ETV Bharat / business

ୟେସ ବ୍ୟାଙ୍କ ସଙ୍କଟ: ଏଟିଏମ ଆଗରେ ଲମ୍ବା ଲାଇନ, ଫୋନପେ ଆପ ବନ୍ଦ

author img

By

Published : Mar 6, 2020, 3:15 PM IST

ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ କଟକଣା ପ୍ରଭାବରେ ଫସିଲା ଫୋନପେ ପେମେଣ୍ଟ ଆପ । ସହଯୋଗୀ ଭାଗୀଦାର ହୋଇଥିବାରୁ ଫୋନପେ ଟ୍ରାଞ୍ଜାକ୍ସନ ବନ୍ଦ ରହିଛି । ଚିନ୍ତାରେ ଜମାକର୍ତ୍ତା ।

yes banks moratorium hits digital partner Phone Pe operations
ୟେସ ବ୍ୟାଙ୍କ ସଙ୍କଟ

ନୂଆଦିଲ୍ଲୀ: ସଙ୍ଗୀନ ସ୍ଥିତିରେ ୟେସ ବ୍ୟାଙ୍କ । ବ୍ୟାଙ୍କରୁ ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିବା ପରେ ମୁଣ୍ଡରେ ହାତ ଦେଲେଣି ଜମାକର୍ତ୍ତା । ଏପଟେ ଟଙ୍କା ଉଠାଇବାକୁ ଏଟିଏମ ବାହାରେ ଲାଗିଛି ଲମ୍ବା ଲାଇନ । ସେପଟେ ମେସିନରୁ ଟଙ୍କା ବି ଖାଲି ହେଉଛି । ଏପରିକି ଅନଲାଇନରେ ଟଙ୍କା ଟ୍ରାଞ୍ଜାକ୍ସନ ମଧ୍ୟ କଷ୍ଟକର ହୋଇପଡିଛି । ଏନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ଜମାକର୍ତ୍ତା ।

yes banks moratorium hits digital partner Phone Pe operations
ଫଟୋ ସୌଜନ୍ୟ-@PhonePe_

ଦେଶର ପ୍ରମୁଖ ଲୋକପ୍ରିୟ ଡିଜିଟାଲ ସେବା ପ୍ରଭାବିତ ହୋଇଛି । ଫୋନପେ ପେମେଣ୍ଟ ଆପ କାମ କରୁନାହିଁ । ଏହି ଆପକୁ ଖୋଲିବା ବେଳେ ‘We are temporary unavailable’ ଏକ ମେସେଜ ଦେଖାଉଛି । ଏହାକୁ ଦେଖି ଗ୍ରାହକଙ୍କ ଭିତରେ ଭାଳେଣି ପଡିଯାଇଛି ।

ତଥ୍ୟ ଅନୁଯାୟୀ, ଫୋନ ପେ ପେମେଣ୍ଟ ଆପ ୟେସ ବ୍ୟାଙ୍କ ସହ ସଂଯୋଗ ଥିଲା । ହେଲେ ଏବେ ଆରବିଆଇର କଟକଣାର ପ୍ରଭାବ ଫାଇନାନ୍ସିଆଲ ଟେକ୍ନୋଲୋଜି କମ୍ପାନୀ ଫୋନପେ ଉପରେ ପଡିଛି । ଫୋନପେ ସେବା ବନ୍ଦ ହୋଇଯାଇଛି ।

ଅସ୍ଥାୟୀ ଭାବରେ ଆମେ ଉପଲବ୍ଧ ରହିନାହୁଁ । | ଆମେ ଏକ ଯୋଜନାବଦ୍ଧ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଦେଇ ଗତି କରୁଛୁ | ଏଥିପାଇଁ କୌଣସି କାରଣରୁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ | ଆମେ ଶୀଘ୍ର ଫେରିବୁ ବୋଲି ଟ୍ବିଟ କରି ଦର୍ଶାଇଛି ଫୋନପେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.