ETV Bharat / business

38 ପ୍ରତିଶତ ଷ୍ଟାର୍ଟଅପ ପାଖରେ ନାହିଁ ଫଣ୍ଡ, 4% ବନ୍ଦ କଲେ କାରବାର

ଲକଡାଉନ ମାଡରେ ବ୍ୟବସାୟ ସ୍ଥାଣୁ । ଆଶା ଆଶଙ୍କା ମଧ୍ୟରେ ଷ୍ଟାର୍ଟଅପ । ଅନେକ ବ୍ୟବସାୟୀଙ୍କ ପାଖରେ ଫଣ୍ଡ ନଥିବା ବେଳେ କିଛି କାରବାର ବନ୍ଦ କରିସାରିଲେଣି । ଏଭଳି ଅନିଶ୍ଚିତତା ମଧ୍ୟରେ ଷ୍ଟାର୍ଟଅପ ଭବିଷ୍ୟତ । ଅଧିକ ପଢନ୍ତୁ..

startup
ଷ୍ଟାର୍ଟଅପ
author img

By

Published : Jun 16, 2020, 12:47 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଠପ । ବନ୍ଦ କାରବାର । ଏଥିଯୋଗୁଁ 38 ପ୍ରତିଶତ ଷ୍ଟାର୍ଟଅପ ପାଖରେ ଗଚ୍ଛିତ ଥିବା ଫଣ୍ଡ ଶେଷ ହୋଇଯାଇଛି । ଆଉ 30 ପ୍ରତିଶତ ପାଖରେ 1ରୁ 3 ମାସର ନଗଦ ବଞ୍ଚିଛି ।

ଲୋକାଲସର୍କିଲର ଏକ ସର୍ବେକ୍ଷଣ ମୁତାବକ 16 ପ୍ରତିଶତ ଏଭଳି ସଂସ୍ଥାଙ୍କ କହିବା ଅନୁଯାୟୀ ସେମାନଙ୍କ ପାଖରେ 3ରୁ6 ମାସର ନଗଦ ରହିଛି । ଏହି ସର୍ବେକ୍ଷଣରେ 8,400ରୁ ଅଧିକ ଷ୍ଟାର୍ଟଅପ, ଏସଏମଇ ଓ ଉଦ୍ୟୋଗଙ୍କ 28,000ରୁ ଅଧିକ ଅଂଶଗ୍ରହଣକାରୀମାନେ ନିଜ ମତ ରଖିଛନ୍ତି ।

ଏହି ସର୍ଭେରେ 12 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କର ଏକ ମାସରୁ କମ ନଗଦ ବାକି ଅଛି। ଲୋକାଲସର୍କିଲ ରିପୋର୍ଟରେ ଦର୍ଶାଯାଇଛି ଯେ 4 ପ୍ରତିଶତ ଲୋକ କହିଛନ୍ତି ଯେ ଲକଡାଉନ ଯୋଗୁଁ ସେମାନେ ପୂର୍ବରୁ ହିଁ କାରବାର ବନ୍ଦ କରିସାରିଛନ୍ତି।

କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଭାରତର ଷ୍ଟାର୍ଟଅପ ଓ ଏମଏମଇ ଉପରେ ପଡିଥିବା ପ୍ରଭାବକୁ ଲୋକାଲସର୍କିଲ ଆକଳନ କରିଛି ।

ରିପୋର୍ଟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଅନେକ ବ୍ୟବସାୟରେ ଆୟ 80ରୁ 90 ପ୍ରତିଶତ ହ୍ରାସ ହୋଇଛି । ଯେଉଁଥିପାଇଁ ଏବେ ବ୍ୟବସାୟ ଚଲାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଏହି ସଙ୍ଗଠନ ଗୁଡିକ ବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ ମାର୍କେଟିଂ ଏବଂ ମାନବ ସମ୍ବଳ ଖର୍ଚ୍ଚ ହ୍ରାସ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.