ନୂଆଦିଲ୍ଲୀ: 2021-22 ବଜେଟରେ ଟିକସ ପ୍ରୋତ୍ସାହନ ଘୋଷଣା ଗିଫ୍ଟ ସିଟିର ଆନ୍ତର୍ଜାତୀୟ ଆର୍ଥିକ କ୍ଷେତ୍ରକୁ ଆକର୍ଷିତ କରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କହିଛନ୍ତି ।
ଇଣ୍ଡିଆ ଏୟାରକ୍ରାଫ୍ଟ ଲିଜିଂ ସମିଟରେ ସେ କହିଛନ୍ତି କି , ବ୍ୟୟବହୁଳ ବୈଶିଷ୍ଟ୍ୟ ହେତୁ ସରକାର ଆନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (IFSC)କୁ ଦ୍ରୁତ ଗତିରେ ଆଗକୁ ବଢାଇଛନ୍ତି । ସୀତାରମଣ କହିଛନ୍ତି କି, ‘‘ ବଜେଟ ଜରିଆରେ ଯେଉଁ ପ୍ୟାକେଜର ଘୋଷଣା କରାଯାଇଛି , ତାହା ଦ୍ବାରା ଗିଫ୍ଟ ସିଟିରେ ଅନ୍ତରାଷ୍ଟ୍ରୀୟ ଆର୍ଥିକ କେନ୍ଦ୍ରକୁ ନେଇ ଆକର୍ଷଣ ବଢିବ । ’’
ସୀତାରମଣ 2021-22 ଆର୍ଥିକ ବର୍ଷର ବଜେଟ ଭାଷଣରେ କହିଛନ୍ତି କି , ସରକାର ଗିଫ୍ଟ ସିଟିରେ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର ପ୍ରୋତ୍ସାହନ ବ୍ୟତିତ , ମୁଁ ବିମାନ ଲିଜ କମ୍ପାନୀଗୁଡିକ ପାଇଁ ପୁଞ୍ଜି ଲାଭକୁ କର ଅବକାଶ , ବିଦେଶୀ ଲିଜ୍ କମ୍ପାନୀଗୁଡିକୁ ଲିଜ୍ ଭଡା ଉପରେ ଟିକସ ଛାଡ, IFAC ରେ ବିଦେଶୀ ପାଣ୍ଠି ସ୍ଥାପନ ପାଇଁ ଟିକସ ପ୍ରୋତ୍ସାହନ, IFSC ରେ ଅବସ୍ଥିତ ବିଦେଶୀ ବ୍ୟାଙ୍କଗୁଡିକର ନିବେଶ ୟୁନିଟ୍ ପାଇଁ ଟିକସ ରିହାତି ଦେବାକୁ ପ୍ରସ୍ତାବ ଦେଉଛି । ’’
ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ ସିଟି (ଗିଫ୍ଟ ସିଟି) ଦେଶର ଏକମାତ୍ର ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର ।