ETV Bharat / business

ପ୍ରି-କୋଭିଡ ସ୍ତରକୁ ଛୁଇଁଛି ଯାତ୍ରୀ ଉଡାଣ: ପୁରୀ - ବିମାନ ସେବା

ଲକଡାଉନ କୋହଳ ସହ ବିମାନ ପରିଚାଳନା ସ୍ବାଭାବିକ ପରେ ବଢିଛି ଉଡାଣ ସଂଖ୍ୟା । ଏଥିଯୋଗୁଁ ଯାତ୍ରୀଙ୍କ ଯାତାୟତ ବି ବୃଦ୍ଧି ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ଏ ନେଇ କହିଛନ୍ତି । ଅଧିକ ପଢନ୍ତୁ..

ପ୍ରି-କୋଭିଡ ସ୍ତରକୁ ଛୁଇଁଛି ଯାତ୍ରୀ ଉଡାଣ : ପୁରୀ

author img

By

Published : Feb 13, 2021, 7:09 PM IST

ନୂଆଦିଲ୍ଲୀ: ଦେଶର ବିମାନ ଯାତ୍ରୀ ପରିବହନ ପୂର୍ବ-କୋଭିଡ ସଂଖ୍ୟାକୁ ଛୁଇଁଛି । ଲକଡାଉନ କୋହଳ ସହ ବିମାନ ପରିଚାଳନା ସ୍ବାଭାବିକ ପରେ ବଢିଛି ଉଡାଣ ସଂଖ୍ୟା । ଏଥିଯୋଗୁଁ ଯାତ୍ରୀଙ୍କ ଯାତାୟାତ ବି ବୃଦ୍ଧି ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ଏ ନେଇ କହିଛନ୍ତି ।

ଟ୍ବିଟ କରି ମନ୍ତ୍ରୀ କହିଛନ୍ତି କି, 2021 ଫେବୃଆରୀ 12ରେ 2,349 ବିମାନରେ 2,97,102 ଯାତ୍ରୀ ଉଡାଣ ଭରିଛନ୍ତି । ନିରାପତ୍ତା, ଦକ୍ଷତା ଏବଂ ସମୟ ସଞ୍ଚୟ ହେତୁ ବିମାନ ଯାତ୍ରା ଏକ ମନ ପସନ୍ଦ ମୋଡ୍ ଭାବରେ ଉଭା ହେବା ସହିତ ଆମେ ପ୍ରାୟ ପ୍ରି-କୋଭିଡ୍ ସଂଖ୍ୟା ନିକଟତର ହୋଇଛୁ ।

ମେ 25ରେ ବିମାନ ସେବା ସ୍ବାଭାବିକ ହେବା ପରଠାରୁ 2020 ଡିସେମ୍ବରରୁ ଘରୋଇ ବିମାନ ଚଳାଚଳ କ୍ରମାଗତ ଭାବରେ ଉନ୍ନତି ଜାରି ରଖିଛି ।

ଡିସେମ୍ବର 2020ରେ ଘରୋଇ ଯାତ୍ରୀ ପରିବହନ ମାସ ଅନୁସାରେ 15% ବୃଦ୍ଧି ପାଇଛି । ଯଦିଓ ଏହା 43% ବର୍ଷାନୁକ୍ରମିକ (YoY) ହ୍ରାସ ପାଇଛି । ଘରୋଇ ପରିଚାଳନାରେ ଯାତ୍ରୀ ଲୋଡ୍ ଫ୍ୟାକ୍ଟର୍ 2020 ଡିସେମ୍ବର ମଧ୍ୟରେ 65-78 ପ୍ରତିଶତ ରହିଥିଲା । ତେବେ ମାର୍ଚ୍ଚ 31 ଯାଏଁ ପ୍ରି କୋଭିଡ ସ୍ତରର 80 ପ୍ରତିଶତ ବିମାନ ଉଡାଣ ଭରିପାରିବ ବୋଲି ସରକାର ମଞ୍ଜୁରୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.