ନୂଆଦିଲ୍ଲୀ: ମାର୍ଚ୍ଚ ସୁଦ୍ଧା ବିକ୍ରି ହେବ ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ। ଏନେଇ ଆସନ୍ତାବର୍ଷ ଆରମ୍ଭ ହେବ ସମସ୍ତ ପ୍ରକ୍ରିୟା । ଏହି ଦୁଇ କମ୍ପାନୀକୁ ବିକ୍ରି କରାଗଲେ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ଫାଇଦା ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେପଟେ, ଏୟାର ଇଣ୍ଡିଆ ବିକ୍ରି ହେବା ପୂର୍ବରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ବୋଲି ସେ ଅର୍ଥମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ହ୍ରାସ ପାଇଥିବା ଟ୍ୟାକ୍ସ ସଂଗ୍ରହକୁ ଦେଖି ସରକାର ଷ୍ଟ୍ରାଟେଜିକ ସେଲ ଓ ବିନିଯୋଗ ମାଧ୍ୟମରେ ରେଭେନ୍ୟୁ ସଂଗ୍ରହ କରିବାକୁ ଚେଷ୍ଟା କରିବେ । ଏଥିସହ ସୀମତାରମଣ କହିଛନ୍ତି, ଆର୍ଥିକ ସ୍ଥିତି ସହ ମୁକାବିଲା କରିବାକୁ ଉଚିତ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ, କେତେକ ସୁଧାର ଆଣିବାକୁ ଯାଇ ଜିସିଏସଟି ଓ ଟ୍ୟାକ୍ସକୁ ବୃଦ୍ଧି କରାଯିବ ।
ଦୀର୍ଘ ଦିନ ହେବ ଏୟାର ଇଣ୍ଡିଆ ଗମ୍ଭୀର ଋଣ ସଙ୍କଟ ଦେଇ ଗତି କରୁଛି । ଏପରିକି ଗତ ଦିନରେ ବିଲ୍ ପୈଠ କରିନପାରିବାରୁ ସରକାରୀ ତୈଳ ବିପଣନକାରୀ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସିଏଲ ତୈଳ ଯୋଗାଣ ଉପରେ ରୋକ୍ ଲଗାଇଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ଏହାର ସମ୍ପୂର୍ଣ୍ଣ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।