ETV Bharat / business

LICରେ ୨୦% FDIକୁ କ୍ୟାବିନେଟର ଅନୁମୋଦନ - ଏଲଆଇସିରେ ୨୦ ପ୍ରତିଶତ ଏଫଡିଆଇକୁ ଅନୁମୋଦନ

ମାର୍ଚ୍ଚରେ ଭାରତର ସବୁଠୁ ବଡ ଆଇପିଓ ଲଞ୍ଚ କରିବ ଭାରତୀୟ ଜୀବନ ବୀମା ନିଗମ(LIC) । LIC ଆଇପିଓରେ ୨୦ ପ୍ରତିଶତ ଏଫଡିଆଇକୁ କ୍ୟାବିନେଟ୍ ଅନୁମୋଦନ । ଅଧିକ ପଢନ୍ତୁ

LICରେ ୨୦ % FDIକୁ କ୍ୟାବିନେଟର ଅନୁମୋଦନ
LICରେ ୨୦ % FDIକୁ କ୍ୟାବିନେଟର ଅନୁମୋଦନ
author img

By

Published : Feb 27, 2022, 9:32 AM IST

ନୂଆଦିଲ୍ଲୀ: ମାର୍ଚ୍ଚରେ ଲଞ୍ଚ ହେବ ଭାରତର ସବୁଠୁ ବଡ ଆଇପିଓ(IPO) । ଆସନ୍ତା ମାସରେ ଭାରତୀୟ ଜୀବନ ବୀମା ନିଗମ(Life Insurance Corporation of India) ସର୍ବବୃହତ୍ ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଛି । ଏହାପୂର୍ବରୁ ଏଲଆଇସି(LIC) ଆଇପିଓରେ ୨୦ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର(Cabinet approves up to 20% FDI in LIC) । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ LICର ପ୍ରାରମ୍ଭିକ ସର୍ବସାଧାରଣ ଅଫରରେ ୨୦ ପ୍ରତିଶତ ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ବିନିଯୋଗ(FDI)କୁ ଅନୁମୋଦନ ମିଳିଛି ।

ସ୍ବଂୟଚାଳିତ ମାର୍ଗ(automatic route) ଜରିଆରେ ୨୦% FDIକୁ ଅନୁମତି ଦେଇଛି କେନ୍ଦ୍ର । ଏହି ମାର୍ଗ ମାଧ୍ୟମରେ ପୁଞ୍ଜି ବୃଦ୍ଧି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ବୋଲି ଆଶା କରାଯାଉଛି । ସେହିପରି ୨୦% FDIକୁ ଅନୁମତି ପରେ ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ ଏଲଆଇସି ଆଇପିଓ(LIC IPO)ରେ ନିବେଶର ସୁଯୋଗ ମିଳିବାର ସମ୍ଭାବନା ରହିଛି । ଆସନ୍ତା ମାସରେ ଆସିବାକୁ ଥିବା ଏହି ଆଇପିଓରେ ନିବେଶ ପାଇଁ ଚାହୁଁଥିବା ନିବେଶକଙ୍କ ପାଇଁ ଏହା ବଡ ସୁଯୋଗ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.