ହାଇଦ୍ରାବାଦ: ଆଜିକାଲି ନିବେଶ ପାଇଁ ଅନେକଗୁଡିଏ ବିକଳ୍ପ ଉଭା ହୋଇଛି । ହେଲେ ନିବେଶ ପାଇଁ ଏକ ସୁରକ୍ଷିତ ବିକଳ୍ପ ଚୟନ କରିବା ଜରୁରୀ । ଏ ଦିଗରେ ସରକାରୀ ବଣ୍ଡ ଏକ ଉତ୍ତମ ନିବେଶ ବିକଳ୍ପ ଅଟେ । ସରକାରୀ ବଣ୍ଡ କିଣିବା ଏକ ଦୀର୍ଘକାଳୀନ ନିବେଶ ଭାବେ ଗଣାଯାଏ । ପୂର୍ବରୁ କେବଳ ବଡ ନିବେଶକମାନେ ଏହି ବଣ୍ଡରେ ନିବେଶ କରୁଥିଲେ । ହେଲେ ଏଣିକି କ୍ଷୁଦ୍ର ନିବେଶକ ମଧ୍ୟ ଆରବିଆଇ ରିଟେଲ ଡାଇରେକ୍ଟ ପ୍ଲାଟଫର୍ମ(RBI retail direct platform) ଜରିଆରେ ସରକାରୀ ବଣ୍ଡରେ ନିଜ ପଇସା ଲଗାଇପାରିବେ(investment in government bond) । ତେବେ ସରକାରୀ ବଣ୍ଡରେ ନିବେଶ ଏକ ସୁରକ୍ଷିତ ଉପାୟ କି (are government bonds a safe option) ? କ'ଣ ଏହା ଏକ ବିପଦମୁକ୍ତ ନିବେଶ ବିକଳ୍ପ ? ସରକାରୀ ବଣ୍ଡ କଥା ଉଠିଲେ ନିଶ୍ଚୟ ଏଭଳି ସବୁ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ।
ସରକାରୀ ବଣ୍ଡରେ ନିବେଶ (Investing in government bonds)
ଯେଉଁମାନେ ନିବେଶର ସବୁଠୁ ସୁରକ୍ଷିତ ମାଧ୍ୟମ ସନ୍ଧାନରେ ଅଛନ୍ତି, ସରକାରୀ ବଣ୍ଡ ସେମାନଙ୍କ ପାଇଁ ସର୍ବୋକୃଷ୍ଟ ବିକଳ୍ପ ଅଟେ । ଆପଣଙ୍କ ଟଙ୍କା ଉପରେ ସରକାରୀ ଗ୍ୟାରେଣ୍ଟି ସହ ଏବଂ ସୁଧ ମଧ୍ୟ ମିଳିଥାଏ । ଯଦିଓ ଏହି ଅପବାଦ ମଧ୍ୟ ରହିଛି ଯେ, ଏଥିରୁ ମିଳୁଥିବା ସୁଧ ବ୍ୟାଙ୍କ ସଞ୍ଚୟ ଉପରେ ପ୍ରାପ୍ତ ସୁଧ ଠାରୁ କମ୍ ଅଟେ ।
ସରକାରୀ ବଣ୍ଡ କାହିଁକି କିଣିବା (Why buy government bonds):
ଏକ ଲମ୍ବା ଅବଧି ପାଇଁ ବଣ୍ଡ ନେବା ମହତ୍ତ୍ବପୂର୍ଣ୍ଣ ଅଟେ, କାରଣ ଏହି ବଣ୍ଡରେ ମ୍ୟାଚୁରିଟି ଅବଧି ୪୦ ବର୍ଷ ଯାଏଁ ଉପଲବ୍ଧ ରହିଛି । ଏହି ଲମ୍ବା ଅବଧିରେ ବ୍ୟାଙ୍କ ସୁଧହାର ଅସ୍ଥିର ରହିଥାଏ । ହେଲେ ଯଦି ଆପଣ ବଣ୍ଡରେ ନିବେଶ କରୁଛନ୍ତି ତେବେ ଦୀର୍ଘକାଳୀନ ନିବେଶରେ ଭଲ ରିଟର୍ଣ୍ଣ ମିଳିବା ସୁନିଶ୍ଚିତ ଅଟେ । ଆମକୁ ନିବେଶ ଯୋଜନାରେ ପରିବର୍ତ୍ତନରୁ ଦୂରେଇ ରହିବାକୁ ହେବ । ଉଦାହରଣ ସୂରୁପ, ଗିଲ୍ଟ ଫଣ୍ଡରେ ନିବେଶ ରିସ୍କ ସମ୍ପନ୍ନ ଅଟେ, କାରଣ ଏହା ସେୟାର ବଜାରର ଅନିଶ୍ଚିତତା ଉପରେ ନିର୍ଭରଶୀଳ । ଏହାର ବିପରୀତ ଭାବେ, ସରକାରୀ ବଣ୍ଡରେ ଟଙ୍କା ଲଗାଇବା ବିପଦମୁକ୍ତ ସଙ୍ଗେ ସଙ୍ଗେ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟ ଦେଇଥାଏ ।
