ETV Bharat / business

କୋରୋନା ଭୟ, ଭାରତରେ ବଢିଛି ବୀମା ପ୍ରତି ସଚେତନତା - ଭାରତରେ ବଢିଛି ବୀମା ପ୍ରତି ସଚେତନତା

କୋଭିଡ-19 ସଙ୍କଟ ସମୟରେ ବଢିଛି ବୀମାର ଗୁରୁତ୍ବ । ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାର ଗୁରୁତ୍ୱ ପୂର୍ବ ଅପେକ୍ଷା ବହୁତ ଅଧିକ ବଢିଛି । ଅଧିକ ପଢନ୍ତୁ..

awareness about insurance in india due to covid 19 survey
ଭାରତରେ ବଢିଛି ବୀମା ପ୍ରତି ସଚେତନତା
author img

By

Published : Jun 10, 2020, 7:12 PM IST

ନୂଆଦିଲ୍ଲୀ: କୋଭିଡ -19 ଯୋଗୁଁ ଭାରତରେ ବୀମା ପ୍ରତି ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମହାମାରୀ ସମୟରେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ସ୍ଥିତି ଉପରେ ପର୍ଯ୍ୟାପ୍ତ ନିୟନ୍ତ୍ରଣ ରଖିଛନ୍ତି । ହେଲେ ନିଜ ପରିବାରର ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ସେମାନେ ଚିନ୍ତିତ ଅଛନ୍ତି। ଏହି କାରଣରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାର ଗୁରୁତ୍ୱ ପୂର୍ବ ଅପେକ୍ଷା ବହୁତ ଅଧିକ ବଢିଛି । ଏକ ସର୍ଭେରେ ଏ ନେଇ ସୂଚନା ଦିଆଯାଇଛି ।

ଏହି ସର୍ଭେରେ ସାମିଲ 51 ପ୍ରତିଶତ ଲୋକ ସେମାନଙ୍କ ପରିବାର ପାଇଁ ବୀମା କଭର କିଣିବା ବିଷୟରେ ଚିନ୍ତା କରୁଛନ୍ତି । ଯେତେବେଳେ କି ପ୍ରାୟ 80 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମହାମାରୀ ସମୟରେ ବୀମାର ମହତ୍ବ ବିଷୟରେ ଜାଣିପାରିଲେ ।

ଅନଲାଇନ ବୀମା ମାର୍କେଟପ୍ଲେସ policybazaar.com ଦ୍ୱାରା ଉପଭୋକ୍ତା ମଧ୍ୟରେ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି କି, ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ନିଶ୍ଚିତ କି ସେମାନେ ଆଗାମୀ 12 ମାସ ପାଇଁ ନିଜ ପରିବାର ଖର୍ଚ୍ଚ ପୂରଣ ସମର୍ଥ ହେବ । ଏଥିରୁ ସ୍ପଷ୍ଟ କି ଲୋକ ଆଗାମୀ କିଛି ମାସର ପାଇଁ ପର୍ଯ୍ୟାପ୍ତ ସଞ୍ଚୟ କରି ରଖିଛନ୍ତି ।

ଏହି ଅନଲାଇନ ସର୍ଭେ ପଲିସିବଜାର ଡଟ କମର 14,624 ୟୁଜର୍ସଙ୍କ ନେଇ କରାଯାଇଛି । ଏଥିରେ କୋଭିଡ-19 ମଧ୍ୟରେ ଲୋକଙ୍କୁ ଘରୋଇ ଆର୍ଥିକ ସ୍ଥିତି, ସେମାନଙ୍କ ନିବେଶ ଓ ବୀମା ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.