ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ ନେଇ 2025-26 ପର୍ଯ୍ୟନ୍ତର ରିପୋର୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ନଭେମ୍ବର 9 ରେ ପ୍ରଦାନ କରିବେ । ଶୁକ୍ରବାର ଜାରି ଏକ ଅଧିକାରୀ ବିବୃତ୍ତିରେ ଏ ନେଇ କୁହାଯାଇଛି ।
ଆୟୋଗର ଚେୟାରମ୍ୟାନ ଏନ.କେ ସିହ୍ନା ରିପୋର୍ଟରେ ଶୁକ୍ରବାରକୁ ନିଜର ବିଚାର ବିମର୍ଶ ପୂରା କରିଦେଇଛନ୍ତି । ସିଂହ ତଥା ଆୟୋଗର ଅନ୍ୟ ସଦସ୍ୟ ରିପୋର୍ଟରେ ହସ୍ତାକ୍ଷର କରିଦେଇଛନ୍ତି । ଆୟୋଗର ଅନ୍ୟ ସଦସ୍ୟରେ ଅଜୟ ନାରାୟଣ ଝା, ଅନୁପ ସିଂହ, ଅଶୋକ ଲାହିଡୀ ଓ ରମେଶ ଚନ୍ଦ୍ର ସାମିଲ ଅଛନ୍ତି ।
ବକ୍ତବ୍ୟରେ କୁହାଯାଇଛି କି, ଅର୍ଥ ଆୟୋଗ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ ପାଇଁ ସମୟ ମାଗିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହା ବି ଜଣାଇଛି କି, ରିପୋର୍ଟ ପ୍ରଦାନ କାମ 2020 ନଭେମ୍ବର 9 ରେ ହେବ ।
ଆୟୋଗ ଆସନ୍ତା ମାସ ପରେ ନିଜର ରିପୋର୍ଟର ଏକ କପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇବେ । ରିପୋର୍ଟରେ 2021-26 ପାଇଁ ଆୟୋଗର ସୁପାରିଶ ହେବ ।
ଏହି ରିପୋର୍ଟକୁ ଅର୍ଥମନ୍ତ୍ରୀ ଦ୍ବାରା ସଂସଦରେ ଆଗତ କରାଯିବ । ରିପୋର୍ଟ ସହ ସରକାରଙ୍କ ପକ୍ଷରୁ ଉଠାଯାଇଥିବା ପଦକ୍ଷେପର କାର୍ଯ୍ୟନୁଷ୍ଠାନ ରିପୋର୍ଟରେ ମଧ୍ୟରେ ସାମିଲ ହେବ ।
‘‘ ଆୟୋଗ କେନ୍ଦ୍ର ଓ ରାଜ୍ୟ ସରକାର, ବିଭିନ୍ନ ସ୍ଥାନୀୟ ୟୁନିଟ , ପୂର୍ବ ଅର୍ଥ ଆୟୋଗର ସଦସ୍ୟ ଓ ଚେୟାରମ୍ୟାନ , ଆୟୋଗର ପରିମର୍ଶଦାତା ପରିଷଦ ତଥା ବିଶେଷଜ୍ଞ , ଶିକ୍ଷାବିତ ଓ ପ୍ରମୁଖ ବହୁପାକ୍ଷୀକ ସଂସ୍ଥାନ ସହ ବ୍ୟାପକ ବିଚାର ବିମର୍ଶ ପରେ ରିପୋର୍ଟକୁ ଅନ୍ତିମ ରୂପ ଦେଇଛି ।