କେବେ କେବେ ଫିକ୍ସ ଡିପୋଜିଟ ଉପରେ ମିଳୁଥିବା ସୁଧ ବଣ୍ଡ ତୁଳନାରେ ବହୁତ୍ କମ୍ ହୋଇଥାଏ । କାରଣ ବ୍ୟାଙ୍କ ଦ୍ବାରା ଏଫଡି ଉପରେ ନିଜ ସୁଧ ରେଟ୍ କାଟ କରାଯାଇଥାଏ । ଉଦାହାରଣସୂରୁପ, ୨୦୨୧ ଡିସେମ୍ବର ୧୫ ଯାଏଁ କର୍ଣ୍ଣାଟକ ସରକାରଙ୍କ ବଣ୍ଡରେ ୧୦ ବର୍ଷର ବଣ୍ଡ ପାଇଁ ୬.୮୩ ପ୍ରତିଶତ ସୁଧ ମିଳିଥାଏ, ଯାହା ବ୍ୟାଙ୍କ ଦ୍ବାରା ପ୍ରଦତ୍ତ ସୁଧହାର ଠୁ ବହୁତ ଅଧିକ ଅଟେ ।
ସରକାରୀ ବଣ୍ଡରେ ନିବେଶ(Government bonds investment):
ସରକାରୀ ବଣ୍ଡ ବ୍ୟତୀତ ଅନ୍ୟ କେତେଗୁଡିଏ ନିବେଶ ବିକଳ୍ପ ରହିଛି । ଆରବିଆଇର ଫ୍ଲୋଟିଂ ରେଟ୍ ବଣ୍ଡ ଉପରେ ରିଟର୍ଣ୍ଣ ପୋଷ୍ଟ ଅଫିସର ରାଷ୍ଟ୍ରୀୟ ସଞ୍ଚୟ(post office national savings) ତୁଳନାରେ ୦.୩୫ ପ୍ରତିଶତ ଅଧିକ ମିଳିଥାଏ । ହେଲେ ଏହା ପ୍ରତି ୬ ମାସରେ ପରିବର୍ତ୍ତିତ ହୋଇଥାଏ । ସେହିପରି ସୁଧ ଦରରେ ଅସ୍ଥିରତା ପ୍ରଭାବରୁ ଦୂରେଇ ରହିବାକୁ ହେଲେ ଏଫଡି(FD) ଏକ ସୁରକ୍ଷିତ ପଦକ୍ଷେପ ଅଟେ । ଏ ଦିଗରେ ଗିଲ୍ଟ ଫଣ୍ଡକୁ ବିଚାରକୁ ନିଆଯାଇପାରିବ । ପ୍ରଧାନମନ୍ତ୍ରୀ ବନ୍ଦନା ଯୋଜନା କିମ୍ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ମଧ୍ୟ ଅନ୍ୟ ସୁରକ୍ଷିତ ନିବେଶ ବିକଳ୍ପ ଅଟନ୍ତି ।
ସଞ୍ଚୟର ଦ୍ବିତୀୟ ପାର୍ଶ୍ବ(The flip side of savings):
ଯେଉଁପରି ଭାବେ ଫିକ୍ସ ଡିପୋଜିଟ୍ ସୁଧ ଉପରେ ଟ୍ୟାକ୍ସ ଲାଗିଥାଏ, ସେହିଭଳି ବଣ୍ଡରୁ ଅର୍ଜିତ ଆୟ ଉପରେ ମଧ୍ୟ ସ୍ଲାବ ଆଧାରରେ ଟ୍ୟାକ୍ସ ଲଗାଯାଇଥାଏ । ହେଲେ ଗିଲ୍ଟ ଫଣ୍ଡରେ ଏହି ଟ୍ୟାକ୍ସ ଭାର କମ୍ ରହିଥାଏ । ଅନ୍ୟ ଏକ ସମସ୍ୟା ହେଉଛି, ବଣ୍ଡରେ ନିବେଶ କରାଯାଇଥିବା ଅର୍ଥ ଉଠାଣ କରିବା ସମୟରେ କିଛି ଜଟିଳତାର ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ବ୍ୟାଙ୍କର ସୁଧହାର ବୃଦ୍ଧି ପାଏ, ସେତେବେଳେ ଏଫଡି ଉପରେ ସୁଧ ଦର ହ୍ରାସ ପାଇଥାଏ । ହେଲେ ବଣ୍ଡ ମାର୍କେଟ କ୍ଷେତ୍ରରେ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଥାଏ । ଏପରିସ୍ଥଳେ ସାଧାରଣତଃ ବଣ୍ଡ ଭ୍ୟାଲୁ କମି ଯାଇଥାଏ, ଯାହା ନିବେଶକ ପାଇଁ ଠିକ୍ ନୁହେଁ ।