ନୂଆଦିଲ୍ଲୀ: ଡାଟା ସୁରକ୍ଷା ବିଧେୟକ ଉପରେ ସଂସଦୀୟ ସଂଯୁକ୍ତ କମିଟି ଆଗରେ ହାଜର ହେବାକୁ ମନା କଲା ଇ-କମର୍ସ କମ୍ପାନୀ ଆମାଜନ । ଏ ନେଇ ଭାଜପା ସାଂସଦ ଏବଂ ପ୍ୟାନେଲ ମୁଖ୍ୟ କହିଛନ୍ତି କି ଆମାଜନର ଏଭଳି ପ୍ରତ୍ୟାଖାନ ସ୍ବତନ୍ତ୍ର ଅଧିକାରର ଉଲ୍ଲଂଘନ ସହିତ ସମାନ ।
କମିଟି ପକ୍ଷରୁ ଆମାଜନର ପ୍ରତିନିଧୀଙ୍କୁ ଅକ୍ଟୋବର 28 ରେ ହାଜର ହେବାକୁ କୁହାଯାଇଥିଲା । ଲେଖୀ ଶୁକ୍ରବାର କହିଛନ୍ତି କି, ‘‘ କମିଟିର ସର୍ବସମ୍ମତ ରାୟ ରହିଛି କି ଇ-କମର୍ସ କମ୍ପାନୀ ବିରୋଧରେ ସରକାରଙ୍କୁ ଦଣ୍ଡନୀୟ କାର୍ଯ୍ୟନୁଷ୍ଠାନର ସୁପାରିଶ କରାଯାଇପାରେ । ’’
ସେ କହିଛନ୍ତି କି , ‘‘ ଆମାଜନକୁ 28 ଅକ୍ଟୋବରରେ କମିଟି ଆଗରେ ହାଜର ପାଇଁ କୁହାଯାଇଥିବା ବେଳେ ଏହାକୁ କମ୍ପାନୀ ମନା କରିଛି । ଯଦି ଇ-କମର୍ସ କମ୍ପାନୀ ପକ୍ଷରୁ କେହି ବି ହାଜର ହେବେ ନାହିଁ ତେବେ ଏହା ସ୍ବତନ୍ତ୍ର ଅଧିକାରର କ୍ଷୁର୍ଣ୍ଣ ସମାନ ହେବ । ତେବେ ଫେସବୁକ ଇଣ୍ଡିଆର ପବ୍ଲିକ ପଲିସିର ପ୍ରମୁଖ ଅଂକ୍ଷୀ ଦାସ ଶୁକ୍ରବାର ଡାଟା ସୁରକ୍ଷା ପ୍ରସଙ୍ଗରେ କମିଟି ନିକଟରେ ହାଜର ହୋଇଥିଲେ।
ସୂତ୍ର ଅନୁସାରେ କମିଟିର ସଦସ୍ୟ ଫେସବୁକ ଇଣ୍ଡିଆର ପ୍ରତିନିଧିଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚାରିଛନ୍ତି । ବୈଠକ ସମୟରେ ଜଣେ ସଦସ୍ୟ କହିଛନ୍ତି କି , ସୋସିଆଲ ମିଡିଆ କମ୍ପାନୀଙ୍କୁ ନିଜର ବିଜ୍ଞାପନଦାତାଙ୍କୁ ବାଣିଜ୍ୟିକ ଫାଇଦା ପାଇଁ ଉପଭୋକ୍ତାଙ୍କ ତଥ୍ୟକୁ ହସ୍ତକ୍ଷେପ କରିବାକୁ ଦିଆଯିବା ଉଚିତ ନୁହେଁ । କମିଟି 28 ଅକ୍ଟୋବରରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର ଅଧିକାରୀଙ୍କୁ ଏବଂ 29 ଅକ୍ଟୋବରରେ ଗୁଗୁଲ୍ ଏବଂ ପେଟିଏମର ପ୍ରତିନିଧୀଙ୍କୁ ଡକାଇଛି ।