020 ମାର୍ଚ୍ଚ 25ରେ କିମ୍ବା ପରେ ଶେଷ ହେଉଥିବ ତାହାକୁ ଏହି ଫାଇଦା ମିଳିପାରିବ । ଏଭଳି ଭାବେ ରିୟଲ ଇଷ୍ଟେଟ ସଂସ୍ଥାକୁ ରିହାତି ଦିଆଯାଇଛି । ଯାହା ଭବିଷ୍ୟତରେ ପୁଣି ଅଣ୍ଟା ସଳଖିବାକୁ ଏହି ସେକ୍ଟରକୁ ସାହାଯ୍ୟ କରିବ ବୋଲି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.