ୱାଂସିଟନ: କୋରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଆମେରିକାର 4ଟି ରାଜ୍ୟର ଷ୍ଟୋର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆପଲ । ଅନ୍ୟ ଆମେରିକୀୟ ରିଟେଲରଙ୍କ ଭଳି ଆପଲ ମଧ୍ୟ ମାର୍ଚ୍ଚରେ ଆମେରିକା ସ୍ଥତ ନିଜ ସମସ୍ତ ଷ୍ଟୋର ବନ୍ଦ କରିଥିଲା ।
ଶୁକ୍ରବାର କମ୍ପାନୀ କହିଛି, ସେ 11ଟି ଷ୍ଟୋର ବନ୍ଦ କରିବ । ଏଥିରେ ଏରିଜୋନାରେ 7 , ଫ୍ଲୋରିଡାରେ 2 , ଉତ୍ତର କେରୋଲିନାରେ 2 ଓ ଦକ୍ଷିଣ କେରୋଲିନାରେ 1 ଷ୍ଟୋର ରହିଛି ।
ଏହି ସବୁ ଷ୍ଟୋରକୁ ଗତ କିଛି ସପ୍ତାହରେ ଖୋଲାଯାଇଥିଲା । ହେଲେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଏହାକୁ ବନ୍ଦ କରାଯାଉଛି । ତେବେ ଏହି ପଦକ୍ଷେପ ଦ୍ବାରା ଚିନ୍ତା ବଢିଛି କି ମହାମାରୀ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ଅନୁମାନ ଠାରୁ ଅଧିକ ଲମ୍ବା ସମୟ ଧରି ରହିପାରେ ।