ମୁମ୍ବାଇ: ଆଦାନୀ ଗ୍ରୁପ୍ ମୁମ୍ବାଇ ବିମାନବନ୍ଦରରେ GVK ଗ୍ରୁପର ଅଂଶଧନ ଅଧିଗ୍ରହଣ କରିବ । ଅରବପତି ଉଦ୍ୟୋଗପତି ଗୌତମ ଅଦାନୀଙ୍କ ନେତୃତ୍ବରେ ଥିବା ଏହି ଗ୍ରୁପ ସୋମବାର କହିଛି କି, ମୁମ୍ବାଇ ବିମାନ ବନ୍ଦରରେ ଜିଭିକେ ଗ୍ରୁପ ଅଂଶଧନ କିଣିବା ଏବଂ ନିୟନ୍ତ୍ରଣ ହାସଲ ନେଇ ଏକ ଚୁକ୍ତି ହୋଇଛି ।
ଅଦାନୀ ଏଣ୍ଟରପ୍ରାଇଜ ସେୟାର ବଜାରକୁ ପଠାଇଥିବା ସୂଚନାରେ କହିଛି କି, ଅଦାନୀ ଏୟାରପୋର୍ଟ ହୋଲ୍ଡିଂ ଜିଭିକେ ଏୟାରପୋର୍ଟ ଡେଭଲପର୍ସର ଋଣ ଅଧିଗ୍ରହଣ ପାଇଁ ଚୁକ୍ତି କରିଛି ।
ଜିଭିକେ ଗ୍ରୁପ ପାଖରେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଲିମିଟେଡ (MIAL) ର 50.50 ପ୍ରତିଶତ ଅଂଶଧନ ଅଛି । ଋଣ ଇକ୍ୱିଟିରେ ପରିଣତ ହେବ । ତେବେ ଉଭୟ କମ୍ପାନୀ ଏହି ଡିଲର ଆର୍ଥିକ ଦିଗ ପ୍ରକାଶ କରିନାହାଁନ୍ତି ।
ସୂଚନାରେ କୁହାଯାଇଛି ଯେ ଅଦାନୀ ଗ୍ରୁପ୍ ଏମଆଇଏଏଲରେ ଦକ୍ଷିଣ ଆଫ୍ରିକା ବିମାନବନ୍ଦର କମ୍ପାନୀ (ACSA) ଏବଂ ବିଡଭେଷ୍ଟର 23.5 ପ୍ରତିଶତ ଅଂଶଧନ ହାସଲ କରିବାକୁ ମଧ୍ୟ ପଦକ୍ଷେପ ନେବ। ଏଥିପାଇଁ ଏହା ଭାରତର ପ୍ରତିଯୋଗିତା ଆୟୋଗ (CCI)ର ଅନୁମୋଦନ ଲାଭ କରିଛି ।
ଏହି ଚୁକ୍ତି ସମାପ୍ତ ହେବା ପରେ GVKର 50.50 ପ୍ରତିଶତ ଅଂଶଧନ ସହ ମୁମ୍ବାଇ ବିମାନବନ୍ଦରରେ ଅଦାନୀ ଗ୍ରୁପ୍ର ଅଂଶଧନ 74 ପ୍ରତିଶତ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