ନୂଆଦିଲ୍ଲୀ: ନିର୍ଦ୍ଧାରିତ ସୂଚୀ ଅନୁସାରେ ଦୁବାଇକୁ ସେବା ଜାରି ରଖିବ ଏୟାର ଇଣ୍ଡିଆ ଏକ୍ସପ୍ରେସ । ଶୁକ୍ରବାର ଏୟାର ଇଣ୍ଡିଆ ଉଡାଣକୁ 15ଦିନ ପାଇଁ ରଦ୍ଦ ରଖାଯାଇଥିଲା ବେଳେ ଏବେ ପୁଣି ଏ ନେଇ ସ୍ପଷ୍ଟିକରଣ ଦେଇଛି କମ୍ପାନୀ । ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 19ରୁ ପୂର୍ବ ସୂଚୀ ଅନୁସାରେ ଦୁବାଇକୁ ଉଡାଣ ଭରିବ ଏୟାର ଇଣ୍ଡିଆ ଏକ୍ସପ୍ରେସ ।
ପ୍ରକାଶ ଯେ, ଜୟପୁରରୁ ଦୁବାଇ ଅଭିମୁଖେ ଆସୁଥିବା ବିମାନରେ ଜଣେ କୋରୋନା ପଜିଟିଭ ଯାତ୍ରୀ ଚିହ୍ନଟ ପରେ ଆସନ୍ତା 15 ଦିନ ଅର୍ଥାତ ଅକ୍ଟୋବର 2 ଯାଏଁ ଏୟାର ଇଣ୍ଡିଆର ସମସ୍ତ ବିମାନ ସେବା ସ୍ଥଗିତ ରଖାଯାଇଥିଲା। ଦୁବାଇ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଡିସିଏଏ) ର ଏକ ବିବୃତ୍ତି ଏହି ସୂଚନା ଦେଇଥିଲା । ହେଲେ ଏବେ ପୁଣି ଏଥିରେ ପରିବର୍ତ୍ତନ କରାଯାଇଛି ।