ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ତେଜିବାରେ ଲାଗିଛି ବିବାଦ । ଲୋକପ୍ରିୟ ସର୍ଟ ଭିଡିଓ ଆପ ଟିକଟକ ଉପରେ କଟକଣା ଲଗାଇବା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଦିଗ୍ଗଜୟ କମ୍ପାନୀ ଅଲିବାବା । ଦୁନିଆର ସର୍ବବୃହତ୍ତ କମ୍ପାନୀ ମଧ୍ୟରେ ଅନ୍ୟତମ ଅଲିବାବାକୁ ଆମେରିକାରେ ବ୍ୟାନ କରାଯିବ କି ନାହିଁ ସେ ନେଇ ବିଚାର ହେଉଛି ବୋଲି ଟ୍ରମ୍ପ କହିଛନ୍ତି ।
ପ୍ରକାଶ ଯେ, ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ମତଭେଦ ମଧ୍ୟରେ ଟିକଟକ ଚଲାଉଥିବା ବାଇଟଡ୍ୟାନ୍ସକୁ 90 ଦିନ ଭିତରେ ଆମେରିକା ବିଜେନସ ବିକ୍ରି ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ କୁହାଯାଇଛି । ନାଗରିକଙ୍କ ବ୍ୟକ୍ତିଗତ ଡାଟା ( ଚୀନ କମ୍ପାନୀ ଦ୍ବାରା ହ୍ୟାଣ୍ଡେଲ ହେଉଛି) କୁ ନେଇ ଚିନ୍ତିତ ଆମେରିକା ଏବେ ଅଲିବାବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୁକ୍ତି ରଖୁଛି । ତେବେ ଏ ନେଇ ଏବେ ସୁଦ୍ଧା କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।