ETV Bharat / business

ସୋସିଆଲ ମିଡିଆରେ 30 ଦିନ ଯାଏଁ କୋକକୋଲାର ବିଜ୍ଞାପନ ବନ୍ଦ - Coca Cola Pauses Social Media Advertising

30 ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ବିଜ୍ଞାପନ ଦେବନି କମ୍ପାନୀ । ସୋସିଆଲ ମିଡିଆରେ ଭେଦଭାବ ବିରୋଧକୁ ନେଇ ଚାଲିଥିବା ଅଭିଯାନକୁ ପାଇଁ ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ । ଅଧିକ ପଢନ୍ତୁ..

ସୋସିଆଲ ମିଡିଆରେ 30 ଦିନ ଯାଏଁ କୋକକୋଲାର ବିଜ୍ଞାପନ ବନ୍ଦ

author img

By

Published : Jun 27, 2020, 7:08 PM IST

ସାନ ଫ୍ରାନ୍ସିସ୍କୋ: କୋକକୋଲା ବିଜ୍ଞାପନରେ ଲାଗିଲା ବ୍ରେକ । 30 ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ବିଜ୍ଞାପନ ଦେବନି କମ୍ପାନୀ । ଏଇ କିଛି ଦିନ ଧରି ସୋସିଆଲ ମିଡିଆରେ ରଙ୍ଗଭେଦ ବିରୋଧରେ ଅଭିଯାନ ଚାଲିଛି । ଏହାକୁ ନଜରରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । ଦୁନିଆରେ ଭେଦଭାବକୁ ନେଇ କୌଣସି ଯାଗା ନାହିଁ । ଆଉ ସୋସିଆଲ ମିଡିଆରେ ତ ଏଥିପାଇଁ ଆଦୌ ସ୍ଥାନ ନାହିଁ । କୋକକୋଲାର ଚେୟାରମ୍ୟାନ ଜେମସ କ୍ୟୁରେସୀ ଏ ନେଇ କହିଛନ୍ତି ।

ସେ କହିଛନ୍ତି କି ସୋସିଆଲ ମଡିଆ କମ୍ପାନୀଗୁଡିକୁ ଆକାଣ୍ଟେବିଲିଟି ଏବଂ ଟ୍ରାନ୍ସପ୍ରେନ୍ସି ମୁହାଁ କରାଇବାକୁ ପଡିବ । ଏଥିସହ ଏହା ଉପରେ ବିଚାର କରିବାକୁ କି ସେମାନେ କିପରି ହେଟ ସ୍ପିଚ ସହ ଡିଲ କରୁଛନ୍ତି । ଏଥିସହ କ୍ୟୁରେସୀ ସ୍ପଷ୍ଟ କରିଛନ୍ତି କି, ବିଜ୍ଞାପନ ରୋକିବା ଅର୍ଥ ଆଦୌ ନୁହେଁ କି ଆମେ ଏହି ଆନ୍ଦୋଳନରେ ଭାଗ ନେଉଛୁ । ଯାହାକୁ ଗତ ସପ୍ତାହରେ ଆଫ୍ରିକୀୟ ଆମେରିକୀୟ ଓ ସିଭିଲ ସୋସାଇଟି ଗ୍ରୁପ ଆରମ୍ଭ କରିଛି ।ୟୁନିଲିଭର ମଧ୍ୟ କହିଛି କି ସେ ଫେସବୁକ , ଟ୍ବିଟର, ଇନଷ୍ଟାରେ ଆମେରିକାରେ 2020 ଶେଷ ପର୍ଯ୍ୟନ୍ତ ବିଜ୍ଞାପନ ଉପରେ ରୋକ ଲଗାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.