ETV Bharat / business

ମାଲ୍ୟା ବିରୋଧୀ ଯାଞ୍ଚରେ ସହଯୋଗ ପାଇଁ ଆମେରିକାକୁ ଅନୁରୋଧ ପତ୍ର ଜାରି - ମାଲ୍ୟା ମାମଲା

ମାଲ୍ୟା ମାମଲାରେ ଆମେରିକାରୁ କିଛି ନୂଆ ପ୍ରମାଣର ଆବଶ୍ୟକତା ରହିଛି । ଆଉ ବାକି ମିଳିଥିବା ପ୍ରମାଣକୁ ବ୍ୟବହାର ପାଇଁ ଆମେରିକାର ଆଟର୍ଣ୍ଣି ଜେନରାଲଙ୍କ ଅନୁମତି ଆବଶ୍ୟକ ରହିଛି । ଏଥିପାଇଁ ସିବିଆଇର ଅନୁରୋଧରେ ଏଲଓଆର ପତ୍ର ଜାରି କରିଛି ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ..

ମାଲ୍ୟା ବିରୋଧୀ ଯାଞ୍ଚରେ ସହଯୋଗ ପାଇଁ ଆମେରିକାକୁ ଅନୁରୋଧ ପତ୍ର ଜାରି

author img

By

Published : Sep 22, 2020, 7:36 PM IST

ମୁମ୍ବାଇ: କୋଟି କୋଟି ଠକେଇର ମୁଖ୍ୟ ମାଷ୍ଟରମାଇଣ୍ଡ ବିଜୟ ମାଲ୍ୟାଙ୍କ ବିରୋଧରେ ହେଉଥିବା ଯାଞ୍ଚରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)କୁ ସହଯୋଗ ପାଇଁ ଆମେରିକାକୁ ଅନୁରୋଧ ପତ୍ର LoR ଜାରି କଲା ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ।

ସିବିଆଇ ଏଥିପାଇଁ ଏକ ଆବେଦନ ଦାଖଲ କରିଥିଲା । ଯାହା ପରେ ଜଷ୍ଟିସ ଜୟେନ୍ଦ୍ର ସି ଜଗଦାଲେ ଏଲଓଆର ଜାରି କରିଛନ୍ତି । ମାଲ୍ୟା ମାମଲାରେ ସିବିଆଇ କହିଛି କି, ଆମେରିକାରୁ କିଛି ନୂଆ ପ୍ରମାଣର ଆବଶ୍ୟକତା ରହିଛି । ଆଉ ବାକି ମିଳିଥିବା ପ୍ରମାଣକୁ ବ୍ୟବହାର ପାଇଁ ଆମେରିକାର ଆଟର୍ଣ୍ଣି ଜେନରାଲଙ୍କ ଅନୁମତି ଆବଶ୍ୟକ ରହିଛି ।

LOR ହେଉଛି ଏକ ଔପୌଚାରିକ ପତ୍ର । ଯାହାକି ଏକ ଅଦାଲତ ଦ୍ବାରା କୌଣସି ବିଦେଶୀ ଅଦାଲତ ଏବଂ ସମ୍ପୃକ୍ତ ନ୍ୟାୟିକ ପ୍ରାଧିକରଣ କ୍ଷେତ୍ରରେ ବ୍ୟବହାର ହୁଏ । ଯେଉଁଠି ଅନୁସନ୍ଧାନ ଏବଂ ନ୍ୟାୟିକ ପ୍ରକ୍ରିୟା ବିଚାରାଧୀନ ରହିଥାଏ । ଏଣୁ ସିବିଆଇ ନିକଟରେ ସ୍ବତନ୍ତ୍ର ଅଦାଲତଙ୍କୁ ଏ ନେଇ ଏଲଓଆର ଜାରି ପାଇଁ ଅନୁରୋଧ କରିଥିଲା । ଯେପରି ଜଣାପଡିବ କି କିଙ୍ଗଫିସର ଏୟାରଲାଇନ୍ସର ଆମେରିକା ବ୍ୟାଙ୍କ ଖାତାରେ ପ୍ରାପ୍ତ ଧନ କେଉଁ କେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଥିଲା । ଯାଞ୍ଚ ଏଜେନ୍ସି ଏହି ବ୍ୟାଙ୍କ ଖାତା ସହ ଜଡିତ ପ୍ରମାଣ ଏକତ୍ର ପାଇଁ ମଧ୍ୟ ଅନୁରୋଧ କରିଥିଲା ।

ତେବେ ସିବିଆଇର ଅନୁରୋଧ ଗ୍ରହଣ କରି ଜଷ୍ଟିସ ଜଗଦାଲେ ୱାଶିଂଟନର ଡିସିର ଆରର୍ଣ୍ଣି ଜେନରାଲଙ୍କୁ ଅନୁରୋଧ ପତ୍ର ଜାରି ପାଇଁ ଆଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.