ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପାଇଁ ଇଡି ପରେ ଏବେ ସିବିଆଇ ଅଡୁଆ । ପ୍ରଥମେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ଗିରଫ କରିବା ପରେ ଏବେ ସିବିଆଇ ସ୍କାନରେ କପୁର ପରିବାର ।
କପୁରଙ୍କ ପାରିବାରିକ ବ୍ୟବସାୟକୁ ଡିଏଚ୍ଏଫ୍ଏଲ୍ 600 କୋଟି ଟଙ୍କା ଦେଇଥିବା ନେଇ ତଦନ୍ତ ଜାରି ରଖିଛି ସିବିଆଇ । ସୋମବାର ଏନେଇ 7ଟି ସ୍ଥାନରେ ସିବିଆଇ ଚଢାଉ କରିଛି ।
ସିବିଆଇ ମାମଲା ଅନୁଯାୟୀ, ଏହି ଦୁର୍ନୀତି 2018 ଅପ୍ରେଲ ଓ ଜୁନ ମାସରେ ଆରମ୍ଭ ହୋଇଥିଲା । ଯେତେବେଳେକି, ୟେସ ବ୍ୟାଙ୍କ 3,700 କୋଟି ଟଙ୍କା ଡିଏଚ୍ଏଫ୍ଏଲ୍କୁ ଦେଇଥିଲା । ଏହାର ରିଟର୍ଣ୍ଣ ଦେବାକୁ ଯାଇ ଡିଏଚ୍ଏଫ୍ଏଲ୍ କପୁର ପରିବାରକୁ 600 କୋଟି ଦେଇଥିଲେ।
@PTI