ETV Bharat / business

ସଙ୍କଟରେ ବିମାନ ଶିଳ୍ପ, ଗଲାଣି 4 ଲକ୍ଷ ଚାକିରୀ

author img

By

Published : Jul 25, 2020, 1:15 PM IST

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ଥ ବିମାନ ଶିଳ୍ପରେ କୋରୋନା ପ୍ରହାର ଯୋଗୁଁ ଏବେ ସୁଦ୍ଧା 4 ଲକ୍ଷ ଲୋକ ଜୀବିକା ହରାଇଲେଣି । ଅଧିକାଂଶ କର୍ମଚାରୀଙ୍କୁ ବିନା ଦରମାରେ ଲମ୍ବା ଅବଧି ପାଇଁ ଛୁଟିରେ ପଠାଯାଇଛି । ଅଧିକ ପଢନ୍ତୁ..

ସଙ୍କଟରେ ବିମାନ ଶିଳ୍ପ, ଗଲାଣି 4 ଲକ୍ଷ ଚାକିରୀ
ସଙ୍କଟରେ ବିମାନ ଶିଳ୍ପ, ଗଲାଣି 4 ଲକ୍ଷ ଚାକିରୀ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସମଗ୍ର ବିଶ୍ବର ଅର୍ଥବ୍ୟବସ୍ଥା ଧ୍ବସ୍ତବିଧ୍ବସ୍ତ । ସବୁ ସେକ୍ଟର ମାନ୍ଦାବସ୍ଥା ଦେଇ ଗତିକରୁଛି । ସେଥିମଧ୍ୟରେ ବିମାନ ଶିଳ୍ପ ଏବେ ଭୟଙ୍କର ଶୋଚନୀୟ ସ୍ଥିତିରେ । ବିମାନ ସେବା ବନ୍ଦ ଯୋଗୁଁ ଆୟ ନାହିଁ । ଫଳରେ ସମଗ୍ର ବିଶ୍ବରେ ଏହି ସେକ୍ଟରରେ ପାଇଲଟ ଏବଂ କ୍ୟାବିନ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ପ୍ରାୟ 4 ଲକ୍ଷ ଚାକିରୀ ହରାଇଲେଣି । ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ଥ ବିମାନ ଶିଳ୍ପରେ କୋରୋନା ପ୍ରହାର ଯୋଗୁଁ ଏବେ ସୁଦ୍ଧା 4 ଲକ୍ଷ ଲୋକ ଜୀବିକା ହରାଇଲେଣି । ଅଧିକାଂଶ କର୍ମଚାରୀଙ୍କୁ ବିନା ଦରମାରେ ଲମ୍ବା ଅବଧି ପାଇଁ ଛୁଟିରେ ପଠାଯାଇଛି । ଏପରିକି କେତେକ କର୍ମଚାରୀଙ୍କୁ ଚାକିରୀ ଯିବା ନେଇ କମ୍ପାନୀ ଇମେଲ ପଠାଇ ସତର୍କ କରିସାରିଲାଣି । ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି ।

ଅନ୍ତର୍ଜାତୀୟ ଓ ଘରୋଇ ଉଡାଣରେ କଟକଣା ଓ ହଜାର ହଜାର ଟିକେଟ ବାତିଲ ଏବଂ ଟଙ୍କା ରିଫଣ୍ଡ ମଧ୍ୟରେ ଲକ୍ଷାଧିକ କ୍ଷତି ସହୁଛନ୍ତି ବିମାନ ପରିଚାଳନା କମ୍ପାନୀ । ଏଥିପାଇଁ କମ୍ପାନୀଗୁଡିକ ଏବେ ଦେବାଳିଆ ହେବାରେ ଲାଗିଛି । ଏଥିପାଇଁ ଆଗକୁ ଆହୁରି କର୍ମଚାରୀଙ୍କ ଚାକିରୀ ଯିବା ନେଇ ଜଳ ଜଳ ଦେଖାଯାଉଛି ।

ରିପୋର୍ଟ ଅନୁସାରେ ବ୍ରିଟିଶ ଏୟାରୱେଜ ଏବଂ ଏମିରେଟସ ଏୟାର ଲାଇନ୍ସ ଆଦି ବଡ ବଡ କମ୍ପାନୀରେ ବୃହତ୍ତ ସଂଖ୍ୟାରେ କର୍ମଚାରୀ ରୋଜଗାର ହରାଇଛନ୍ତି । ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଅନୁସାରେ ବିମାନ ଓ ଇଞ୍ଜିନ ନିର୍ମାତା, ବିମାନ ବନ୍ଦର, ଟ୍ରାଭେଲ ଏଜେନ୍ସି ଆଦି ବିମାନ ଶିଳ୍ପ ସହ ଜଡିତ ସେକ୍ଟରରେ ଅଢେଇ କୋଟି ଲୋକ ବେକାର ହେବା ନେଇ ଆକଳନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.