ETV Bharat / business

ଗୌତମ ଅଦାନୀଙ୍କୁ ମିଳିଲା ବିଶ୍ବର ବଡ ସୋଲାର ପାୱାର ପ୍ଲାଣ୍ଟ ପ୍ରୋଜେକ୍ଚ

author img

By

Published : Jun 9, 2020, 3:59 PM IST

ବିଶ୍ବର ବଡ ସୋଲାର ପ୍ଲାଣ୍ଟ ନିର୍ମାଣ ବିଡ ଜିତିଲା ଅଦାନୀ ଗ୍ରୀନ ଏନର୍ଜି । ଏହି ଟେଣ୍ଡରକୁ 6 ଅରବ ଡଲାର (45,300 କୋଟି ଟଙ୍କା) ରେ ହାସଲ କରିଛି କମ୍ପାନୀ । ଅଧିକ ପଢନ୍ତୁ.

Adani Green Energy wins world's largest solar award
ଗୌତମ ଅଦାନୀଙ୍କୁ ମିଳିଲା ବିଶ୍ବର ବଡ ସୋଲାର ପାୱର ପ୍ଲାଣ୍ଟ ପ୍ରୋଜେକ୍ଚ

ନୂଆଦିଲ୍ଲୀ: ଦୁନିଆର ସର୍ବବୃହତ୍ତ ସୋଲାର ପାୱାର ପ୍ଲାଣ୍ଟ ପ୍ରୋଜେକ୍ଟ ବିଡ ଜିତିଛନ୍ତି ଗୌତମ ଅଦାନୀଙ୍କ କମ୍ପାନୀ ଅଦାନୀ ଗ୍ରୀନ ଏନର୍ଜି ଲିମିଟେଡ(Adani Green Energy Limited) । ଏହା ଅନୁଯାୟୀ ଅଦାନୀଙ୍କ କମ୍ପାନୀ 8,000 ମେଗାୱାଟର ଫୋଟୋଭୋଲ୍ଟେକ(Photovoltaic) ପାୱାର ପ୍ଲାଣ୍ଟ ନିର୍ମାଣ କରିବ । ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 4 ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

ଏଥିସହ 2000 ମେଗାୱାଟର ଡୋମେଷ୍ଟିକ ସୋଲାର ପ୍ୟାନେଲ ମଧ୍ୟ ଅଦାନୀଙ୍କ କମ୍ପାନୀଙ୍କୁ ପ୍ରସ୍ତୁତ କରିବାକୁ ପଡିବ । ବର୍ତ୍ତମାନ ସମୟରେ ଭାରତରେ ସୋଲାର ସେଲ ମ୍ୟାନୁଫେକ୍ଚରିଙ୍ଗ କ୍ଷମତା 3300 ମେଗାୱାଟ ଓ ମଡ୍ୟୁଲ ତିଆରି କ୍ଷମତା 8000 ମେଗାୱାଟ ରହିଛି ।

ଅଦାନୀ ଗ୍ରୀନ ଏନର୍ଜି ଏହି ଟେଣ୍ଡରକୁ 6 ଅରବ ଡଲାର (45,300 କୋଟି ଟଙ୍କା) ର ବିଡ ଲଗାଇ ହାସଲ କରିଛି । ଏହି ଟେଣ୍ଡର ପାଇଁ ଗତ ବର୍ଷ ନଭେମ୍ବରରେ ବିଡ ଦାଖଲ ହୋଇଥିଲା । ଯାହାର ଫଳାଫଳ ଏବେ ପ୍ରକାଶ ପାଇଛି ।

ଏହା ବ୍ୟତୀତ ଅଜ୍ୟୁର ପାୱର(Azure Power)କୁ ମଧ୍ୟ 4000 ମେଗାୱାଟର ଫୋଟୋଭୋଲ୍ଟେକ ପାୱାର ପ୍ଲାଣ୍ଟ ତିଆରି ପାଇଁ ଟେଣ୍ଡର ମିଳିଛି । ଏଥିସହ କମ୍ପାନୀ 1000 ମେଗାୱାଟ କ୍ଷମତାର ସୋଲାର କିଟ ମଧ୍ୟ ପ୍ରସ୍ତୁତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.