ETV Bharat / business

ଚ୍ୟାଲେଞ୍ଜିଂ ହେଉଛି ଆର୍ଥିକ ସ୍ଥିତି, LWP ଜରୁରୀ: ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ବିକ୍ରି

ବିନା ଦରମାରେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ବାଧ୍ୟମତାମୂଳକ ଭାବେ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରୁଛି ଏୟାର ଇଣ୍ଡିଆ । କମ୍ପାନୀ ଖର୍ଚ୍ଚ କାଟ କରିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କମ୍ପାନୀ କହିଛି । ଅଧିକ ପଢନ୍ତୁ..

ଏୟାର ଇଣ୍ଡିଆ
ଏୟାର ଇଣ୍ଡିଆ
author img

By

Published : Jul 18, 2020, 7:28 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦୋହଲିଯାଇଛି ବିମାନ ଶିଳ୍ପ । ଏଥିମଧ୍ୟରେ ପୂର୍ବରୁ ତିଷ୍ଠି ରହିବାକୁ ସଂଘର୍ଷ କରୁଥିବା ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାରଇଣ୍ଡିଆ ପାଇଁ ଏବେ ଆର୍ଥିକ ସ୍ଥିରତା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏପରି ସମୟରେ ବିନା ଦରମାରେ କର୍ମଚାରୀଙ୍କୁ ଛୁଟିରେ ପଠାଇବା ଯୋଜନା (LWP)କମ୍ପାନୀ ପାଇଁ ଜରୁରୀ ବୋଲି ଏୟାର ଇଣ୍ଡିଆ କହିଛି ।

ଏକ ବିବୃତ୍ତିରେ କୁହାଯାଇଛି କି, ଏହି ଯୋଜନା ମୁଖ୍ୟତଃ ‘ ସ୍ୱେଚ୍ଛାକୃତ ଆଧାରରେ' କର୍ମଚାରୀଙ୍କୁ LWP(leave without pay)ରେ ପଠାଇବା ସମ୍ବନ୍ଧୀୟ । ଏହା ପୂର୍ବରୁ ଏୟାରଲାଇନ ମଙ୍ଗବାର ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଜାରି କରି ସମସ୍ତ ବିଭାଗୀୟ ମୁଖ୍ୟ ତଥା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏହି ଯୋଜନା ପାଇଁ କର୍ମଚାରୀମାନଙ୍କୁ ଚିହ୍ନଟ କରିବାକୁ କହିଛି।

ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଅତିରିକ୍ତ ସଂଖ୍ୟା ଅନୁଯାୟୀ କର୍ମଚାରୀଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ । ସର୍ଟଲିଷ୍ଟ ହୋଇଥିବା କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଭାବେ 5 ବର୍ଷ ପାଇଁ ବିନା ଦରମାରେ ଛୁଟିରେ ପଠାଯିବ । ବିବୃତ୍ତିରେ କୁହାଯାଇଛି ଯେ ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ । ଏଥିପାଇଁ ଏୟାରଲାଇନ ନିଜ ପରିଚାଳନାକୁ ଜାରି ରଖିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି ।

କର୍ମଚାରୀଙ୍କୁ ଛୁଟିରେ ପଠାଇବା ଦ୍ବାରା କମ୍ପାନୀର ଦରମା ବିଲ ହ୍ରାସ ହେବ । ଫଳରେ ବ୍ୟୟ କମିବ । ଏଥିସହ ପରିଚାଳନା ଜାରି ରହିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.