ETV Bharat / business

ଚୀନ ଆପ ବ୍ୟାନ: ଭାରତ ଓ ଆମେରିକା ଷ୍ଟାର୍ଟଅପର ଖୋଲିଲା ଭାଗ୍ୟ

author img

By

Published : Jul 3, 2020, 8:56 PM IST

ଭାରତରେ ଚୀନ ଆପ ବ୍ୟାନ ପରେ ସ୍ବଦେଶୀ ଆପର ଚାହିଦା ବଢିଛି । ଏଥିସହ ଆମେରେକୀୟ ଷ୍ଟାର୍ଟଅପକୁ ମଧ୍ୟ ସୁଯୋଗ ମିଳିଛି । ଅଧିକ ପଢନ୍ତୁ...

ଚୀନ ଆପ ବ୍ୟାନ : ଭାରତ ଓ ଆମେରିକା ଷ୍ଟାର୍ଟଅପର ଖୋଲିଲା ଭାଗ୍ୟ

ନୂଆଦିଲ୍ଲୀ: ଦେଶରେ 59 ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଭାରତୀୟ ଓ ଆମେରିକୀୟ ଷ୍ଟାର୍ଟଅପକୁ ମିଳିଛି ସୁବର୍ଣ୍ଣ ସୁଯୋଗ । ଏନେଇ 'ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମ୍' କହିଛି । ଯାହା ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥାଏ।

ପ୍ରକାଶ ଯେ, ସୋମବାର ଭାରତ ସରକାର ରାଷ୍ଟ୍ରୀୟ ସୁରକ୍ଷା, ଅଖଣ୍ଡତା ଓ ଡାଟା ସୁରକ୍ଷା ଦର୍ଶାଇ ଟିକଟକ ସମେତ 59 ଆପକୁ ବ୍ୟାନ କରିଦେଇଛନ୍ତି । ଗଲୱାନ ଘାଟିରେ ଚୀନ ଓ ଭାରତ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଫୋରମର ଅଧ୍ୟକ୍ଷ ମୁକେଶ ଅଘୀ (Mukesh Aghi)କହିଛନ୍ତି କି, ‘‘ ଏହି ପ୍ରତିବନ୍ଧକ ଆମେରିକା କମ୍ପାନୀଙ୍କ ପାଇଁ ଏକ ସୁଯୋଗ । ହେଲେ ମୋର ବିଶ୍ବାସ ରହିଛି କି ଏହା ଭାରତୀୟ କମ୍ପାନୀଙ୍କୁ ଅଧିକ ସୁଯୋଗ ଉପଲବ୍ଧ କରିବ । ଏହାର ନିଜର ସ୍ବଦେଶ ଆପ ବିକଶିତ କରିବ । କାରଣ ଏହି କ୍ଷେତ୍ରରେ ଭାରତ ପାଖରେ ବହୁତ କ୍ଷମତା ଓ ସମ୍ଭାବନା ରହିଛି ।’’

ସେ କହିଛନ୍ତି କି, ଭାରତୀୟ କମ୍ପାନୀଙ୍କ ପାଇଁ ଏହି କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି ପାଇଁ ବହୁତ ବଡ ସୁଯୋଗ ଆସିଛି । ତେବେ ଭାରତ ନିଜର ଅଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ଆଉ ଏହାକୁ ଆମେ ସମର୍ଥନ କରୁଛୁ ବୋଲି ଅଘୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.