ନୂଆଦିଲ୍ଲୀ: ଆପଲ ଏହାର ଫ୍ଲାଗସିପ୍ ଏବଂ ପରିବେଶ ଅନୁକୂଳ ଆଇଫୋନ୍ 12 ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ସ୍ଥାନୀୟ ଗ୍ରାହକଙ୍କ ପାଇଁ ଭାରତରେ ଉତ୍ପାଦନ କରିବ । କମ୍ପାନୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛି ।
କମ୍ପାନୀ ଜଣାଇଛି କି ଆପଲ ନିଜ ଗ୍ରାହକଙ୍କ ପାଇଁ ଭଲ ପ୍ରଡକ୍ଟ ତିଆରି କରିଥାଏ । ସମସ୍ତଙ୍କୁ ସ୍ବଚ୍ଛଳ ସେବା ଓ ଉତ୍ପାଦନ ଦେବାକୁ ଲଗାତାର କାମ କରୁଛି । ତେବେ ଏହି ଖବର ଏଭଳି ସମୟରେ ଆସିଛି ଯେତେବେଳେ ଆଇଫୋନ୍ 12 ସିରିଜ୍ ଭାରତରେ ଚମତ୍କାର ପ୍ରତିକ୍ରିୟା ଦେଖାଉଛି । ଦେଶରେ ଅଧିକ ପରିମାଣର ଏହି ମଡେଲ ବିକ୍ରି ହେଉଛି ।
‘‘ ଆମର ସ୍ଥାନୀୟ ଉପଭୋକ୍ତାଙ୍କ ପାଇଁ ଆଇଫୋନ 12 ଭାରତରେ ଉତ୍ପାଦନ ଆରମ୍ଭ କରିବୁ । ଆଉ ଏ ନେଇ ଆମେ ଗର୍ବତ ବୋଲି ଆଇଏଏନଏସକୁ ଜଣାଇଛି ଆପଲ ।
ତଥ୍ୟ ଅନୁସାରେ ଅକ୍ଟୋବର ମାସରେ ଆଇଫୋନ 12 ଆସିବା ଦ୍ବାରା ଏହା ଫେଷ୍ଟିଭ ସିଜରେ ବହୁତ ଚର୍ଚ୍ଚା ଓ ଡିମାଣ୍ଡରେ ରହିଲା । ଆପଲ 2020ରେ ପ୍ରାୟ 60 ପ୍ରତିଶତ ଅଭିବୃଦ୍ଧି ରେକର୍ଡ କଲା । ଯେତେବେଳେ କି ଫେଷ୍ଟିଭ ସିଜିନରେ ଏହାର ଗ୍ରୋଥ 100 ପ୍ରତିଶତ ଥିଲା । ଏହା କେବଳ ଆଇଫୋନ 12 ର ବିକ୍ରି ଦ୍ବାରା ହୋଇଛି ।
ପ୍ରକାଶ ଯେ, 2017ରେ ଆପଲ iPhone SE ସହ ଭାରତରେ ଉତ୍ପାଦନ ଆରମ୍ଭ କରିଥିଲା । ଏବେ ଆପଲ ଭାରତରେ ବହୁତ ଆଇଫୋନ ତିଆରି କରୁଛି । ଏଥିରେ XR, iPhone 11 ରହିଥିବା ବେଳେ ବର୍ତ୍ତମାନ iPhone 12 ମଧ୍ୟ ସାମିଲ ହେବ । ଭାରତରେ ଆପଲ ନିଜର ଆବଶ୍ୟକତା ପୂରଣ ପାଇଁ ସୋଲାର ଏବଂ ପବନ ଶକ୍ତିର ବ୍ୟବହାର କରିବ ।